ଓଡିଶା

odisha

ETV Bharat / lifestyle

ଲକଡାଉନରେ ବଢିଛି ଇଣ୍ଟରନେଟ ବ୍ୟବହାର, ଏହି ସବୁ ସର୍ଚ୍ଚ କରୁଛନ୍ତି ଲୋକେ... - internet usage increase in lockdown period

ଲକଡାଉନରେ ଘର ଭିତରେ ସମସ୍ତେ ବନ୍ଦି । ପ୍ରାୟତଃ ଲୋକମାନେ ସମୟ ଅତିବାହିତ କରିବାକୁ ଇଣ୍ଟରନେଟର ବ୍ୟବହାର ଅଧିକା କରୁଛନ୍ତି । ତେବେ ଇଣ୍ଟରନେଟରେ ଲୋକେ କଣ ସବୁ ଅଧିକା ସର୍ଚ୍ଚ କରୁଛନ୍ତି ଦେଖନ୍ତୁ ଏହି ରିପୋର୍ଟ...

ଲକଡାଉନରେ ବଢିଛି ଇଣ୍ଟରନେଟ ବ୍ୟବହାର, ଏହି ସବୁ ସର୍ଚ୍ଚ କରୁଛନ୍ତି ଲୋକେ...
ଲକଡାଉନରେ ବଢିଛି ଇଣ୍ଟରନେଟ ବ୍ୟବହାର, ଏହି ସବୁ ସର୍ଚ୍ଚ କରୁଛନ୍ତି ଲୋକେ...

By

Published : Apr 26, 2020, 2:54 PM IST

ଲକଡାଉନ ହେତୁ ଇଣ୍ଟରନେଟ ବ୍ୟବହାର ବହୁତ ବଢିଯାଇଛି । କୋରୋନା ଭାଇରସ ନେଇ ଲୋକମାନେ ଇଣ୍ଟରେନେଟରେ ବହୁତ ଥର ସର୍ଚ୍ଚ କରୁଥିବା ଦେଖିବାକୁ ମିଳୁଛି । ଏନେଇ ୟାହୁ ଇଣ୍ଡିଆ ଏକ ରିପୋର୍ଟ ଦେଇଛି ଯେ, ଗତ ଏକ ମାସ ଭିତରେ ଲୋକମାନେ କଣସବୁ ସର୍ଚ୍ଚ କରୁଛନ୍ତି । ପଢନ୍ତୁ ଏହି ରିପୋର୍ଟ...

ଲକଡାଉନରେ ଲୋକମାନେ କୋରୋନା ସମ୍ବନ୍ଧିତ ତଥ୍ୟ ଜାଣିବା ପାଇଁ ସର୍ଚ୍ଚ କରିଛନ୍ତି । ତେବେ ଏସବୁ ମଧ୍ୟରୁ 5 ଟି ଜିନିଷ ଅଧିକ ଥର ସର୍ଚ୍ଚ କରାଯାଇଛି । ଯେମିତିକି covid-19 update, covid-19 tracker, symtomps of covid-19, covdi-19 death troll, covid-19 treatment ।

ଏହାଛଡା ଯାହା ଅଧିକ ଥର ସର୍ଚ୍ଚ ହୋଇଛି ତାହା ହେଉଛି ହାଇଡ୍ରୋକ୍ସି କ୍ଲୋରୋକୁଇନ, ଲକଡାଉନ ଇନ ଇଣ୍ଡିଆ, ଭାକସିନ ଫର କୋରୋନା ଭାଇରସ, ସୋସିଆଲ ଡିସଟାନ୍ସ ଭଳି ଶବ୍ଦ ଅଧିକ ଥର ସର୍ଚ୍ଚ କରାଯାଇଛି ।

ଲକଡାଉନ ସମୟରେ ଅନେକ ଲୋକ ୱାର୍କ ଫ୍ରମ ହୋମ କରୁଛନ୍ତି । ଫଳରେ ଘରେ ରହି ଅନେକ ଲୋକଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ କାମ କରିବାକୁ ପଡୁଛି । ସେଥିପାଇଁ ଭିଡିଓ କଲିଙ୍ଗ ସଫ୍ଟୱାର ସମ୍ବନ୍ଧରେ ମଧ୍ୟ ଅନେକ ଚର୍ଚ୍ଚା ହେଉଛି । ଯେମିତିକି zoom, skytype, googlehangout, microsoft team, go to meeetingର ଅଧିକ ସର୍ଚ୍ଚ ହେଉଛି । ଏହାଛଡା ଆମାଜନ ପ୍ରାଇମ, ନେଟଫ୍ଲିକ୍ସ, ହଟଷ୍ଟାର, ଭୁଟ, ଜି 5 ଭଳି ଭିଡିଓ ଷ୍ଟ୍ରମିଂ ପ୍ଲାଟଫର୍ମର ବି ଅନେକ ସର୍ଚ୍ଚ କରାଯାଉଛି ।

ଏହାସହ ୟାହୁ କହିଛି ଯେ, ୟୁଜର ମାନେ କୋରୋନା ଭାଇରସ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚାହୁଁଛନ୍ତି । ଫଳରେ ଅନେକ ଗୁଡିଏ ପ୍ରଶ୍ନର ମଧ୍ୟ ସର୍ଚ୍ଚ ହେଉଥିବା ଦେଖିବାକୁ ମିଳିଛି । ପ୍ରଶ୍ନ ଗୁଡିକ ରହିଛି ଘରେ କିପରି ତିଆରି କରିବେ ମାସ୍କ ? କୋରୋନା ଭାଇରସର କଣ ଟୀକା ରହିଛି? କୋରୋନା ଭାଇରସର ଚିକିତ୍ସା କଣ? ଶରୀରରେ କେତେ ସମୟ ପର୍ଯ୍ୟନ୍ତ କୋରୋନା ଭାଇରସ ରହିଥାଏ ?

ABOUT THE AUTHOR

...view details