ଓଡିଶା

odisha

ETV Bharat / lifestyle

ଜାଣନ୍ତୁ କାହିଁକି ଫ୍ରିଜ ହୁଏ ଭିଡିଓ କଲ୍‌ ! - ଯୋଗାଯୋଗ

ଯୋଗାଯୋଗର ସବୁଠାରୁ ଆକର୍ଷଣୀୟ ମାଧ୍ୟମ ହେଉଛି ଭିଡିଓ କଲ । ତେବେ ଏହି ଭିଡିଓ କଲ୍‌ ସମୟରେ ଯାହା ଏକ ମୁଖ୍ୟ ସମସ୍ୟା ଦେଖାଦିଏ ତାହା ହେଉଛି କଲ ଡ୍ରପ । କ’ଣ ରହିଛି ଏହାର ମୁଖ୍ୟ କାରଣ ଜାଣନ୍ତୁ

ପ୍ରତୀକାତ୍ମକ ଫଟୋ

By

Published : May 27, 2019, 1:05 PM IST

ନୂଆଦିଲ୍ଲୀ: ଯୋଗାଯୋଗର ସବୁଠାରୁ ଆକର୍ଷଣୀୟ ମାଧଢ୍ୟମ ହେଉଛି ଭିଡିଓ କଲ । ଏହା ନା ଯେ କେବଳ ନିକଟତର ହେବାର ଅନୁଭୂତି ଯୋଗାଏ ବରଂ ଏହି ଫିଚରକୁ ବିଶ୍ବର ଅଧିକାଂଶ ଲୋକେ ବ୍ୟବହାର ମଧ୍ୟ କରିଥାଆନ୍ତି । ତେବେ ଏହି ଭିଡିଓ କଲ୍‌ ସମୟରେ ଯାହା ଏକ ମୁଖ୍ୟ ସମସ୍ୟା ଦେଖାଦିଏ ତାହା ହେଉଛି କଲ ଡ୍ରପ । କମ୍‌ ନେଟୱାର୍କ ପାଇଁ ଅଧିକାଂଶ ସମୟରେ ଏପରି ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ଭାରତୀୟ । ତେବେ କ’ଣ ରହିଛି ଏହାର ମୁଖ୍ୟ କାରଣ ଜାଣନ୍ତୁ :

ଭିଡିଓ କଲ୍‌ର ସୁବିଧାକୁ ଅଧିକ ଭାରତୀୟ ବ୍ୟବହାର କରିଥାଆନ୍ତି । ଏଥିରେ ଦୂରତା କମ୍‌ ହେବା ସହ ଫେସ୍‌ ଟାଇମ ଫିଚର ଏହାକୁ ଲୋକଙ୍କ ଅଧିକ ପ୍ରିୟ କରାଇଥାଏ । ହେଲେ ବାରମ୍ବାର କଥା ହେବା ମଝିରେ ଭିଡିଓ କଲ୍‌ ଫ୍ରିଜ ହୋଇଯିବା ବା ଡ୍ରପ ହୋଇଯିବା ବିରକ୍ତିକର ହେବା ସ୍ବାଭାବିକ । ଆପଣମାନେ ହୁଏତ ଭାବୁଥାଇ ପାରନ୍ତି କି କମ୍‌ ନେଟୱାର୍କ ଯୋଗୁଁ ଏପରି ହୋଇଥାଏ । ତେବେ ଆପଣଙ୍କ ଭାବିବା ଆଶିଂକ ଭାବେ ଭୁଲ ।

କାରଣ କେବଳ କମ ନେଟୱାର୍କ ଭିଡିଓ କଲ୍‌ ଫ୍ରିଜ ବା ଡ୍ରପ ହେବାର ମୁଖ୍ୟ କାରଣ ନୁହେଁ । ଏହାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଫାଇବର କନେକ୍ଟିଭିଟିର ଅଭାବ ଓ ସ୍ପେକ୍ଟ୍ରମର ଅଭାବ । ସାଧାରଣତଃ ବିଦେଶରେ ଟେଲିକମ୍‌ ଟାୱାର ସହ ଫାଇବରର କନେକ୍ସନ ରହିଥାଏ । ଯାହାର ମାତ୍ରା ପ୍ରାୟ 75 ରୁ 80 ପ୍ରତିଶତ ରହିଥାଏ । ହେଲେ ଭାରତରେ ଟେଲିକମ ଟାୱାରରେ ଫାଇବର କନେକ୍ସନର ମାତ୍ରା ଅଧିକରୁ ଅଧିକ 20 ପ୍ରତିଶତ ରହିଥାଏ । ଫଳସ୍ବରୂପ ମୋବାଇଲ ନେଟୱାର୍କରେ ଅଧିକାଂଶ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ଭାରତୀୟ ।

ନିକଟରେ ବାଙ୍ଗାଲୋର ସ୍ଥିତ ଏକ ଟେଲିକମ ଏବଂ ଟେକ୍ନୋଲୋକି ରିସର୍ଚ୍ଚ କମ୍ପାନୀ, ଡିଏମଏମଆଇ ଦ୍ବାରା ହୋଇଥିବା ସର୍ଭେରୁ ଜଣା ପଡିଛି କି 2019ରେ ଭାରତୀୟମାନେ ପ୍ରାୟ 94.1 ମିଲିୟନ ମିନିଟର ଭିଡିଓ କଲ କରିଛନ୍ତି । ଯାହା 2018 ତୁଳନାରେ 26 ପ୍ରତିଶତ ଅଧିକ ଏବଂ 2017 ତୁଳନାରେ 57 ପ୍ରତିଶତ ଅଧିକ । ଏଥିସହ ଭାରତ ହେଉଛି ହ୍ବାଟ୍ସଆପ୍ ଭିଡିଓ କଲ୍ ପାଇଁ ବିଶ୍ବର ଶ୍ରେଷ୍ଠ ମାର୍କେଟ ।

ABOUT THE AUTHOR

...view details