ଓଡିଶା

odisha

ETV Bharat / lifestyle

ଏଣିକି ସ୍ମାର୍ଟଫୋନରେ ଚେକ୍‌ କରନ୍ତୁ ନିଜ ପିଏଫ୍‌ ଆକାଉଣ୍ଟ - ସ୍ମାର୍ଟଫୋନ

ନିଜ ପିଏଫ୍‌ ଆକାଉଣ୍ଟରେ ଜମା ପୁ଼ଞ୍ଜିକୁ ଘରେ ବସି ଚେକ୍‌ କରିବା ପାଇଁ ଚାହୁଁଛନ୍ତି କି?

ପ୍ରତୀକାତ୍ମକ ଫଟୋ

By

Published : Feb 4, 2019, 2:06 PM IST

ନୂଆଦିଲ୍ଲୀ: କର୍ମଜୀବୀଙ୍କ ପାଇଁ ନିଜ ପାରିଶ୍ରମିକ ଯେତିକି ମୂଲ୍ୟବାନ ପିଏଫ୍‌ ମଧ୍ୟ ସେତିକି ମୂଲ୍ୟବାନ୍‌ । ପ୍ରତ୍ୟେକ କମ୍ପାନୀରେ କର୍ମଚାରୀଙ୍କ ପାରିଶ୍ରମିକର ଏକ ଅଂଶ ପିଏଫ୍‌ ଆକାରରେ ଜମା ହୋଇଥାଏ । ଯାହା ପରବର୍ତ୍ତୀ ସମୟରେ ଆବଶ୍ୟକ ସ୍ଥଳେ କର୍ମଚାରୀମାନେ ବ୍ୟବହାର କରିପାରିବେ । ତେବେ ନିଜ ପିଏଫ୍‌ ଆକାଉଣ୍ଟରେ ଜମା ପୁ଼ଞ୍ଜିକୁ ଚେକ୍‌ କରିବା ପାଇଁ ଚାହୁଁଥିଲେ ପଢନ୍ତୁ ...

ନିଜ ପିଏଫ୍‌ ଆକାଉଣ୍ଟକୁ ଚେକ୍‌ କରିବା ପାଇଁ ଆମ ପାଖରେ ଅଛି କିଛି ଆପ୍‌, ଯାହାର ବ୍ୟବହାରରେ ଆପଣ ଘରେ ବସି ନିଜ ସ୍ମାର୍ଟଫୋନରେ ହିଁ ପିଏଫ୍‌ ବାଲାନ୍ସ ଚେକ୍‌ କରିପାରିବେ । ସେହି ଆପ୍‌ ଗୁଡିକ ହେଉଛି ଉମଙ୍ଗ ଆପ୍‌, ଇପିଏଫ୍‌ଓ ପୋର୍ଟାଲ ଓ ଏସ୍‌ଏମ୍‌ଏସ୍‌ । ତେବେ ଏହି ସବୁ ଆପ୍‌ର ବ୍ୟବହାରରେ କେମିତି ଚେକ୍‌ କରିବେ ନିଜର ପିଏଫ୍‌ ବାଲାନ୍ସ, ଜାଣନ୍ତୁ :

ଉମଙ୍ଗ ଆପ୍‌ :

ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଆପ୍‌ର ବ୍ୟବହାରରେ ଆପଣ ଘରେ ବସି ସମସ୍ତ ସରକାରୀ ତଥ୍ୟ ପାଇପାରିବେ । ସେ ଯେ କୌଣସି ସରକାରୀ ଯୋଜନାର ତଥ୍ୟ ହେଉ କି ଇପିଏଫ୍‌ ପାସ୍‌ବୁକ୍‌ ହେଉ, ସମସ୍ତ ତଥ୍ୟ ଆପଣ ଏଠାରେ ପାଇ ପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଓଟିପି ସହାୟତାରେ ଏହି ଆପ୍‌ରେ ନିଜକୁ ଥରେ ରେଜିଷ୍ଟ୍ରେସନ୍‌ କରିବାକୁ ପଡିବ ।

ଜାଣନ୍ତୁ କେମିତି କରିବେ ନିଜକୁ ରେଜିଷ୍ଟର୍‌ :

1- ସ୍ମାର୍ଟଫୋନ୍‌ରେ ଥିବା ଆପ୍‌ ଷ୍ଟୋରକୁ ଯାଇ ପ୍ରଥମେ ସରକାରୀ ଆପ୍‌ 'ଉମଙ୍ଗ'କୁ ଇନଷ୍ଟଲ କରନ୍ତୁ ।

2- ବର୍ତ୍ତମାନ ନିଜର ଫୋନ ନମ୍ବରରେ ଏହି ଆପ୍‌ରେ ଲଗ୍‌ ଇନ୍‌ କରନ୍ତୁ ।

3- ଲଗ୍‌ ଇନ୍‌ କରିବା ପରେ ଆପ୍‌ର ଟପ୍‌ ଲେଫ୍ଟ କର୍ଣ୍ଣରରେ ଥିବା ତିନୋଟି ହୋରାଇଜେଣ୍ଟାଲ ବାର୍‌ ଉପରେ କ୍ଲିକ କରନ୍ତୁ ।

4- ବର୍ତ୍ତମାନ 'ସର୍ଭିସ୍‌ ଡିକ୍ସନାରୀ'(Service Dictionary)କୁ ଯାଇ ଇପିଏଫ୍‌ଓ(EPFO) ଅପ୍ସନ ସର୍ଚ୍ଚ କରନ୍ତୁ ।

5- ଇପିଏଫ୍‌ଓ ଅପ୍ସନ ପାଇବା ପରେ ତଳକୁ ସ୍କ୍ରୋଲ କରନ୍ତୁ ଏବଂ 'ଭିୟୁ ପାସ୍‌ବୁକ୍‌'(View Passbook) ଉପରେ କ୍ଲିକ କରନ୍ତୁ । ଏଠାରେ ଆପଣ ନିଜ ଇପିଏଫ୍‌ ଆକାଉଣ୍ଟ ବାଲାନ୍ସ ଚେକ୍‌ କରିପାରିବେ ।

ଇପିଏଫ୍‌ଓ ପୋର୍ଟାଲ :

ଯଦି ଆପଣ ବିନା କୌଣସି ଆପ୍‌ର ସହାୟତାରେ ଆକାଉଣ୍ଟ ବାଲାନ୍ସ ଚେକ୍‌ କରିବାକୁ ଚାହୁଁଛନ୍ତି ତେବେ ଆପଣ ଇପିଏଫ୍‌ଓ ପୋର୍ଟାଲର ବ୍ୟବହାର କରିପାରିବେ । ଏହାକୁ ଆପଣ ନିଜ ପିସି ବା ଲାପଟପ୍‌ରେ ଖୋଲି ବ୍ୟବହାର କରିପାରିବେ ।

କେମିତି କରିବେ ଇପିଏଫ୍‌ଓ ପୋର୍ଟାଲର ବ୍ୟବହାର ଜାଣନ୍ତୁ :

1- ପ୍ରଥମେ ନିଜ ଲାପଟପ୍‌ ବା ପିସିରେ www.epfindia.gov.in ଲିଙ୍କକୁ ବ୍ରାଉଜ୍‌ କରନ୍ତୁ ।

2- ଏହାପରେ 'Our Services' ସେକ୍ସନରେ ଥିବା 'For Employees' ଉପରେ କ୍ଲିକ କରନ୍ତୁ ।

3- ଏଠାରେ ସର୍ଭିସେସ୍‌କୁ ଯାଇ ମେମ୍ବର ପାସ୍‌ବୁକ ସର୍ଚ୍ଚ କରନ୍ତୁ ।

4- ମେମ୍ବର ପାସ୍‌ବୁକ୍‌ ସର୍ଚ୍ଚ କରିବା ଦ୍ୱାରା ଏକ ନୂଆ ପୋର୍ଟାଲ ଆପଣଙ୍କ ପିସି ବା ଲାପଟପ୍‌ରେ ରିଡାଇରେକ୍ଟ ହୋଇଯିବ ।

5- ଏଠାରେ ଯଥା ସ୍ଥାନରେ ନିଜ UAN ନମ୍ବର ଓ ପାସ୍‌ୱାର୍ଡ ସହ କ୍ୟାପ୍‌ଚା(ଆପଣ ରୋବୋଟ ନୁହଁନ୍ତିର ପ୍ରମାଣ)କୁ ପୂରଣ କରନ୍ତୁ ।

6- ସମସ୍ତ ଡାଟା ଦେବା ପରେ ବର୍ତ୍ତମାନ ଆପଣ ନିଜ ପିଏଫ୍‌ ଆକାଉଣ୍ଟର ବାଲାନ୍ସ ଚେକ୍‌ କରିପାରିବେ ।

(ବି.ଦ୍ର: ଆପଣ ଜାଣି ରଖିବା ଦରକାର କି ଆପଣ ପୋର୍ଟାଲରେ ଯୋଗାଉଥିବା ନିଜ UAN ନମ୍ବରଟି ଭେରିଫାଏ ହେବା ସହ ଯେ କୌଣସି କର୍ମଚାରୀଙ୍କ ଦ୍ୱାରା ଆକ୍ଟିଭେଟ ହୋଇଥିବା ଆବଶ୍ୟକ ।)

ଏସ୍‌ଏମ୍‌ଏସ୍‌ :

ଯଦି ଆପଣ ନିଜ UAN ନମ୍ବରକୁ ଇପିଏଫ୍‌ଓ ସହ ରେଜିଷ୍ଟର କରିସାରିଛନ୍ତି ତେବେ ନିଜ ରେଜିଷ୍ଟର ହୋଇଥିବା ଫୋନ୍‌ ନମ୍ବରରୁ 'EPFHO UAN ENG' ଲେଖି ଏକ ମେସେଜ୍‌ 7738299899କୁ ପଠାନ୍ତୁ । ଏହା ଦ୍ୱାରା ଏସ୍‌ଏମ୍‌ଏସ୍‌ ଯୋଗେ ଆପଣ ନିଜର ପିଏଫ୍‌ ଆକାଉଣ୍ଟ ସମ୍ବନ୍ଧିତ ସମସ୍ତ ଟ୍ରାନ୍‌ଜାକ୍ସନ ଡିଟେଲ୍ସ ପାଇପାରିବେ ।

ତେବେ ଏହି ସେବା ସମୁଦାୟ 10ଟି ଭାଷାରେ ଉପଲବ୍ଧ ରହିଛି । ସେ ହେଉଛି ଇଂରାଜୀ, ହିନ୍ଦୀ, ପଞ୍ଜାବୀ, ଗୁଜୁରାଟୀ, ମରାଠୀ, କନ୍ନଡ, ତେଲୁଗୁ, ତାମିଲ, ମାଲାୟାଲମ ଓ ବଙ୍ଗାଳୀ ।

ମିସ୍‌ଡ କଲ୍‌ :

ଏସ୍‌ଏମ୍‌ଏସ୍‌ ସେବା ପରି ଆପଣ କଲ୍‌ ମାଧ୍ୟମରେ ମଧ୍ୟ ନିଜ ପିଏଫ୍‌ ଆକାଉଣ୍ଟ ସମ୍ବନ୍ଧିତ ତଥ୍ୟ ପାଇପାରିବେ । ଏଥିପାଇଁ ଆପଣଙ୍କୁ 011-22901406 ନମ୍ବରରେ ଏକ ମିସ୍‌ଡ କଲ୍‌ ଦେବାକୁ ହେବ । ଏହାପରେ ଆପଣଙ୍କ ପାଖକୁ ଆକାଉଣ୍ଟ ସମ୍ବନ୍ଧିତ ସମସ୍ତ ଡିଟେଲ୍ସ ମେସେଜ୍‌ ଯୋଗେ ମିଳିଯିବ ।

ABOUT THE AUTHOR

...view details