ନୂଆଦିଲ୍ଲୀ: ପ୍ରତିଟି ଆବଶ୍ୟକୀୟ ସର୍ଚ୍ଚ ପାଇଁ ଗୁଗୁଲ ଉପରେ ଲୋକେ ନିର୍ଭରଶୀଳ । ସେ ସ୍ମାର୍ଟଫୋନ ହେଉ କିମ୍ବା ଡେସ୍କଟପ୍ ସବୁଠାରେ ସର୍ଚ୍ଚ ଇଞ୍ଜିନ ବିନା କାମ ଅଧୁରା । ତେବେ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଗୁଗୁଲ ଆଣିଛି ଖୁସିର ଖବର । ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ସୁବିଧାଜନକ ଆକ୍ସେସ ପାଇଁ ଗୁଗୁଲ ଏହାର ସର୍ଚ୍ଚ ଇଞ୍ଜିନ ଟ୍ୟାବକୁ ରି ଡିଜାଇନ କରିବାକୁ ଯାଉଛି ।
ସୂଚନା ମୁତାବକ ସ୍ମାର୍ଟଫୋନରେ ଯେବେ ୟୁଜର୍ସ ସର୍ଚ୍ଚ ଟ୍ୟାବ୍ରେ କିଛି ସର୍ଚ୍ଚ କରନ୍ତି ସେଠାରେ ସେମାନଙ୍କୁ ରେଜଲ୍ଟ କାର୍ଡରେ କିଛି ସ୍ପଷ୍ଟ ରେଜଲ୍ଟ ମିଳିପାରେ ନାହିଁ । ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ୟୁଜର୍ସ । ଯାହାକୁ ନଜରରେ ରଖି ନିଜ ସର୍ଚ୍ଚ ଟ୍ୟାବ୍କୁ ରି ଡିଜାଇନ କରିବାର ନିଷ୍ପତ୍ତି ନେଇଛି ଗୁଗୁଲ । ଗୁଗୁଲର ସିନିୟର ଇଣ୍ଟରାକ୍ସନ ଡିଜାଇନର ଜେମି ଲିଚ୍ଙ୍କ ସୂଚନା ମୁତାବକ ରେଜଲ୍ଟ କାର୍ଡକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଏହା ଏକ ଚେଷ୍ଟା ।