ଓଡିଶା

odisha

ETV Bharat / lifestyle

ଚାଟ୍ ଆପ ବ୍ୟାକଅପ ମିଡିଆରେ ଫଟୋ ରହିବ ନାହିଁ: ଗୁଗୁଲ୍ - ବ୍ୟାକଅପ ମିଡିଆ ଫଟୋ

ହ୍ବାଟ୍ସଆପ, ମେସେଞ୍ଜର, ଇନଷ୍ଟାଗ୍ରାମ, ସ୍ନାପଚାଟ୍ ଏବଂ ଟ୍ବିଟର ପରି ଚାଟ୍ ଆପରେ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟାକଅପ ମିଡିଆରେ ଫଟୋ ରହିବ ନାହିଁ ବୋଲି ଗୁଗୁଲ ଘୋଷଣା କରିଛି ।

_google
ଚାଟ୍ ଆପ ବ୍ୟାକଅପ ମିଡିଆରେ ଫଟୋ ରହିବ ନାହିଁ

By

Published : Jul 1, 2020, 5:49 PM IST

ନୂଆଦିଲ୍ଲୀ: ହ୍ବାଟ୍ସଆପ, ମେସେଞ୍ଜର, ଇନଷ୍ଟାଗ୍ରାମ, ସ୍ନାପଚାଟ୍ ଏବଂ ଟ୍ବିଟର ପରି ଚାଟ୍ ଆପରେ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟାକଅପ ମିଡିଆରେ ଫଟୋ ରହିବ ନାହିଁ ବୋଲି ଗୁଗୁଲ ଘୋଷଣା କରିଛି ।

ମାସଏବୁଲ ଅନୁଯାୟୀ, ଗତ ମାସରେ ଗୁଗୁଲ ଏହି ପରିବର୍ତ୍ତନ ନେଇ ପରୀକ୍ଷା କରିଥିଲା । ଯାହା ବର୍ତ୍ତମାନ ଗୁଗୁଲ ଫଟୋ ୟୁଜରଙ୍କ ପାଇଁ ଉପଲବ୍ଧ କରାଉଛି । ମେସେଜିଙ୍ଗ୍ ଆପରେ ମିଡିଆ ବ୍ୟାକଅପ ନରହିବା ପାଇଁ କମ୍ପାନୀ କେବଳ ଗୁଗୁଲ ଫଟୋର ଡିଫଲ୍ଟ ସେଟିଙ୍ଗ କରୁଛି ।

ଏହା ପୂର୍ବରୁ ଗୁଗୁଲ ଫଟୋ ୟୁଜରଙ୍କ ସ୍ମାର୍ଟଫୋନରେ ଅଜାଣତରେ ସମସ୍ତ ଫଟୋ ଏବଂ ଭିଡିଓ ସେଭ ରହୁଥିଲା । ତେବେ ୟୁଜର ମାନୁଆଲି ଏହି ଫିଚରକୁ ଅଫ୍ କରିବା ଦ୍ବାରା ଫଟୋ ଏବଂ ଫାଇଲ ଅପଲୋଡ ହେବା ବନ୍ଦ ହୋଇଥାଏ । କିନ୍ତୁ ବର୍ତ୍ତମାନ ଏହି ନୂଆ ପରିବର୍ତ୍ତନରେ ଗୁଗୁଲ ଦ୍ବାରା ଅସ୍ଥାୟୀ ଅଟେ ।

ଗୁଗୁଲ ନିଜ ଘୋଷଣାରେ କହିଛି ଯେ, ଯେହେତୁ ଲୋକମାନେ ଅଧିକ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି । ଇଣ୍ଟରନେଟ୍ ଉତ୍ସକୁ ସଂରକ୍ଷଣ କରିବା ପାଇଁ ଏହା ଗୁଗୁଲ୍ ଫଟୋ ସେଟିଂରେ ପରିବର୍ତ୍ତନ କରୁଛି । ଏହି ପରିବର୍ତ୍ତନ ପାଇଁ ଏକ ନୋଟିଫିକେସନ ଗୁଗୁଲ୍ ଫଟୋ ଆପରେ ମଧ୍ୟ ଦେଖାଯିବ । ଗୁଗୁଲର ଆପ ଦ୍ବାରା ସମ୍ପୂର୍ଣ୍ଣ ଲିଷ୍ଟ ଘୋଷଣା କରାଯାଇ ନାହିଁ । ଏହି ପରିବର୍ତ୍ତନ ଦ୍ବାରା ଗୁଗୁଲ ଫଟୋରେ କୌଣସି ପ୍ରଭାବ ପଡିବ ନାହିଁ । ଆପଣଙ୍କ ସମସ୍ତ ଚାଟର ବ୍ୟାକଫ୍ ଜାରି ରହିବା ପାଇଁ ଆପଣ ଗୁଗୁଲ ଫଟୋ ଆପ୍ ଭିତରୁ ଏହି ସୁବିଧାକୁ ମାନୁଆଲି ଭାବରେ ସକ୍ଷମ କରିପାରିବେ ।

ABOUT THE AUTHOR

...view details