ଓଡିଶା

odisha

ETV Bharat / lifestyle

ଗୁଗଲ ନେଷ୍ଟ ହବ ମ୍ୟାକ୍ସରେ ଯୋଡି ହେଲା ମିଟ ଓ ଡୁଓ

ଏବେ ପରିବାର ଓ ସାଙ୍ଗ ସାଥିଙ୍କ ସହ ଯୋଡ଼ି ହେବା ହେଲା ଆହୁରି ସହଜ । ଗୁଗୁଲ ନେଷ୍ଟ ହବ ମ୍ୟାକ୍ସରେ ଯୋଡି ହେଲା ଗୁଗଲ ମିଟ ଓ ଗୁଗଲ ଡୁଓ । ଡୁଓରେ ଏକା ସାଙ୍ଗରେ 32 ଜଣଙ୍କ ସହ କନେକ୍ଟ ହୋଇ ପାରୁଥିବା ବେଳେ ଗୁଗଲ ମିଟରେ 100 ଜଣଙ୍କ ସହ କନେକ୍ଟ କରାଯାଇ ପାରିବ । ଅଧିକ ପଢ଼ନ୍ତୁ...

By

Published : Jun 26, 2020, 8:58 PM IST

google nest hub max, make group video calls using google duo and google meet, google duo, google meet, ଗୁଗଲ ନେଷ୍ଟ ହବ ମ୍ୟାକ୍ସରେ ଯୋଡି ହେଲା ମିଟ ଓ ଡୁଓ, ଗୁଗଲ ଡୁଓ, ଗୁଗଲ ମିଟ
ଗୁଗଲ ନେଷ୍ଟ ହବ ମ୍ୟାକ୍ସରେ ଯୋଡି ହେଲା ମିଟ ଓ ଡୁଓ

ସାନ ଫ୍ରାନ୍ସିସ୍କୋ: ନେଷ୍ଟ ହବ ମ୍ୟାକ୍ସରେ ଗୁଗୁଲ ଆଡ କରିଛି ନୂତନ ଗ୍ରୁପ କଲିଂ ଫିଚର । ଏହା ଦ୍ବାରା ଉପଭୋକ୍ତା ମାନେ ଗୁଗଲ ଡୁଓ କିମ୍ବା ଗୁଗୁଲ ମିଟ ବ୍ୟବହାର କରି ଭିଡିଓ କଲ କରି ପାରିବେ ।

ବର୍ତ୍ତମାନ କେବଳ ଏହା ୟୁଏସରେ ଉପଲବ୍ଧ ହୋଇଥିବା ବେଳେ ଯଦି ସେଠାରେ ସଫଳ ହୁଏ ତେବେ ଏହାକୁ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଉପଲବ୍ଧ କରାଯିବ । ନେଷ୍ଟ ଉପଭୋକ୍ତା ମାନେ ଡୁଓ ସାହାଯ୍ୟରେ ନିଜ ବନ୍ଧୁ କିମ୍ବା ପରିବାରର 32 ଜଣ ସଦସ୍ୟଙ୍କ ସହ କଥା ହୋଇ ପାରିବେ । ଏହାସହ ମିଟରେ 100 ଜଣଙ୍କ ସହ ମିଟିଙ୍ଗ କରିପାରିବେ ଯାହା ପାଇଁ ଗୁଗୁଲ ଆସିଷ୍ଟାଣ୍ଟରେ କେବଳ ଗୋଟିଏ ଛୋଟ ଭଏସ କମାଣ୍ଡ ଦେବାକୁ ପଡ଼ିବ ।

ଏହାକୁ ଆରମ୍ଭ କରିବା ପାଇଁ ଆପଣ ଡୁଓ ଆପରେ ଗ୍ରୁପ ତିଆରି କରିବା ପରେ ଆପଣଙ୍କ ହବ ମ୍ୟାକ୍ସକୁ କମାଣ୍ଡ ଦେବେ ‘‘ହେ ଗୁଗଲ, ମେକ ଏ ଗ୍ରୁପ କଲ ( Hey Google, make a group call)’’ ଏହାପରେ ଯେଉଁ ଗ୍ରୁପରେ ଆପଣ କଥା ହେବାକୁ ଚାହାନ୍ତି ସେଠାରେ କ୍ଲିକ କରିବାକୁ ହେବ ।

ଅଟୋ ଫ୍ରେମିଙ୍ଗ ସହ ଆପଣ ଆରାମରେ ରୋଷେଇ ଘର କିମ୍ବା ଲିଭିଙ୍ଗ ରୁମରେ ଚଲାବୁଲା କରିବା ବେଳେ ବି ଭିଡିଓ କଲରେ କଥା ହୋଇ ପାରିବେ ।

‘‘ଏହାସହ ନେଷ୍ଟ ହବ ମ୍ୟାକ୍ସ ଦ୍ବାରା ଡୁଓରେ ଭିଡିଓ କଲ LG XBOOM AI ThinQ WK9 ସ୍ମାର୍ଟ ଡିସପ୍ଲେ, ଜେବିଏଲ ଲିଙ୍କ ଭିଉ ଓ ଲିନୋଭଓ 8 ଇଞ୍ଚ ଓ 10 ଇଞ୍ଚ ସ୍ମାର୍ଟ ଡିସପ୍ଲେରେ ଉପଲବ୍ଧ ହେବ,’’ ବୋଲି କମ୍ପାନୀ ସୂଚନା ଦେଇଛି ।

ମିଟ ଭିଡିଓ କଲିଙ୍ଗ ମଧ୍ୟ ନେଷ୍ଟ ହବ ମ୍ୟାକ୍ସରେ ସର୍ବ ପ୍ରଥମେ ଲଞ୍ଚ କରା ଯାଉଛି । ଉପଭୋକ୍ତା ମାନେ ଗୁଗୁଲ ମିଟରେ ମିଟିଙ୍ଗ ପାଇଁ, ଫିଟନେସ କ୍ଲାସ ପାଇଁ, ବହି କ୍ଲବ ପାଇଁ, କମ୍ୟୁନିଟି ଗେଦରିଙ୍ଗ ଅବା ଏମିତି ଅନେକ କାର୍ଯ୍ୟ ପାଇଁ ପାଖା ପାଖି 100 ଲୋକଙ୍କ ଯୋଡ଼ି ହୋଇ ପାରିବେ ।

ଯଦି ଆପଣ ଏକ ମିଟିଙ୍ଗ କରିବାକୁ ଚାହୁଁଛନ୍ତି ତେବେ କୁହନ୍ତୁ, ‘‘ହେ ଗୁଗଲ, ଜଏନ ଏ ମିଟିଙ୍ଗ ( Hey Google join a meeting)’’ ତାପରେ ‘‘ଏଣ୍ଟର ଏ ମିଟିଙ୍ଗ କୋଡ’’ ଅପ୍ସନ ଉପରେ କ୍ଲିକ କ୍ଲିକ କରନ୍ତୁ ଓ ଲେଖନ୍ତୁ ‘ଜଏନ (join)’ ।

ଗୁଗଲ ଆହୁରି ମଧ୍ୟ କହିଛି ଯେ, ‘‘ଆମେ ଜି ସୁଟ ଆକାଉଣ୍ଟ ପାଇଁ ବେଟା ସପୋର୍ଟ ମଧ୍ୟ ଉପଲବ୍ଧ କରାଇବୁ, ଯାହାଦ୍ବାରା ଆପଣ ୱାର୍କ ମିଟିଙ୍ଗ ଗୁଡିକ ନିଜର ବ୍ୟକ୍ତିଗତ ନେଷ୍ଟ ହବ ମ୍ୟାକ୍ସରେ କରି ପାରିବେ ।’’

ତେବେ ବର୍ତ୍ତମାନ ସୁଦ୍ଧା ନେଷ୍ଟ ହବ ମ୍ୟାକ୍ସରେ ଗୁଗଲ ମିଟ ପାଇଁ ଅଟୋ- ଫ୍ରେମିଙ୍ଗ ଫିଚର କାର୍ଯ୍ୟକାରୀ ହୋଇନାହିଁ ବୋଲି ଗୁଗଲ କହିଛି ।

ABOUT THE AUTHOR

...view details