ଓ୍ବାଶିଂଟନ: ଷ୍ଟାନଫୋର୍ଡ ୟୁନିଭରସିଟି ସହ ମିଶି ଗୁଗୁଲ ଏକ ବିଶ୍ୱସ୍ତରୀୟ COVID-19 ମ୍ୟାପ ଆରମ୍ଭ କରିଛି । ଏହା ଦ୍ବାରା ସାମ୍ବାଦିକମାନେ ତାଙ୍କ ସାଇଟରେ ପାଠକମାନଙ୍କ ପାଇଁ ମହାମାରୀର ଭିଜୁଆଲାଇଜେସନକୁ ଉପଲବ୍ଧ କରାଇପାରିବେ । ମ୍ୟାପରେ ଜନସଂଖ୍ୟା ବିଷୟରେ COVID-19 ସଂକ୍ରମଣ ସଂଖ୍ୟା ଦେଖାଇବ।
ଅନ୍ୟ କୋରୋନା ଭାଇରସ କେସ ମ୍ୟାପ ଠାରୁ ଭିନ୍ନ ‘ଗୁଗୁଲର COVID-19 ଗ୍ଲୋବାଲ କେସ ମ୍ୟାପର’ ପରି ସ୍ଥାନୀୟ ସାମ୍ବାଦିକମାନଙ୍କୁ ସେମାନଙ୍କ ଅଞ୍ଚଳର କୋରୋନା ଭାଇରସକୁ ଚିହ୍ନଟ କରାଇ ପାରିବେ ନିଜ ମ୍ୟାପରେ ।
ଚଳିତବର୍ଷ ଆରମ୍ଭରେ, ଟିମ ମ୍ୟାପର ଏକ ଆମେରିକୀୟ ସଂସ୍କରଣ ଲଞ୍ଚ କରିଥିଲା । ଯେଉଁଥିରେ ନୂତନ ସଂସ୍କରଣ ବିସ୍ତାରିତ ହୋଇଛି ଯାହା ଆମେରିକା ବ୍ୟତୀତ 176 ଦେଶ ସହିତ 18ଟି ରାଜ୍ୟ ଏବଂ ଆଞ୍ଚଳିକ କ୍ଷେତ୍ରକୁ ଆଡ କରିଛି । ଟିମ ଗୁଗୁଲ ଅନୁବାଦ ବ୍ୟବହାର କରିଛି ତେଣୁ ଏହି ଅଭିଜ୍ଞତାକୁ 80 ରୁ ଅଧିକ ଭାଷାରେ ଦେଖାଯାଇପାରିବ ।