ୱାଶିଂଟନ: ଦୀର୍ଘ ୮ ବର୍ଷ ପରେ ଲୋଗୋ(Logo) ପରିବର୍ତ୍ତନ କରିଛି ଗୁଗଲ କ୍ରୋମ(Google Chrome changes its logo) । ଶେଷ ଥର ପାଇଁ ୨୦୧୪ ମସିହାରେ କ୍ରୋମ ଲୋଗୋ ପରିବର୍ତ୍ତନ କରିଥିଲା । ନୂତନ ଲୋଗୋରେ ସେପରି ଅଧିକ ପରିବର୍ତ୍ତନ(not very noticeable) ହୋଇନଥିବା ଦେଖିବାକୁ ମିଳିଛି ।
ରିପୋର୍ଟ ଅନୁସାରେ ଦୁଇଟି ରଙ୍ଗ ମଧ୍ୟରେ ଏକ ବର୍ଡର ବା ସୀମା ରହିଥିଲା, ଯାହାକୁ ଏବେ ହଟାଇ ଦିଆଯାଇଛି । ନୂଆ ଲୋଗୋରେ ନାଲି, ହଳଦିଆ ଓ ସବୁଜ ଫ୍ଲାଟ ଭଳି ରହିଛି । ଫଳରେ ଲୋଗୋର ମଝିରେ ରହିଥିବା ବ୍ଲୁ ରଙ୍ଗର ଗୋଲଟି ଅଧିକ ବଡ଼ ଦେଖାଯାଉଛି । ଏହାସହିତ ବ୍ଲୁ ରଙ୍ଗଟି ପୂର୍ବ ଅପେକ୍ଷା ଅଧିକ ଗାଢ ଦେଖାଯାଉଛି । ସେପଟେ ବିଭିନ୍ନ ପ୍ରକାରର ସିଷ୍ଟମରେ କ୍ରୋମ ଲୋଗୋ ମଧ୍ୟ ଅଲଗା ରହିବ ବୋଲି ଜଣାପଡ଼ିଛି । ତେବେ ChromeOSରେ ଲୋଗୋ ଅଧିକ କଲରଫୁଲ ଦେଖାଯିବାକୁ ଥିବାବେଳେ macOSରେ ଲୋଗୋରେ ସ୍ବଳ୍ପ ଛାଇ(Shadow) ପରି ରହିବ ।