ନୂଆଦିଲ୍ଲୀ: ଆଜି(ସୋମବାର) ଗତ ୭ ଦିନ ଧରି ଚାଲିଥିବା ପ୍ରେମ ସପ୍ତାହର ଶେଷ ଦିନ ତଥା ଭାଲେଣ୍ଟାଇନ୍ସ ଡେ' । ଏହି ଦିବସକୁ ସର୍ଚ୍ଚିଂ ଆପ୍ ଗୁଗଲ୍ ଥ୍ରିଡ଼ି ଡୁଡଲ୍ ସହିତ ପାଳିଛି । ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ପ୍ରେମ ପାଇଁ ବଳି ପଡ଼ୁଥିବା ପାଦ୍ରୀ ଭାଲେଣ୍ଟାଇନଙ୍କୁ ମନେ ପକାଇ ଏହି ଦିବସକୁ ପାଳୁଥିବା ବେଳେ ଏବେ ଏହା ସାରା ବିଶ୍ବରେ ଆଦୃତ ଲାଭ କରିଛି । ଏହି ଦିନକୁ ଆହୁରି ପ୍ରେମଭାବ ଭରି ଦେବା ପାଇଁ ଗୁଗଲ୍ ମଧ୍ୟ ନିଜ ହୋମପେଜ୍ରେ ପରିବର୍ତ୍ତନ ଆଣିଛି ।
ଗୁଗଲ୍ ଏହି ଆନିମେଟେଡ ଡୁଡଲ୍ ହୋମପେଜ୍ରେ ଆଣିଥିବା ବେଳେ ଏହା ଖୁବ ଆକର୍ଷଣୀୟ ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଗୁଗଲ କହିଛି ଯେ, " ବେଳେବେଳେ ପ୍ରେମ ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରେ । ଏଥିରେ କେତେବେଳେ ରୋମଞ୍ଚକର ହୋଇଥାଏ ତ ଆଉ କେତେବେଳେ ଦୁଃଖ ଭରି ଦିଏ । ଏହାବ୍ୟତୀତ ପ୍ରେମଭାବ ବିଶ୍ବକୁ ଏକାଠି କରିଥାଏ । " ଏହାସହିତ ଗୁଗଲ୍ ଏକ Puzzle ଗେମ୍ ମଧ୍ୟ ଆଣିଛି । ଏହି ଗେମ୍ ଖେଳି ଖେଳାଳି ୨ଟି Hamster(ମୂଷା ଭଳି ଦିଶୁଥିବା ଛୋଟ ପୋଷା ପଶୁ)କୁ ନିକଟତର କରିପାରିବ ।