ଓଡିଶା

odisha

ETV Bharat / lifestyle

Gmailକୁ ପୁରିଲା 15 ବର୍ଷ, ଜାଣନ୍ତୁ କିଛି ରୋଚକ ତଥ୍ୟ - gmail

ଗୁଗଲ ଜି-ମେଲକୁ ଆଜି ଅର୍ଥାତ ଅପ୍ରିଲ୍ 1ରେ ପୁରିଛି 15 ବର୍ଷ । ଗୁଗଲ ଜି-ମେଲ୍ 1 ଅପ୍ରେଲ 2004ରେ ପାଲ ବୁଚେଟ୍ ପ୍ରସ୍ତୁତ କରିଥିଲେ ।

ଫାଇଲ ଫଟୋ

By

Published : Apr 1, 2019, 11:56 PM IST

ନୂଆଦିଲ୍ଲୀ: ଗୁଗଲଜି-ମେଲକୁ ଆଜି ଅର୍ଥାତ ଅପ୍ରିଲ୍ 1ରେ ପୁରିଛି 15 ବର୍ଷ । ଗୁଗଲଜି-ମେଲ୍ 1 ଅପ୍ରେଲ 2004ରେ ପାଲବୁଚେଟ୍ ପ୍ରସ୍ତୁତ କରିଥିଲେ । ଆଉ ସେହି ସମୟରେ ଉପଭୋକ୍ତାଙ୍କୁ 1 ଜିବି ଷ୍ଟୋରେଜ୍ ମାଗଣାରେ ମଧ୍ୟ ମିଳିଥିଲା । ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଏବେ ଜିମେଲରେ 15 ଜିବି କ୍ଲାଉଡ ଷ୍ଟୋରେଜ ମାଗଣାରେ ମିଳୁଛି ।

ଏଠାରେ ସୂଚନାଯୋଗ୍ୟ, ବର୍ତ୍ତମାନ ସମଗ୍ର ଦୁନିଆରେ ଗୁଗଲ ଜି-ମେଲକୁ ମାସିକ ବ୍ୟବହାର କରୁଥିବା 150 କୋଟି ଉପଭୋକ୍ତା ରହିଛନ୍ତି । ଆମ ଭିତରୁ ଅନେକ ଲୋକେ ଜି-ମେଲ ବ୍ୟବହାର କରୁଛନ୍ତି । ମାତ୍ର ଏହା ସମ୍ପର୍କରେ ଏମିତି 7ଟି କଥା ରହିଛି ଯାହା ଆପଣ ମଧ୍ୟ ଜାଣିନଥିବେ । ତେବେ ଆଜି ଆମେ ଆପଣଙ୍କୁ ସେହି ସମ୍ପର୍କରେ କହିବୁ ।

ପଠାଇଥିବା ଇମେଲକୁ ଫେରାଇ ଆଣି ପାରିବେ


ପ୍ରକୃତରେ ପଠାଇଥିବା ମେଲକୁ ଆପଣ ଏକ ସିମିତ ସମୟ ମଧ୍ୟରେ ଫେରାଇ ଆଣିପାରିବେ । Undo Sendକୁ ଆପଣ ଜିମେଲ୍‌ର ସେଟିଙ୍ଗକୁ ଯାଇ ଅନ କରିପାରିବେ । Undo Sendକୁ ଆପଣ 30 ସେକେଣ୍ଡ ଭିତରେ ସେଟ୍ କରିପାରିବେ।

ଏକାସାଙ୍ଗରେ ଦୁଇଟି ଜିମେଲ୍ ଆକାଉଣ୍ଟ ବ୍ୟବହାର

ଏଥିପାଇଁ ଆପଣଙ୍କୁ ଡାହାଣ ପଟେ ଦେଖାଯାଉଥିବା ନିଜ ପ୍ରୋଫାଇଲ ଫୋଟ ଉପରେ କ୍ଲିକ କରିବାକୁ ହେବ । ଆଉ ଏହାପରେ ଆପଣ ଆଡ ଆକାଉଣ୍ଟର ବିକଳ୍ପବାଛିପାରିବେ ।

ଅଡିଓ ସାହାଯ୍ୟରେପଠାଇପାରିବେ ମେଲ୍


ଯଦି ଆପଣଙ୍କୁ ଲାଗୁଛି ଆପଣ ଟାଇପିଙ୍ଗ୍ କରି କରି ହାଲିଆ ହୋଇଯାଇଛନ୍ତି ତେବେ ଆପଣ ଅଡିଓ ସାହାଯ୍ୟରେ ମଧ୍ୟ ମେସେଜ ପଠାଇ ପାରିବେ । ଏଥିପାଇଁ ଆପଣଙ୍କୁ ଜିମେଲରେ ଲଗଇନ୍ କରି ଡାହାଣ ପାର୍ଶ୍ବରେ ପ୍ରୋଫାଇଲ ଫଟୋ ପାଖରେ ଦେଖାଯାଉଥିବା 9 ଡଟ୍ ଉପରେ କ୍ଲିକ କରନ୍ତୁ । ଏବେ ଗୁଗଲ ଡ୍ରାଇଭ୍ ଖୋଲନ୍ତୁ ଏବଂ ଉପରେ ବାମ ପାର୍ଶ୍ବରେ ଦେଖାଯାଉଥିବା ନ୍ୟୁ ଉପରେ କ୍ଲିକ୍ କରନ୍ତୁ । ଏବେ ସବୁଠାରୁ ଉପରେ ଥିବା ଟୁଲ୍ସ ବାର ଉପରେ କ୍ଲିକ୍ କରନ୍ତୁ । ସେଠାରେ ଆପଣଙ୍କୁ ଭଏସ୍ ଟାଇପିଙ୍ଗ୍‌ର ବିକଳ୍ପ ମିଳିଯିବ।


ଯେମିତି ଫଟୋ ଚାହିଁବେ ଲଗାନ୍ତୁ


ଆପଣ ଚାହିଁଲେ କୌଣସି ମଧ୍ୟ ଡକ୍ୟୁମେଣ୍ଟରେ ମନପସନ୍ଦର ଫଟୋ textସହ ଲଗାଇପାରିବେ । ଏଥିପାଇଁ ଜାକ୍ସର ମେନ୍ୟୁ ବାରରୁ Insert> Drowing>Shape କୁ ଯାଆନ୍ତୁ । ସେପ୍ ସିଲେକ୍ଟକରିବା ପରେ T (Text Box) ଉପରେ କ୍ଲିକ୍ କରନ୍ତୁ ଏବଂ ଟେକ୍ସକୁ ଫଟୋରେ ଲେଖନ୍ତୁ ।

ଅଫଲାଇନ୍ ମୋଡ

ଏହା ଜରୁରୀ ନୁହେଁ କି ଗୁଗଲ ଡସ୍କୋରେ କାମ କରିବା ପାଇଁ ଆପଣଙ୍କୁ
ଅନଲାଇନ ରହିବାକୁ ହେବ । ଆପଣ ଅଫଲାଇନ ରହି ମଧ୍ୟ ଏହା କରିପାରିବେ । ଗୁଗଲ ଡ୍ରାଇଭର ସେଟିଙ୍ଗକୁ ଯାଇ ଆପଣ ଅଫଲାଇନ ମୋଡକୁ ଅନ୍ କରିପାରିବେ।

ABOUT THE AUTHOR

...view details