ସାନ ଫ୍ରାନସିସ୍କୋ: ଅନେକ ସମୟରେ ଫେସବୁକ ଭଳି ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଅନେକ ଗୁଜବ ବା ଫେକ ନ୍ୟୁଜ ଆସିଥାଏ । ବେଳେବେଳେ ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା ବ୍ୟଙ୍ଗ ବିଷୟବସ୍ତୁ ମଧ୍ୟ ବାସ୍ତବିକ ହେବା ଭଳି ଭ୍ରମିତ କରିଥାଏ । ଯେଉଁଥିପାଇଁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେଉଥିବା ସତ୍ୟ ଖବରକୁ ନେଇ ବ୍ୟବହାରୀକାରୀମାନେ ଦ୍ବନ୍ଦରେ ପଡିଥାନ୍ତି । ଏଣୁ ଯେପରି ସମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଦ୍ବନ୍ଦରେ ନ ପଡନ୍ତି, ସେନେଇ ଫେସବୁକ ଏବେ ନିର୍ଦ୍ଦିଷ୍ଟ ପୋଷ୍ଟଗୁଡିକୁ ଲେବଲ ବା ବର୍ଗୀକରଣ କରିବାକୁ ଯୋଜନା କରୁଛି ।
ଏହି ପ୍ରସଙ୍ଗରେ ସବୁଠୁ ବଡ ସୋସିଆଲ ନେଟୱାର୍କିଂ ସଂସ୍ଥା କହିଛନ୍ତି, ଲୋକମାନେ ଦେଖୁଥିବା ଫେସବୁକ ପୃଷ୍ଠାଗୁଡିକ ବିଷୟରେ ସେମାନଙ୍କ ଅଧିକ ବିଷୟବସ୍ତୁ ଦେବାପାଇଁ ଆମେରିକାରେ ଏକ ଉପାୟ ଉପରେ ପରୀକ୍ଷା ଆରମ୍ଭ ହୋଇଛି । ଆମେ ଧୀରେ ଧୀରେ ନ୍ୟୁଜ ଫିଡରେ ଥିବା ସମସ୍ତ ପବ୍ଲିକ ଅଫିସିଆଲ, ଫ୍ୟାନପେଜ ଏବଂ ବ୍ୟଙ୍ଗ ପେଜରେ ଲେବଲ ପ୍ରୟୋଗ କରିବାକୁ ଆରମ୍ଭ କରିବୁ । ଯଦ୍ବାରା ପୋଷ୍ଟଟି କେଉଁଠୁ ଆସିଛି ତାହା ବ୍ୟବହାରକାରୀମାନେ ସ୍ପଷ୍ଟ ହୋଇପାରିବେ ।