ହାଇଦ୍ରାବାଦ: ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସ ଆପ ଏକ ନୂତନ ଫିଚର ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି । ଯାହା ମାଧ୍ୟମରେ ୟୁଜର୍ସମାନେ ବିଭିନ୍ନ ଚାଟରେ ବିଭିନ୍ନ ୱାଲପେପର ପରିବର୍ତ୍ତନ କରିବାର ସୁଯୋଗ ପାଇବେ । ଫିଚରଟି ଆପର v2.20.199.5 ବିଟା ସଂସ୍କରଣରେ ପରୀକ୍ଷା କରାଯାଉଛି । ଏହି ଫିଚର ପୂର୍ବରୁ iOS ବିଟା ସଂସ୍କରଣରେ ଦେଖାଯାଇଛି । ଏହି ସମୟରେ, ଖୁବ ଶୀଘ୍ର ଏହି ଫିଚର ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ରୋଲ ଆଉଟ କରାଯିବ । ଫିଚର ଡେଭଲପମେଣ୍ଟ ପର୍ଯ୍ୟାୟରେ ଥିବାରୁ ୟୁଜର୍ସ ମାନେ ବର୍ତ୍ତମାନ ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ ।
ଚାଟ ହେବ ଆହୁରି ମଜାଦାର, ହ୍ବାଟସଆପ ଆଣୁଛି ନୂଆ ଫିଚର - ହ୍ବାଟସଆପ ଆଣୁଛି ନୂଆ ଫିଚର
ଯେପରି ୟୁଜର୍ସମାନେ ବିଭିନ୍ନ ଚାଟରେ ବିଭିନ୍ନ ୱାଲପେପର ପରିବର୍ତ୍ତନ କରିବାର ସୁଯୋଗ ପାଇପାରିବେ, ସନେଇ ହ୍ବାଟସଆପ ଆଣୁଛି ନୂଆ ଫିଚର । ଅଧିକ ପଢନ୍ତୁ...
ହ୍ବାଟସଆପର ଏହି ଫିଚର ବିଟା ସଂସ୍କରଣ ଶୀଘ୍ର ଆରମ୍ଭ ହୋଇପାରେ । ତେବେ ଏ ସମ୍ପର୍କରେ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ଶେଷ ରୋଲ ଆଉଟ ପୂର୍ବରୁ ଏହା ବିଟା ଟେଷ୍ଟର୍ସ ପାଇଁ ରୋଲ ଆଟ କରାଯିବ । ହ୍ବାଟସଆପର ୱାଲପେପର ଫିଚର ପ୍ରଥମେ WABetaInfo ଦ୍ୱାରା v2.20.199.5 ହ୍ବାଟସଆପ ସଂସ୍କରଣରେ ଟ୍ରାକ କରାଯାଇଥିଲା ।
ନିକଟରେ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ପୁନର୍ବାର ଚାଟ ଆଟାଚମେଣ୍ଟରେ କ୍ୟାମେରା ଆଇକନ ଦିଆଯାଇପାରିବ। ହ୍ବାଟସଆପ ନିକଟରେ ସଂସ୍କରଣ ସଂଖ୍ୟା 2.20.198.9 ସହିତ ଏକ ନୂତନ ଗୁଗୁଲ ବିଟା ପ୍ରୋଗ୍ରାମ ଦାଖଲ କରିଛି । ଏଥିରେ, ଲୋକେସନ ଆଇକନ ର ନୂତନ ଡିଜାଇନ ମଧ୍ୟ ଆପର ସଂଲଗ୍ନରେ ଦେଖିବାକୁ ମିଳେ । କ୍ୟାମେରା ଆଇକନ କମ୍ପାନୀ ରୁମ୍ସର ସର୍ଟକଟ ସହିତ ରିପ୍ଲେସ କରିଦେଇଥିଲା ।