ୱାଶିଂଟନ:ଚଳିତ ବର୍ଷର ଭାଲେଣ୍ଟାଇନ ଡେ'କୁ ସଠିକ ଢଙ୍ଗରେ ପାଳିବା ପାଇଁ ପ୍ରେମୀଯୁଗଳଙ୍କ ପାଇଁ ସ୍ନାପଚାଟ୍ ଆଣିଛି ନୂଆ ଗିଫ୍ଟ । ଯାହା ମାଧ୍ୟମରେ ପ୍ରେମୀଯୁଗଳ ନିଜ ମନର ଭାବନାକୁ ଆହୁରି ଭଲ ଭାବେ ପ୍ରକାଶ କରିପାରିବେ । ଏହି ମେସେଜିଂ ଆପ୍ ଲଭ୍ ସେଲିବ୍ରେସନକୁ ଅନ୍ୟ ଏକ ସ୍ତରରୁ ନେବା ପାଇଁ ସ୍ବତନ୍ତ୍ର କଣ୍ଟେଣ୍ଟ, ଇମୋଜି ଓ ଷ୍ଟିକର ଆଣିଛି । ଯୁବପିଢିଙ୍କୁ ନିଜ ପାର୍ଟନରଙ୍କ ସମ୍ମୁଖରେ ପ୍ରେମ ଭାବନାକୁ ପ୍ରକାଶ କରିବା ପାଇଁ ଏହି ଆପ୍ ୪୦ଟି ନୂଆ ଆନିମେଟେଡ କାର୍ଟୁନ ଲଞ୍ଚ କରିଛି ।
ଏହି ପ୍ରେମଭରା କାର୍ଟୁନଗୁଡ଼ିକ କେବଳ ଭାଲେଣ୍ଟାଇନ ଡେ'ର ଉପଲବ୍ଧ ହେବ । କମ୍ପାନୀ କିଛି ନୂଆ Cameo ମଧ୍ୟ ଲଞ୍ଚ କରିବାକୁ ଯାଉଛି । ଏହାକୁ ୟୁଜର୍ସ ଚାଟ୍ କରିବା ସମୟରେ ବ୍ୟବହାର କରିପାରିବେ । କମ୍ପାନୀ ପ୍ରାୟ ୨୦ଟି କ୍ୟାମିଓ ଲଞ୍ଚ କରୁଥିବା ସୂଚନା ଦେଇଛି । ଏହାସହିତ ୮ଟି ଆକ୍ସନ ଇମୋଜି ମଧ୍ୟ ଲଞ୍ଚ କରୁଛି । ଏହାସହିତ ଆପ୍ ମାଧ୍ୟମରେ ୟୁଜର୍ସମାନେ କିଛି ପ୍ରେମଭରା Quote ମଧ୍ୟ ରହିଛି । ପ୍ରେମୀ ଯୁଗଳମାନେ ନିଜ ପାର୍ଟନରକୁ ସ୍ପେଶାଲ ଅନୁଭବ ଦେବା ପାଇଁ ଏହାକୁ ବ୍ୟବହାର କରିପାରିବେ ।