ସାନ ଫ୍ରାନ୍ସିସ୍କୋ: କୋରୋନା ମହାମାରୀ ସଙ୍କଟକୁ ମାତ ଦେଇ ପ୍ରଫିଟ ଗାଦିରେ ବଡ ବଡ ଟେକ୍ନୋଲୋଜି କମ୍ପାନୀ । ଏଥିସହ ଏଭଳି ସଙ୍କଟ ସମୟରେ ପ୍ରତିଯୋଗୀତାରୁ ଊର୍ଦ୍ଧ୍ବକୁ ଯାଇ ଆଡକୁ ବଏକଟ କରିବା ସହ ଡାଟା ପ୍ରାଇଭେସି ଏବଂ ସିକ୍ୟୁରିଟିକୁ ମଧ୍ୟ ଅଟକିବାକୁ ଦେଇନାହାଁନ୍ତି 4 ବଡ ବଡ ଟେକ୍ନୋଲୋଜି ଫାର୍ମା (ଆମାଜନ, ଆପଲ, ଫେସବୁକ ଏବଂ ଆଲ୍ଫାବେଟ ) । ଏହି କମ୍ପାନୀଗୁଡିକର ଜୁନ ତ୍ରୟମାସରେ ମୋଟ ମାର୍କେଟ କ୍ୟାପ ( ବଜାର ପୁଞ୍ଜିକରଣ) ପ୍ରାୟ 5 ଟ୍ରିଲିୟନ ଡଲାର ରହିଛି ।
କୋରୋନା ମହାମାରୀ ଯୋଗୁଁ ଲୋକମାନେ ଘରେ ରହିଥିବାରୁ ଅନଲାନନ ସପିଂ ସଂଖ୍ୟା ବଢିଛି । ଫଳରେ ଇ-କମର୍ସ କମ୍ପାନୀ ଆମାଜର ବିକ୍ରି ପ୍ରବଳ ପରିମାଣରେ ବୃଦ୍ଧି ପାଇଛି । ଯେଉଁଥିପାଇଁ ଆମାଜାନର ନିଟ ବିକ୍ରି 40 ପ୍ରତିଶତ ବୃଦ୍ଧି ହୋଇ 88.9 ବିଲିୟନ ଡଲାରରେ ପହଞ୍ଚିଛି । ଯେତେବେଳେ କି ଗତ ବର୍ଷ ଏହି ଅବଧିରେ ଏହା 63.4 ବିଲିୟନ ଡଲାର ଥିଲା ।
କମ୍ପାନୀ ଏକ ବିବୃତ୍ତିରେ କହିଛି କି, ଦ୍ବିତୀୟ ତ୍ରୟମାସରେ ନିଟ ଆୟ ବଢି 5.2 ବିଲିୟନ ଡଲାର ହୋଇଛି । ଯାହାକି 2019 ଦ୍ବିତୀୟ ତ୍ରୟମାସରେ 2.6 ବିଲିୟନ ଡଲାର ଥିଲା । ଆମାଜନ ସେୟାର ମଧ୍ୟ ଉପରମୁହାଁ ରହିଛି । କ୍ଲାଉଡ କମ୍ପ୍ୟୁଟିଙ୍ଗ ଆର୍ମ ଆମାଜନ ୱେବ ସର୍ଭିସେସ (AWS)ତ୍ରୟମାସ ପାଇଁ 10.81 ବିଲିୟନ ଡଲାର ରାଜସ୍ବ ରେକର୍ଡ କରିଛି ।
ସେହିଭଳି ଆପଲ ରେଭିନ୍ୟୁ ଜୁନ 27 ରେ ସମାପ୍ତ ତୃତୀୟ ତ୍ରୟମାସ ସୁଦ୍ଧା 59.7 ବିଲିୟନ ଡଲାର ବଢିଛି । ଯାହାକି ବର୍ଷାନୁକ୍ରମିକ ହାରରେ 11 ପ୍ରତିଶତ ବୃଦ୍ଧି ହୋଇଛି । ଆକଳନ ଠାରୁ ଅଧିକ ଆଇଫୋନ ବିକ୍ରି ଅଧିକ ବଢିଥିବାରୁ ଆପଲର ରାଜସ୍ବ ବଢିଛି ।