ବ୍ରିଟେନ: ସାଧାରଣତଃ ସ୍ମାର୍ଟ ୱାଚ୍ ଗୁଡିକ ଚଲାବୁଲା, ଶୋଇବାର ଢାଞ୍ଚା, ହୃଦସ୍ପନ୍ଦନ ସହ ରକ୍ତଚାପ ଉପରେ ନଜର ରଖିଥାଏ । କିନ୍ତୁ ଶରୀରରେ ରସାୟନ ପ୍ରକ୍ରିୟା ଓ ମେଟବୋଲିଜିମ କେତେ ଭଲ କାମ କରୁଛି ତାହା ଯାଞ୍ଚ କରିପାରେ ନାହିଁ ।
ସେହି ଆବଶ୍ୟକତାର ସମାଧାନ ପାଇଁ UCLA ଇଞ୍ଜିନିୟରମାନେ ଡିସ୍ପୋଜେବଲ ଦ୍ୱିପାକ୍ଷିକ ଫିଲ୍ମ ବିକଶିତ କରିଛନ୍ତି ଯାହା ସ୍ମାର୍ଟ ୱାଚର ଭିତର ପାଖରୁ ଯୋଡି ହୋଇ ରହିବ । ଏହି ୱାଚ ଝାଳର ଖୁବ କମ ପରିମାଣରେ ଥିବା ଅଣୁ ଓ କିଛି ପୋଷକ ତତ୍ତ୍ବକୁ ଚିହ୍ନଟ କରିଥାଏ । ଏହି ଡାଟା ରେକର୍ଡ କରିବା ପାଇଁ ସେମାନେ ଏକ କଷ୍ଟମ ସ୍ମାର୍ଟୱାଚ ଓ ଆପ ତିଆରି କରିଛନ୍ତି ।
ଶରୀର ଭିତରେ କ’ଣ ଘଟୁଛି ତାହାର ପ୍ରକୃତ ସମୟର ସ୍ନାପସଟ୍ ଦେବା ପାଇଁ ସିଷ୍ଟମ ଝାଳର ଥିବା ରାସାୟନିକ ତତ୍ତ୍ବ ଦରକାର କରିଥାଏ । ଟେକ୍ନୋଲୋଜି ବିଷୟରେ ବିସ୍ତୃତ ଏହି ଅଧ୍ୟୟନ ବିଜ୍ଞାନ ଆଡଭାନ୍ସ ପତ୍ରିକାରେ ପ୍ରକାଶିତ ହୋଇଥିଲା ।
UCLA ସାମୁଏଲି ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର ଇଲେକ୍ଟ୍ରିକାଲ ଏବଂ କମ୍ପ୍ୟୁଟରର ସହକାରୀ ପ୍ରଫେସର ସାମ ଏମିନେଜାଦ୍ କହିଛନ୍ତି ଯେ, ଏହି କାର୍ଯ୍ୟ ପାଇଁ ପ୍ରେରଣା ତାଙ୍କ ପୂର୍ବ ସଫଳତାକୁ ଦେଖି ମିଳିଛି । ଯେପରିକି 100 ମିଲିୟନରୁ ଅଧିକ ସ୍ମାର୍ଟୱାଚ ସହ ଅନ୍ୟାନ୍ୟ ପରିଧାନ ଯୋଗ୍ୟ ଟେକ୍ନୋଲୋଜି ଯାହା ବିଶ୍ବବ୍ୟାପୀ ଆଦୃତ ହୋଇପାରିଛି । ଏହି ଟେକ୍ନୋଲୋଜି ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ, ଗଣନା ଏବଂ ଟ୍ରାନ୍ସମିସନ୍ କ୍ଷମତା ରହିଛି ।