ନୂଆଦିଲ୍ଲୀ:ମେଟ୍ରୋ ସହର ବା ବଡ଼ ବଡ଼ ନଗରୀରେ ବ୍ୟାଙ୍କ ଆକାଉଣ୍ଟ ଥିବା ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ୮ରୁ ଅଧିକ ଲୋକ ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ ବ୍ୟବହାର କରନ୍ତି । କୋଭିଡ-19 ମହାମାରୀ ମଧ୍ୟରେ ଏହା ବୃଦ୍ଧି ପାଇଛି । ଏ ସମ୍ପର୍କରେ ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି । ଗ୍ଲୋବାଲ ମାର୍କେଟ ରିସର୍ଚ୍ଚ ଫାର୍ମ ଫରେଷ୍ଟରଙ୍କ ଅନୁଯାୟୀ ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ ଏସିଆର ସବୁଠାରୁ ଲୋକପ୍ରିୟ ବ୍ୟାଙ୍କିଙ୍ଗ ଚ୍ୟାନେଲ୍।
ଗ୍ରାହକମାନେ କିପରି ବ୍ୟାଙ୍କଗୁଡ଼ିକ ସହିତ ଜଡ଼ିତ ହୁଅନ୍ତି ଏବଂ ବ୍ୟାଙ୍କିଙ୍ଗରେ ଦ୍ରୁତ ଗତିରେ ଡିଜିଟାଲକୁ ରୂପାନ୍ତରିତ ହୁଅନ୍ତି ସେ ସମ୍ପର୍କରେ ଏହି ରିପୋର୍ଟରେ କୁହାଯାଇଛି । ଡିଜିଟାଲ ପେମେଣ୍ଟରେ ବୃଦ୍ଧି ଯୋଗୁଁ ଏଟିଏମ(ATM)ର ବ୍ୟବହାର ହ୍ରାସ ପାଉଛି ଏବଂ କୋଭିଡ-19 ମହାମାରୀ ଗ୍ରାହକଙ୍କୁ ଡିଜିଟାଲ ପେମେଣ୍ଟ ପାଇଁ ଅଧିକ ଉତ୍ସାହିତ କରିଛି ।