ଓଡିଶା

odisha

ETV Bharat / lifestyle

ଜାଣନ୍ତୁ ରଙ୍ଗର ପର୍ବ ବିଶ୍ବରେ କେଉଁଠି କେମିତି

ଆଜି ପାଳନ ହେଉଛି ରଙ୍ଗର ପର୍ବ ହୋଲି । ଗତକାଲି ପାଳିନ ହୋଇଥିଲା ହୋଲିକା ପର୍ବ । ଆଗରୁ ଫୁଲରେ ହୋଲି ଖେଳାଯାଉଥିଲା । ଆଉ ଏବେ ରଙ୍ଗରେ ଖେଳ।ଯାଉଛି ହୋଲି । ପରସ୍ପର ମଧ୍ୟରେ ଥିବା ରାଗ ଅଭିମାନକୁ ଭୁଲି ଏହି ଦିନ ସମସ୍ତେ ଏକାଠି ମିଳିମିଶି ପାଳନ କରିଥାଆନ୍ତି ରଙ୍ଗର ପର୍ବ । କିନ୍ତୁ ଯଦି ଆପଣ ଭାବୁଛନ୍ତି ଏହି ପର୍ବ ଅର୍ଥାତ ହୋଲିକୁ କେବଳ ଭାରତରେ ପାଳନ କରାଯାଏ, ତେବେ ଆପଣ ଭୁଲ ଭାବୁଛନ୍ତି । କାରଣ ଏହି ପର୍ବ ସାତ ସମୁଦ୍ର ପାରରେ ମଧ୍ୟ ଖେଳାଯାଇଥାଏ ।

By

Published : Mar 21, 2019, 6:00 AM IST

ପ୍ରତିକାତ୍ମକ ଫଟୋ

ଆଜି ପାଳନ ହେଉଛି ରଙ୍ଗର ପର୍ବ ହୋଲି । ଗତକାଲି ପାଳିନ ହୋଇଥିଲା ହୋଲିକା ପର୍ବ । ଆଗରୁ ଫୁଲରେ ହୋଲି ଖେଳାଯାଉଥିଲା । ଆଉ ଏବେ ରଙ୍ଗରେ ଖେଳ।ଯାଉଛି ହୋଲି । ପରସ୍ପର ମଧ୍ୟରେ ଥିବା ରାଗ ଅଭିମାନକୁ ଭୁଲି ଏହି ଦିନ ସମସ୍ତେ ଏକାଠି ମିଳିମିଶି ପାଳନ କରିଥାଆନ୍ତି ରଙ୍ଗର ପର୍ବ । କିନ୍ତୁ ଯଦି ଆପଣ ଭାବୁଛନ୍ତି ଏହି ପର୍ବ ଅର୍ଥାତ ହୋଲିକୁ କେବଳ ଭାରତରେ ପାଳନ କରାଯାଏ, ତେବେ ଆପଣ ଭୁଲ ଭାବୁଛନ୍ତି । କାରଣ ଏହି ପର୍ବ ସାତ ସମୁଦ୍ର ପାରରେ ମଧ୍ୟ ଖେଳାଯାଇଥାଏ ।

ଖୁବ୍ ଖୁସିର ସହ ଭିନ୍ନ ଭିନ୍ନ ସ୍ଥାନରେ ପରସ୍ପରକୁ ରଙ୍ଗା ଲଗାଇବାର ଏହି ପର୍ବ କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ପାଳନ ହୋଇଥାଏ । କିନ୍ତୁ ଏହାକୁ ପାଳନ କରିବାର ଢଙ୍ଗ ଏବଂ ଏହି ପର୍ବର ନାମ ଭିନ୍ନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା ଦୁନିଆର କେଉଁ କୋଣରେ ଏବଂ କିପରି ପାଳନ କରାଯାଏ ।

ଆଫ୍ରିକାର କିଛି ଦେଶରେ 'ଓମାନ ବୋନଙ୍ଗା' ନାମରେ ଏହି ପର୍ବକୁ ପାଳନ କରାଯାଇଥାଏ । ଏହି ପର୍ବ ହୋଲିକା ଦହନ ଭଳି ପାଳନ କରାଯାଇଥାଏ । ଏହି ଦିନରେ ଜଙ୍ଗଲର ଦେବତାଙ୍କୁ ଜଳା ଯାଇଥାଏ । ଏହି ଦେବତାଙ୍କୁ ପ୍ରିନ୍ ବଙ୍ଗା ବୋଲି କୁହାଯାଇଥାଏ । ଏହାଙ୍କୁ ଜଳାଇ ଲୋକେ ଗୀତ ଗାଇବା ସହ ନୂଆ ଫସଲର ସ୍ବାଗତ କରିଥାଆନ୍ତି ।

ପ୍ରତିବର୍ଷ ସାଉଥ୍ କୋରିଆରେ ପ୍ରାୟ 200 କିଲୋମିଟର ଦୂରରେ ସାଉଥ୍ ଅଫ୍ ସିୟେଲ୍ ରେ ଗରମ ଦିନରେ ବୋରାୟଙ୍ଗ୍ ନାମକ ଏକ ପର୍ବ ପାଳନ କରାଯାଏ । ଏହି ପର୍ବ ପାଇଁ ଲୋକେ ଏହି ଦିନ ମାଟି ଏବଂ କାଦୁଅରେ ହୋଲି ଖେଳିଥାଆନ୍ତି ।

ଚେକୋସ୍ଲୋଭାକିଆରେ ବଲିଆ କୋନେସ୍ ନାମରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ପର୍ବ ହୋଲି ପରି ପାଳନ କରାଯାଇଥାଏ । ଏହି ଅବସରରେ ଲୋକେ ପରସ୍ପର ଉପରେ ରଙ୍ଗ ଢାଳିଥାଆନ୍ତି ।

ଆପଣ 'ଏ ଜିନ୍ଦେଙ୍ଗି ନ ମିଲେଗି ଦୁବାରା' ଫିଲ୍ମ ତ ଦେଖିଥିବେ । ଫିଲ୍ମରେ ଟମାଟୋକୁ ନେଇ ଏକ ଗୀତ ପ୍ରସ୍ତୁତ ହୋଇଥିଲା । ସେହିଭଳି ବୁନୋଲ୍‌ର ଭାଲେନସିଆନ୍‌ରେ ଟମାଟୋରେ ହୋଲି ଖେଳାଯାଇଥାଏ । ଏହି ପର୍ବରେ ଲୋକେ ପରସ୍ପରକୁ ଟମାଟୋ ମାରିଥାଆନ୍ତି । ଏହି ବର୍ଷ ଏହା 28 ଅଗଷ୍ଟରେ ପାଳନ କରାଯାଉଛି ।

ସେହିପରି ସ୍ପେନ୍‌ରେ ଲୋକେ ଇନଫାରନୌଟ୍‌ସ ପର୍ବରେ ପରସ୍ପରକୁ ଅଟାର ଗୁଳା ଏବଂ ଅଣ୍ଡା ଫୋପାଡି ଥାଆନ୍ତି । ଏହି ପର୍ବକୁ ବର୍ଷରେ ଗୋଟିଏ ଥର ପାଳନ କରାଯାଏ । କେବଳ ଏତିକି ନୁହେଁ ଏହି ପର୍ବରେ ବାଣ ମଧ୍ୟ ଫୁଟା ଯାଇଥାଏ ।

ଅଷ୍ଟ୍ରେଲିଆରେ ପ୍ରତିବର୍ଷ ଏହି ପର୍ବରେ ଲୋକେ ନିଜ ଶରୀରରେ ବ୍ରାଇଡ କଲରର ପେଣ୍ଟ କରି ପୁରା ଦିନ ନୃତ୍ୟ କରିଥାଆନ୍ତି ।

ନର୍ଥସ୍ପେନ୍‌ର ଲା ରୁଇଜା ରିଜନକୁ ହୋଲାର ଟାଉନରେ ପ୍ରତିବର୍ଷ ମଦରେ ହୋଲି ଖେଳାଯାଇଥାଏ । ଏଥିରେ ମଦ ପିଇବା ଏବଂ ଖେଳିବା ପ୍ରତିଯୋଗିତା ହୋଇଥାଏ । ଲୋକେ ବାଲ୍ଟିରେ ପରସ୍ପର ଉପରେ ମଦ ଢାଳିଥାଆନ୍ତି । ଏହି ବର୍ଷ ଏ ପର୍ବ 29 ଏବଂ 30 ଜୁନ୍‌ରେ ପାଳନ କରାଯିବ ।

ସେହିପରି କେପଟାଉନରେ ହୋଲି ପର୍ବରୁ ପ୍ରେରିତ ହୋଇ ପର୍ବକୁ ହୋଲି ବନ୍ ନାମରେ ପାଳନ କରାଯାଇଥାଏ ।
ଥାଇଲାଣ୍ଡର ନ୍ୟୁ ଇଅର ପାର୍ଟିରେ ସୋନ୍‌କ୍ରୋନ୍ କୁହାଯାଏ । ଏହିଦିନ ଲୋକେ ରାସ୍ତାକୁ ଓହ୍ଲାଇ ବରଫର ଥଣ୍ଡା ପାଣିକୁ ପରସ୍ପର ଉପରକି ଫୋପାଡି ଥାଆନ୍ତି । ଏଥର ଏହି ପର୍ବ 13 ଅପ୍ରେଲରୁ 15 ଅପ୍ରେଲ୍ ପର୍ଯ୍ୟନ୍ତ ପାଳନ କରାଯିବ ।

ପୋଲାଣ୍ଡରେ ହୋଲି ଭଳି ଅର୍ସିନା ନାମର ପର୍ବ ପାଳନ କରାଯାଇଥାଏ । ଏହି ଅବସରରେ ଲୋକେ ପରସ୍ପର ପରସ୍ପରକୁ ରଙ୍ଗ ଲଗାଇଥାଆନ୍ତି ।

ଟେକ୍ସସରେ କଲରଜାମ ନାମରେ ଏକ ପର୍ବ ପାଳନ ହୋଇଥାଏ । ଲୋକେ ଏହି ଦିନ ନାଚ ଗୀତ ସହ ରଙ୍ଗରେ ବୁଡି ରହିଥାଆନ୍ତି । ଏହି ପର୍ବ ଭାରତର ହୋଲି ପରି ହୋଇଥାଏ ।

ABOUT THE AUTHOR

...view details