ଓଡିଶା

odisha

ETV Bharat / lifestyle

ସିଟରେ ଟିକେ ବସିଗଲେ ବୋଲି... - traveller

ମୋଟା ହେବା ପଡିଲା ମହଙ୍ଗା । ନିଜ ସିଟ ବାଦ୍ ଆଉ ଏକ ସିଟର କିଛି ଅଂଶରେ ବସିଥିବାରୁ ଦେବାକୁ ପଡିଲା 9400 ଟଙ୍କା । ଜଣେ ବିମାନଯାତ୍ରୀ ନିଜ କ୍ରୋଧକୁ ଶେୟାର କରିବା ସହ ଏହା ଲେଖିଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Mar 5, 2019, 9:40 PM IST

ନୂଆଦିଲ୍ଲୀ: ମୋଟା ହେବା ପଡିଲା ମହଙ୍ଗା । ନିଜ ସିଟ ବାଦ୍ ଆଉ ଏକ ସିଟର କିଛି ଅଂଶରେ ବସିଥିବାରୁ ଦେବାକୁ ପଡିଲା 9400 ଟଙ୍କା । ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ଏକ ରିପୋର୍ଟ ଅନୁସାରେ, ଜଣେ ବିମାନଯାତ୍ରୀ ନିଜ କ୍ରୋଧକୁ ଶେୟାର କରିବା ସହ ଲେଖିଥିଲେ, ସେ ବିମାନ ଯାତ୍ରା କରୁଥିବା ସମୟରେ ଜଣେ ମୋଟା ବ୍ୟକ୍ତି ତାଙ୍କ ପାଖ ସିଟରେ ପ୍ରାୟ 5ଘଣ୍ଟା ବସିଥିଲେ । କିନ୍ତୁ ପାଖ ସିଟରେ ବସିଥିବା ବ୍ୟକ୍ତି ଅଭିଯୋଗକାରୀଙ୍କ ସିଟର ଏକ ତୃତୀୟାଂଶ ଅଂଶରେ ବସିଥିଲେ । ଏହା ତାଙ୍କ ପାଇଁ ଖୁବ୍ ଅସହ୍ୟ ଥିଲା । ସେ ତାଙ୍କ ସିଟକୁ ଅକ୍ତିଆର କରିଥିବା ନେଇ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ ।

ଏହାପରେ ସେ ବିମାନ ଭଡାର ଅଧା ଟଙ୍କା ମଧ୍ୟ ତାଙ୍କୁ ମାଗିଥିଲେ । ମାତ୍ର କଥା ଆଗକୁ ବଢିବାରୁ ସେ ଏହି କଥା ବିମାନ କ୍ର୍ୟୁ ମେମ୍ବରଙ୍କୁ କହିଥିଲେ । କ୍ର୍ୟୁ ମେମ୍ବର ସେହି ବ୍ୟକ୍ତିଙ୍କୁ କହିଥିଲେ ଆପଣଙ୍କୁ ଆଉ ଏକ ସିଟ କିଣିବାର ଆବଶ୍ୟକତା ରହିଛି । ମାତ୍ର ସେ ସମୟରେ ଫ୍ଲାଇଟରେ ସମସ୍ତ ସିଟ୍ ଫୁଲ୍ ହୋଇସାରିଥିଲା ।

ତେବେ ଏନେଇ ସୋସିଆଲ ମିଡିଆରେ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଥିଲେ । କିଛି ଲୋକ ଏହା ମଧ୍ୟ କହିଥିଲେ ଯେ, ଏହାଦ୍ବାରା ମୋଟା ବ୍ୟକ୍ତିଙ୍କର ଅପମାନ କରାଯାଇଛି ।

ଆଉ କିଛି ୟୁଜର ମଧ୍ୟ ଏହି ବ୍ୟକ୍ତିଙ୍କ ସମର୍ଥନରେ ଲେଖିଥିଲେ ମୋଟା ବ୍ୟକ୍ତିଙ୍କୁ ଦୁଇଟି ସିଟ୍ କିଣିବା ଆବଶ୍ୟକ ।

ABOUT THE AUTHOR

...view details