ଓଡିଶା

odisha

ETV Bharat / jagte-raho

ଫସର ଫାଟିଲା ବନ୍ଧୁକ ରଖିବାର ଜୋସ, ନିଶାରେ ଉଡିଗଲା ହୋସ - Crime news

ଦିଲ୍ଲୀର ନୋଏଡାରେ ଜଣେ ଯୁବକ ନିଶାଗ୍ରସ୍ତ ଥିବା ସମୟରେ ଯେଉଁ ଭୁଲ କରିଥିଲେ ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଅତ୍ୟଧିକ ନିଶା ଯୋଗୁଁ ସେ ନିଜ ଗୁପ୍ତାଙ୍ଗକୁ ଗୁଳି ମାରିଥିଲେ।

ପ୍ରତୀକାତ୍ମକ ଫଟୋ

By

Published : Mar 13, 2019, 3:17 PM IST

ନୋଏଡା: ସାଙ୍ଗ ବାହାଘରରେ ପକେଟରେ ବନ୍ଧୁକ ରଖି ଜୋସରେ ନାଚୁଥିଲେ । ତେବେ ଅତ୍ୟଧିକ ନିଶା ସାଜିଥିଲା କାଳ । ଫସର ଫାଟିଥିଲା ବନ୍ଧୁକ ରଖିବାର ଜୋସ । ଆଉ ନିଶାରେ ଏପରି କିଛି କରି ବସିଥିଲେ ଯାହା ତାଙ୍କ ଜୀବନରେ ଏକ ବିରାଟ କ୍ଷତି କରିଥିଲା।

ରିପୋର୍ଟ ଅନୁସାରେ ଦିଲ୍ଲୀର ନୋଏଡାରେ ଜଣେ ଯୁବକ ନିଶାଗ୍ରସ୍ତ ଥିବା ସମୟରେ ଯେଉଁ ଭୁଲ କରିଥିଲେ ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଶନିବାର ଦିଲ୍ଲୀରୁ ଗ୍ରେଟର ନୋଏଡାକୁ ଏକ ବରଯାତ୍ରୀ ଦଳ ଯାଉଥିଲେ । ବରଯାତ୍ରୀରେ ଯାଇଥିବା ବରର ସାଙ୍ଗ ଶୌଚାଳୟ ଯିବା ପରେ ହଠାତ୍‌ ଚିତ୍କାର କରିଥିଲା । ଚିତ୍କାର ଶୁଣି ଅନ୍ୟ ବରଯାତ୍ରୀ ଦୌଡି ଆସିଥିଲେ ।

ଏହାପରେ ଯାହା ଦେଖିଥିଲେ ସେମାନଙ୍କ ହୋସ ଉଡିଯାଇଥିଲା । ବରଯାତ୍ରୀରେ ନାଚିବା ପାଇଁ ନିଜ ପ୍ୟାଣ୍ଟ ପକେଟରେ ଯୁବକ ଜଣକ ବନ୍ଧୁକ ରଖିଥିଲା । ତେବେ ଶୌଚାଳୟ ଯାଇଥିବା ବେଳେ ଏଥିରୁ ହଠାତ ଗୁଳି ଫୁଟି ଯାଇଥିଲା । ଯାହା ସିଧା ଯାଇ ତାଙ୍କ ଗୁପ୍ତାଙ୍ଗରେ ବାଜିଥିଲା । ଫଳରେ ସେ ଅଚେତ ହୋଇଥିଲା ।

ତେବେ ତାଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତର ଯୁବକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଗୁପ୍ତାଙ୍ଗକୁ ଅଧା କାଟିଥିଲେ । ଏପରି ନ କରିଥିଲେ ଯୁବକଙ୍କର ପ୍ରାଣ ପଳାଇଥାନ୍ତା ବୋଲି ଡାକ୍ତର ସୂଚନା ଦେଇଥିଲେ । ତେବେ ଏହା ସମ୍ପର୍କରେ ପୋଲିସରେ ଖବର ଦିଆଯାଇନଥିଲା । ପୋଲିସ ନିଜ ଆଡୁ ମାମଲାର ତଦନ୍ତ ଆରମ୍ଭ କରିଛି । ଅଧିକ ନିଶାଗ୍ରସ୍ତ ଥିବାରୁ ଭୁଲବଶତଃ ନିଜେ ଗୁଳି ଚଳାଇ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

ABOUT THE AUTHOR

...view details