ଓଡିଶା

odisha

ETV Bharat / jagte-raho

ବାରହା ଶିକାର ହେଲା କାଳ, ଶିକାରୀ ଗୁଳିରେ ସହଯୋଗୀ ମୃତ - rayagada murder news

ରାୟଗଡା ଜିଲ୍ଲା କାଶୀପୁର ବ୍ଳକ କାଳିଆଯୋଡି ଗାଁରେ ବାରହା ଶିକାର ହେଲା କାଳ । ଶିକାରୀ ଗୁଳିରେ ଜଣେ ସହଯୋଗୀ ମୃତ । ସେପଟେ ଖବର ପାଇ ଅଧାପଡା ମୃତଦେହକୁ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ବାରହା ଶିକାର ହେଲା କାଳ
ବାରହା ଶିକାର ହେଲା କାଳ

By

Published : Sep 24, 2020, 9:50 AM IST

Updated : Sep 24, 2020, 4:05 PM IST

ରାୟଗଡା:କାଶୀପୁର ବ୍ଳକ କାଳିଆଯୋଡି ଗାଁରେ ବାରହା ଶିକାର ହେଲା କାଳ । ଶିକାରୀ ଗୁଳିରେ ଜଣେ ସହଯୋଗୀ ମୃତ । ଗୁପ୍ତରେ ଗାଁ ଲୋକେ ସତ୍କାର କରୁଥିବା ସମୟରେ ଅଧାପୋଡା ମୃତଦେହ ଜବତ କରିଛି ପୋଲିସ । ଘଟଣାରେ 18 ଜଣଙ୍କୁ ପୋଲିସ ଅଟକ ରଖିଥିବାବେଳେ ଆଜି ସେମାନଙ୍କୁ ଗିରଫ କରିଛି ।

ବାରହା ଶିକାର ହେଲା କାଳ, ଶିକାରୀ ଗୁଳିରେ ସହଯୋଗୀ ମୃତ

କାଳିଆଯୋଡି ଗ୍ରାମରେ କିଛିଦିନ ହେବ ଗୋଟିଏ ବାରହା ଉପଦ୍ରବ କରିଥିବା ସହ ଧାନ ଓ ମକା ଫସଲ ନଷ୍ଟ କରୁଥିଲା । ଏଥିରେ ଅତିଷ୍ଠ ହୋଇ କଞ୍ଚଗୁମ୍ମା ଓ କାଳିଆଯୋଡି ଗାଁର କିଛି ଲୋକ ବାରହାକୁ ମାରିବାକୁ ନିକଟରେ ଥିବା ପାହାଡ ଉପରକୁ ଯାଇଥିଲେ । ତେବେ ବାରହା ଶିକାର ପୂର୍ବରୁ କୌଣସି କାରଣରୁ ଧନସିଂ ଦିଶରୀଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା । ଗୁଳିଟି ଗାଁର ଖଗେଶ୍ବର ଝଡିଆଙ୍କ ମୁଣ୍ଡରେ ବାଜିଥିଲା । ଗୁରୁତର ଅବସ୍ଥାରେ ଖଗେଶ୍ବରଙ୍କୁ ଗାଁକୁ ଆଣୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖଗେଶ୍ବରଙ୍କ ମୃତ୍ୟୁ ପରେ ମାମଲାକୁ ଚାପିଦେବାକୁ ବସିଥିଲା ବୈଠକ । ଗାଁ ଲୋକେ କରିଥିବା ବୈଠକରେ ମୃତ ଖଗେଶ୍ବରଙ୍କ 4ଟି ସନ୍ତାନ ଥିବା ସହ ତାଙ୍କ ପତ୍ନୀ ଗର୍ଭବତୀ ଥିବାରୁ ତାଙ୍କୁ ଆର୍ଥିକ ସହାୟତା 2 ଲକ୍ଷ 80 ହଜାର କ୍ଷିତି ପୂରଣ ଦେବାକୁ ନିଷ୍ପତ୍ତି ହୋଇଥିଲା । ଏହାପରେ ବୁଧବାର ସକାଳେ ଉଭୟ ଗ୍ରାମର ଲୋକଙ୍କ ଉପସ୍ଥିତିରେ ସତ୍କାର କରାଯାଉଥିଲା ।

ହେଲେ ଅନ୍ତିମ ସଂସ୍କାର ସରିବା ପୂର୍ବରୁ ସବୁ ହୋଇଗଲା ଓଲଟପାଲଟ । ଶବସତ୍କାର ଚାଲିଥିବା ବେଳେ ଏଣ୍ଟ୍ରି ମାରିଥିଲା ପୋଲିସ । ରାୟଗଡା ଏସଡିପିଓ ମୃତଦେହକୁ ଜବତ କରିବା ପାଇଁ ଅଣ୍ଡିରାକାଞ୍ଚ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧାପଡା ମୃତଦେହକୁ ଜବତ କରିଛି । ତେବେ ଗତକାଲି ମୃତଦେହ ବ୍ୟବଚ୍ଛେଦ ହୋଇପାରିନଥିବା ବେଳେ ଆଜି ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଅନ୍ୟପଟେ ଘଟଣାରେ ଦୁଇ ଗ୍ରାମର 18 ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Sep 24, 2020, 4:05 PM IST

ABOUT THE AUTHOR

...view details