ଖୋର୍ଦ୍ଧା: ଯୁବକଙ୍କୁ ହତ୍ୟା ଅଭିଯୋଗରେ ବାଣପୁର ଥାନା ଘେରିଲେ ଗ୍ରାମବାସୀ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନିପୁର ଗ୍ରାମର ଦର୍ଶନ ନାୟକ ଗତ 7ତାରିଖରୁ ନିଖୋଜ ଥିଲେ । ଏନେଇ 8ରେ ବାଣପୁର ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ରବିବାର ସୋଲାରୀ ରେଳ ଷ୍ଟେସନ ରେଳଧାରଣାରୁ ତାଙ୍କର ମୃତଦେହ ଜବତ କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।
ଯୁବକର ହତ୍ୟା ଅଭିଯୋଗରେ ଥାନା ଘେରିଲେ ଗ୍ରାମବାସୀ - ଯୁବକର ହତ୍ୟା ଅଭିଯୋଗରେ ଥାନା ଘେରିଲେ ଗ୍ରାମ ବାସୀ
ଯୁବକଙ୍କୁ ହତ୍ୟା ଅଭିଯୋଗରେ ଥାନା ଘେରିଲେ ଗ୍ରାମବାସୀ । ରେଳ ଧାରଣାରୁ ମୃତ ଯୁବକର ମୃତଦେହ ଉଦ୍ଧାର ହୋଇଥିଲା । ଯୁବକର ପ୍ରକୃତ ହତ୍ୟାକାରୀକୁ ଧରିବା ପାଇଁ ଥାନା ଆଗରେ ଧାରଣା ଦେଲେ ପରିବାର ଲୋକ । ଅଧିକ ସୂଚନା ପାଇଁ ପଢନ୍ତୁ ...
![ଯୁବକର ହତ୍ୟା ଅଭିଯୋଗରେ ଥାନା ଘେରିଲେ ଗ୍ରାମବାସୀ villager protest in front police station](https://etvbharatimages.akamaized.net/etvbharat/prod-images/768-512-6351622-thumbnail-3x2-khurdha.jpg)
ଯୁବକର ହତ୍ୟା ଅଭିଯୋଗରେ ଥାନା ଘେରିଲେ ଗ୍ରାମ ବାସୀ
ଯୁବକର ହତ୍ୟା ଅଭିଯୋଗରେ ଥାନା ଘେରିଲେ ଗ୍ରାମ ବାସୀ
ଅନ୍ୟପେଟେ ପରିବାର ବର୍ଗ ମୃତଦେହକୁ ଚିହ୍ନଟ କରିଥିବା ବେଳେ ତାଙ୍କ ପୁଅକୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରି ବାଣପୁର ଥାନା ଆଗରେ ଧାରଣାରେ ବସିଥିଲେ । ତୁରନ୍ତ ଦର୍ଶନଙ୍କ ହତ୍ୟାକାରୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ