ଓଡିଶା

odisha

ETV Bharat / jagte-raho

ଝଡିଗଲା କଅଁଳ କଢି, ସୀମା ଲଙ୍ଘିଲା ଯୌନ ପିପାଷୁଙ୍କ ବର୍ବରତା - ବିଭତ୍ସ ଭାବେ ନାବାଳିକାକୁ ଘରେ ହତ୍ୟା

କାଳରାତ୍ରିରେ ତା ପାଇଁ ଘନେଇ ଆସୁଥିଲା ବିପଦର ବତାଶ। ସେ ଘରେ ଥିଲା ଆଉ ବାପା ମାଙ୍କ ଆସିବା ବାଟକୁ ଅନାଇ ବସିଥିଲା। ହେଲେ ତା ପୂର୍ବରୁ ଏମିତି କିଛି ଘଟଣା ତା ସହ ଘଟିଗଲା ସେ ସବୁଦିନ ପାଇଁ ପୀଡିତାର ନାଁ ନେଇ ଆଖି ବୁଝିଲା। ଅଧିକ ଖବର ପଢନ୍ତୁ...

UP minor killed in her house, rape suspected
ଝଡିଗଲା କଅଁଳ କଢି, ସୀମା ଲଘିଂଲା ଯୌନ ପିପାଷୁଙ୍କ ବର୍ବରତା

By

Published : Mar 24, 2020, 3:25 PM IST


ଲକ୍ଷ୍ନୌ: ଆଉ ଏକ ନିର୍ଭୟା। ଏହି ଘଟଣା ଅଭାବନୀୟ ଓ ଅମାନୁଷିକ। ଏହା ଯେତିକି ଭୟଙ୍କର ସେତିକି ବିଭତ୍ସ ଓ ହୃଦୟବିଦାରକ। ଯାହା ମନେପକାଇ ଦେଉଛି 2012, ଡିସେମ୍ବର16ର ସେହି କାଳ ରାତିର ଘଟଣାକୁ । ସାତ ବର୍ଷର ସେ ଲୋମ ଟାଙ୍କୁରା ଘଟଣାରେ 4 ଦୋଷୀଙ୍କୁ ଫାଶି ମିଳିସାରିଥିବା ବେଳେ ସମସ୍ତେ ନିର୍ଭୟା ନ୍ୟାୟର ଖୁସିର ସକାଳକୁ ମନାଇଛନ୍ତି। ହେଲେ ଦିନ କେଇଟା ନବିତୁଣୁ ସାମ୍ନାକୁ ଆସିଲା ଆଉ ଏକ କଅଁଳ ନିର୍ଭୟାର ଘଟଣା । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହମିରପୁରରେ। ଯାହା ଗରମ କରିଦେଉଛି ଶରୀରର ପ୍ରତ୍ୟେକ ରକ୍ତ ବିନ୍ଦୁକୁ ।

ସେତିକି କଷ୍ଟ ଓ ଯନ୍ତ୍ରଣାରେ ଛଟପଟ ହେଉଥିଲା କୁନି ଝିଅଟାର ପୂରା ଶରୀର। ସେଦିନ ସେ ଘରୁ ବାହାରକୁ ବାହାରି ନଥିଲା ବରଂ ନିଜ ଘରେ ରହିଥିଲା । ତାହା ସହ କୌଣସି ପୁଅ ସାଙ୍ଗ ନଥିଲେ କି ଅଧାରାତିରେ ସେ ଫିଲ୍ମ ଦେଖିବାକୁ ଘରୁ ଗୋଡ କାଢିନଥିଲା। ହେଲେ ତାହା ସହ ଘଟିଗଲା ଏପରି ଏକ ହୃଦୟଥରା ଘଟଣା। କ'ଣ ଦୋଷ ଥିଲା ସେହି ଛୋଟ ଝିଅଟାର ଦୁନିଆ ବିଷୟରେ ଜାଣିବା ଆଗରୁ ତାର ଜୀବନ ନେଇଗଲେ ଏହି ଅଜ୍ଞାତ ଯୌନ ରାକ୍ଷସ।

ଝିଅଟିର ବୟସ ମାତ୍ର 12 ବର୍ଷ। ନିଜ ଘରେ ରହିଥିବା ବେଳେ ରବିବାର ରାତ୍ରି ସମୟରେ କେହି ଦୃବୁତ୍ତ ତାକୁ ହତ୍ୟା କରିଛନ୍ତି। ତେବେ ପୀଡିତାଙ୍କ ଦେହରେ ଗଭୀର କ୍ଷତ ଓ ଆଘାତ ଲାଗିଛି। ଏହି ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ ପୋକସ୍କୋ ଅଧିନୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ପୀଡିତାର ଭାଇ ଭଉଣୀ ଓ ପିତା ମାତା କୃଷିକ୍ଷେତ୍ରକୁ ଯାଇଥିବାବେଳେ ଘରେ ନାବାଳିକା ଏକୁଟିଆ ଥିଲା। ଯାହାର ସୁଯୋଗ ନେଇ କେହି ଏଭଳି ଅମାନୁଷିକ କାଣ୍ଡ ଭିଆଇ ଚାଲିଯାଇଥିଲା। କାମ ସାରି ପୀଡିତାର ବାପା ମା ପହଞ୍ଚିବା ପରେ ଘରର ଚଟାଣରେ ନାବାଳିକାର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଦେଖିଥିଲେ। ଏହାସହ ନାବାଳିକାର ଶରୀର ଅର୍ଦ୍ଧନଗ୍ନ ଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତର ଚିହ୍ନ ଥିଲା।

ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗରେ ଦୁଷ୍କର୍ମର ଦାଗ,ମୁଣ୍ଡ ଓ ମୁହଁରେ କ୍ଷତ ରହିଥିଲା। ସବୁଠୁ କଷ୍ଟ ଦାୟକ ଥିଲା ନାବାଳିକାର ପାଟିରେ ରେଞ୍ଚି ଭର୍ତ୍ତି ହୋଇଥିଲା। ତେବେ ଆକ୍ରମଣକାରୀ ଜଣକ ନିଜର ପରିଚୟ ଲୁଚାଇବା ପାଇଁ ତାଙ୍କୁ ହତ୍ୟା କରିଛନ୍ତି। ମୃତଦେହକୁ ପୋଷ୍ଟ ମର୍ଟମ ଫରେନସିକ୍ ବିଶେଷଜ୍ଞଙ୍କ ପାଇଁ ପଠାଯାଇଛି। ତେବେ କିଛି ସ୍ଥାନୀୟ ଲୋକଙ୍କୁ ଘଟଣାରେ ସନ୍ଦେହ କରାଯାଇ ପଚରାଉଚରା ପାଇଁ ଅଟକ ରଖାଯାଇଛି।

ABOUT THE AUTHOR

...view details