ଓଡିଶା

odisha

ETV Bharat / jagte-raho

ଅଜଣା ଫ୍ରେଣ୍ଡ ରିକ୍ବେଷ୍ଟ ପଠାଉଛନ୍ତି ସାଇବର ଠକ, ଆଡଭାଇଜାରୀ ଜାରି କଲା ସାଇବର ସେଲ - cyber cell issues advisory

ଫେସବୁକରେ ଅଜଣା ଫ୍ରେଣ୍ଡ ରିକ୍ବେଷ୍ଟ ପଠାଉଛନ୍ତି ସାଇବର ଠକ । ହୋଇଯାଆନ୍ତୁ ହୁସିଆର । ସେପଟେ ଏହାକୁ ଦୃଷ୍ଟିରେ ରଖି ଆଡଭାଇଜାରୀ ଜାରି କଲା ସାଇବର ସେଲ । ଅଧିକ ପଢନ୍ତୁ...

ସାଇବର ଠକ
ସାଇବର ଠକ

By

Published : Jan 4, 2021, 10:19 AM IST

ଭୁବନେଶ୍ବର: ସତର୍କ ରୁହନ୍ତୁ ଫେସବୁକ ବ୍ୟବହାରକାରୀ । ଫେସବୁକରେ ସୁନ୍ଦରୀ ତରୁଣି ଫଟୋ ଥିବା ଫ୍ରେଣ୍ଡ ରିକ୍ବେଷ୍ଟ ଆସୁଛି କି ? ହୋଇଯାଆନ୍ତୁ ହୁସିଆର । ଭଲଭାବେ ପରଖି ଆସେପ୍ଟ କରନ୍ତୁ ରିକ୍ବେଷ୍ଟ। ନଚେତ ଆପଣ ହୋଇପାରନ୍ତି ସାଇବର ଠକଙ୍କ ଶିକାର।

କାରଣ ଏଭଳି ଅଜଣା ଫ୍ରେଣ୍ଡ ରିକ୍ବେଷ୍ଟ ଜରିଆରେ ମାତିଛନ୍ତି ସାଇବର ଠକ। ପ୍ରଥମେ ଆପଣଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତି। ପରେ ପର୍ସନାଲ ଚାଟ୍‌ରେ ହାଲୋ ହାଏ ସହ ସୁଆଦିଆ ମିଛ କହି ଆପଣଙ୍କୁ ସେମାନଙ୍କ ମୋହରେ ମୋହରା ବନାନ୍ତି। ଆଉ ଘନିଷ୍ଠତା ବଢିବା ପରେ ଆପଣଙ୍କ ସହ ଭିଡିଓ ଚାଟ ପାଇଁ ଆପଣଙ୍କୁ ଉସକାଇବେ। ପରେ ଧିରେ ଧିରେ ବିଶ୍ବସନୀୟତା ଭାଜନ କଲା ପରି ଅଶ୍ଳୀଳ ଭିଡିଓ ଚାଟ କରିବେ। ପରେ ଆପଣଙ୍କୁ ଅଶ୍ଳୀଳ ଭାବେ ଚାଟ ପାଇଁ ଉସକାଇବେ।

ସାଇବର ଠକ

ଆପଣ ଏପରି ଚାଟ କଲେ ଆପଣଙ୍କର ନଗ୍ନ ଫଟୋ ବା ଅଶ୍ଳୀଳ ଚାଟ୍‌ ସମୟର ଫଟୋକୁ ସ୍କ୍ରିନସଟ ନେଇ ପରେ ଆପଣଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିବେ। ଏଭଳି ଢଙ୍ଗରେ ଏବେ ସାଇବର ଠକ ନିରିହ ଲୋକଙ୍କୁ ଓ ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଠକାମିର ଜାଲ ବିଛାଉଛନ୍ତି । ଯାହାର ଗଣ୍ଡା ଗଣ୍ଡା ଅଭିଯୋଗ କଟକ ସାଇବର ସେଲରେ ଦାଖଲ ହେଉଛି ।

ଏହାକୁ ଦୃଷ୍ଟିରେ ରଖି ସାଇବର ସେଲ ପକ୍ଷରୁ ଆଡଭାଇଜାରୀ ଜରିଆରେ ନିର୍ଦ୍ଦେଶାବଳୀ ବା ସତର୍କ ସୂଚନା ଜାରି କରାଯାଇଛି।

କେବଳ ସେଭଳି ନୁହେଁ, ସେହିପରି ଏସବୁ ଉପାୟରେ ଆସୁଛି ସାଇବର ଠକଙ୍କ ଫୋନ କଲ ଜାଣନ୍ତୁ...

1. ଓଏଲଏକ୍ସରେ ପାର୍ସଲ ଡେଲିଭେରୀ ବା ଆର୍ମି ପାର୍ସଲ ଡେଲିଭେରୀ କରିବା ବାହାନାରେ କମ ଦାମର ଜିନିଷ ଡେଲିଭରି କରିବା ଆଳରେ କହି ସାଇବର ଠକେଇ କରୁଛନ୍ତି ଠକ। ଏଭଳି କଲ ଭରତପୁର ରାଜସ୍ଥାନ ଅଞ୍ଚଳରୁ ଆସୁଛି ।

2.ଏଟିଏମ କାର୍ଡର ଭାଲିଡିଟି ବା କେୱାସି ଫର୍ମ ଭରିବା ବାହାନାରେ ନଚେତ ୟୁପିଆଇ ପେମେଣ୍ଟର ସ୍କାନ କ୍ୟୁଆର କୋର୍ଡ ପଠାଇ ସାଇବର ଠକ ଆପଣଙ୍କୁ କଲ କରି ଠକୁଛନ୍ତି । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରୁ କଲ କରି ଏପରି ଠକୁଛନ୍ତି ସାଇବର ଠକ ।

3.ନକଲି ସରକାରୀ ୱେବସାଇଟ ଜରିଆରେ ଠକେଇ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରିଦେବାର ଲାଳସା ଦେଖାଇ ବିଶେଷ କରି ସାଉଥ ବିହାର ଓ ଭରତପୁର ରାଜସ୍ଥାନ ଅଞ୍ଚଳରୁ କଲ କରି ଠକେଇର ଜାଲ ବିଛାଉଛନ୍ତି ।

4. କଲ ସେଣ୍ଟରରେ ଚାକିରି ଦେବା ନାଁରେ ଆପଣଙ୍କୁ ପ୍ରଲୋଭିତ କରାଇ ଆଡଭାନସ ମନି ନଚେତ ଆପଣଙ୍କ ତଥ୍ୟ ନେଇ ଠକେଇ ବା ଲୋନ ଦେବା ନାଁରେ, ଡିପୋଜିଟ ନେବା ନାଁରେ ଠକେଇ କରୁଛନ୍ତି।

5. ମାଟ୍ରିମୋନିଆଲ ସାଇଟରେ ବିବାହ ପାଇଁ ବିଶ୍ବାସ ଜନ୍ମାଇ ଚାଟ କରିବା ପରେ କିଛି ଜିନିଷ ନେବା ପାଇଁ ଅର୍ଡର କରିବା ବାହାନାରେ ଠକେଇ କରାଯାଉଛି । ଏପରି ଭାବେ ବିଶେଷ କରି ମୁମ୍ବାଇ ଓ ଦିଲ୍ଲୀରୁ ଆସୁଛି ଫୋନ କଲ ।

6. ଫେସବୁକ ହ୍ୟାକ କରି ମେସେଞ୍ଜରରେ ସାହାଯ୍ୟ କରିବା ବା ଅରଜେଣ୍ଟ ବାହାନାରେ ଟଙ୍କା ମାଗିବା ବା ମେସେଜ କରି ଅତ୍ୟନ୍ତ ଜରୁରି ଥିବା ଆଳରେ ଆପଣଙ୍କ ସମ୍ପର୍କୀୟର ଆଇଡିରୁ ଠକେଇର ଜାଲ ବିଛାଉଛନ୍ତି ମେୱାତ ହରିଆନାର କିଛି ସାଇବର ଠକ ।

7. ୟୁଏସଏରେ ଭିଜା ବା ଏନଆରଆଇ ଟଙ୍କା କନଭର୍ଟ କରିବା ବାହାନାରେ ଠକେଇ କରିବାର ବ୍ଲୁପ୍ରିଣ୍ଟ କରୁଛନ୍ତି ଗୁରୁଗ୍ରାମ, ସଲ୍ଟଲେକ ପଶ୍ଚିମବଙ୍ଗର ଅଞ୍ଚଳ ଠକ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details