ଶ୍ରୀନଗର : ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ସିଆରଫିଏଫ ଜବାନ ଆହାତ । ମଙ୍ଗଳବାର ପୁଲୱାମା ଜିଲ୍ଲାର କାକାପୋରା ପୋଲିସ ଷ୍ଟେସନରେ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିବା ଯୋଗୁଁ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ) ଯବାନ ଆହତ ହୋଇଛନ୍ତି। ପୋଲିସ ଷ୍ଟେସନ କାନ୍ଥକୁ ଗ୍ରେନେଡ ବିସ୍ଫୋରଣ ହୋଇଥିବା କହିଛି ପୋଲିସ ।
ଏହାର ପ୍ରତିଆକ୍ରମଣରେ ପୋଲିସ କିଛି ସମୟ ଧରି ଏରିଏଲ ଗୁଳି ଚାଳନା କରିଥିଲା । ଆହତ ସେନା ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।