ଓଡିଶା

odisha

ETV Bharat / jagte-raho

ମାନସିକ ଅବସାଦରେ ଯୁବପିଢି, ବଢୁଛି ଆତ୍ମହତ୍ୟା - ଓଡିଶାରେ ଆତ୍ମହତ୍ୟା ମୃତ୍ୟୁ

ରାଜ୍ୟରେ ବଢିବାରେ ଲାଗିଛି ଆତ୍ମହତ୍ୟା । ମାନସିକ ଅବସାଦରେ ଆସି ଆତ୍ମହତ୍ୟା କରୁଛନ୍ତି ଲୋକେ । ଅଧିକ ପଢନ୍ତୁ...

odisha suicide death
ମାନସିକ ଅବସାଦରେ ଯୁବପୀଢି

By

Published : Sep 8, 2020, 2:05 PM IST

ଭୁବନେଶ୍ବର: ବଢୁଛି ଟେନସନ, ଗଡୁଛି ମୁଣ୍ଡ । ଅବସାଦ ଦେଖାଉଛି ଆତ୍ମହତ୍ୟାର ବାଟ । ବଢିବାରେ ଲାଗିଛି ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା । ଯାହାର ଜ୍ବଳନ୍ତ ଉଦାହରଣ ସାଜିଛି ରାଜଧାନୀ ଭୁବନେଶ୍ବର । ସ୍କୁଲ ପିଲାଙ୍କଠୁ ଆରମ୍ଭ କରି ସରକାରୀ ଚାକିରିଆ ସଭିଁଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର କାରଣ ପାଲଟୁଛି ମାନସିକ ଅବସାଦ ।

ରାଜଧାନୀରେ ଗତ 5 ମାସରେ ଆତ୍ମହତ୍ୟା କଲେଣି 90 ଜଣ । ସେଥିରୁ କେବଳ 81 ଜଣ ଲକଡାଉନ ସମୟରେ ହିଁ ଆତ୍ମହତ୍ୟା କରିଛନ୍ତି । ପୂର୍ବବର୍ଷ ଏହି ସମୟରେ 54 ଜଣଙ୍କର ପ୍ରାଣ ଯାଇଥିବାବେଳେ ଚଳିତ ବର୍ଷ ଆତ୍ମହତ୍ୟା ସଂଖ୍ୟା ଅଧିକ ରହିଛି ।

ମାନସିକ ଅବସାଦରେ ଯୁବପୀଢି, ବଢୁଛି ଆତ୍ମହତ୍ୟା

2018 ମସିହା ଅପେକ୍ଷା 2019 ମସିହାରେ ରାଜ୍ୟରେ ଆତ୍ମହତ୍ୟା କମ ଥିବାବେଳେ ଚଳିତ ବର୍ଷ ଅଧିକ ରହୁଥିବା ଦେଖାଯାଉଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ, 2018 ମସିହାରେ ରାଜ୍ୟରେ 4592 ଜଣ ଆତ୍ମହତ୍ୟା କରିଥିବାବେଳେ 2019ରେ 4582 ଜଣ ଜୀବନ ହାରିଥିଲେ । ଯେଉଁଥିରେ 2596 ଜଣ ପୁଅ ଥିବାବେଳେ 1986 ଜଣ ଝିଅ ରହିଛନ୍ତି । ସେମାନଙ୍କ ମଧ୍ୟରୁ 2779 ଜଣ ପାରିବାରିକ ସମସ୍ୟା, 858 ଜଣ ବେକାରୀ ସମସ୍ୟା, ନିଶା ସେବନ ପାଇଁ 23 ଜଣ, ପ୍ରେମଜନିତ କାରଣ ପାଇଁ 172 ଜଣ ରହିଥିବାବେଳେ 527 ଜଣଙ୍କ ଆତ୍ମହତ୍ୟାର କୌଣସି କାରଣ ଜଣାପଡିନାହିଁ ।

ଏମାନଙ୍କ ମଧ୍ୟରେ 192 ଜଣ ପାଣିରେ ବୁଡି ଆତ୍ମହତ୍ୟା କରିଥିବାବେଳେ 124 ଜଣ ଦେହରେ ନିଆଁ ଲଗାଇ, 1826 ଜଣ ଝୁଲନ୍ତା ଅବସ୍ଥାରେ, 2188 ଜଣ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସବୁଠୁ ବଡ କଥା ହେଉଛି ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରେ 379 ଜଣ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି ।

ତେବେ ଦିନକୁ ଦିନ ଆତ୍ମହତ୍ୟା ବଢୁଥିବା, ଯୁବପିଢିଙ୍କୁ ମାନସିକ ଅବସାଦ ଗ୍ରାସ କରୁଥିବା ପ୍ରମାଣିତ କରୁଛି । ଏଥିପାଇଁ ପରିବାର ଭିତରେ ହିଁ କାଉନସେଲିଂର ଆବଶ୍ୟକତା ଜରୁରୀ ହୋଇ ପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details