ଓଡିଶା

odisha

ଲକଡାଉନରେ ରାଜଧାନୀରେ ହଣାକଟା: କଟୁରୀରେ ଗୋଡେଇ ହାଣିଲେ ଦୁର୍ବୃତ୍ତ

By

Published : Jul 21, 2020, 2:08 PM IST

ପୂର୍ବଶତୃତାକୁ କେନ୍ଦ୍ର କରି ବାପୁଜୀନଗର ଓଭରବ୍ରିଜ ଉପରେ କଟୁରୀରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ କ୍ୟାପିଟାଲ ଆଇଆଇସିଙ୍କ ସହ ଏକ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି ।

ଲକଡାଉନରେ ରାଜଧାନୀରେ ହଣାକଟା: କଟୁରିରେ ଗୋଡେଇ ହାଣିଲେ ଦୁର୍ବୃତ୍ତ
ଲକଡାଉନରେ ରାଜଧାନୀରେ ହଣାକଟା: କଟୁରିରେ ଗୋଡେଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀରେ ଚ୍ୟାଲେଞ୍ଜ । କଟୁରୀରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । କ୍ୟାପିଟାଲ ଥାନା ବାପୁଜୀ ନଗର ପାଣିଟାଙ୍କି ବସ୍ତିରେ ଘଟିଛି ଅଘଟଣ । ପୂର୍ବଶତୃତାକୁ କେନ୍ଦ୍ର କରି ପି ନରସିଂମା ଦାଣ୍ଡିଆ ନାମକ ଯୁବକକୁ ହାଣିଛନ୍ତି ଦୁର୍ବୃତ୍ତ ।

ଲକଡାଉନରେ ରାଜଧାନୀରେ ହଣାକଟା: କଟୁରିରେ ଗୋଡେଇ ହାଣିଲେ ଦୁର୍ବୃତ୍ତ

ଫଳରେ ଯୁବକର ବାମହାତ ଓ ଅଣ୍ଟାରେ ଶକ୍ତ ଆଘାତ ଲାଗିଛି । ବାପୁଜୀନଗର ଓଭରବ୍ରିଜ ଉପରେ ନରସିଂମା ଦୌଡି ପଳାଉଥିବା ବେଳେ ତାକୁ ଧରି ଧରି ଏକ କଟୁରୀରେ ଗୋଡେଇ ହାଣିଛନ୍ତି । ଆହତକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ କ୍ୟାପିଟାଲ ଆଇଆଇସିଙ୍କ ସହ ଏକ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି । ତେବେ ଦୁର୍ବୃତ୍ତ ଜଣଙ୍କ କିଏ ସେନେଇ ପୋଲିସ ଛାନଭିନ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details