ଓଡିଶା

odisha

By

Published : Jan 8, 2021, 7:24 AM IST

ETV Bharat / jagte-raho

ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ

କଟକରେ ପୋଲିସକୁ ବଡ ସଫଳତା । 4 ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ । ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା । ଅଧିକ ପଢନ୍ତୁ...

ଲୁଟେରା ଗ୍ୟାଙ୍ଗ
ଲୁଟେରା ଗ୍ୟାଙ୍ଗ

କଟକ:ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ । ସୁନା ଚେନ ଓ ନଗଦ ଟଙ୍କା ଲୁଟ୍‌ ମାମଲାରେ 4 ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ମହିଳା ରହିଛି । ମହିଳା ଜଣଙ୍କ ଏହି ଟିମର ଆଗାମୀ ଯୋଜନା ସମ୍ପର୍କରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି ।

ଗିରଫ 4 ଜଣ ହେଉଛନ୍ତି ପ୍ରିୟ ରଞ୍ଜନ ପାତ୍ର, ମୁନା ବେହେରା, ଜ୍ୟୋତି ଜେନା ଓ ପୂର୍ଣ୍ଣଚନ୍ଦ୍ର ବେହେରା । ଗିରଫ ସମୟରେ ଏକ ସୁନା ଚେନ, 13000 ଟଙ୍କା ଓ ଦୁଇଟି ଗାଡି ଜବତ କରିଛି ପୋଲିସ ।

ଲୁଟେରା ଗ୍ୟାଙ୍ଗ

ସମସ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ସୂଚନା ଅନୁଯାୟୀ, ଚଳିତମାସ 2 ତାରିଖ ଦିନ ଲାଲବାଗ ଅଞ୍ଚଳରେ ଜଣେ ମହିଳା ସ୍କୁଟି ସାହାଯ୍ୟରେ ତାଙ୍କର ଘରକୁ ଫେରୁଥିବା ବେଳେ ହଠାତ୍‌ ଏକ ଦ୍ରୁତଗାମୀ ବାଇକ ଉକ୍ତ ମହିଳାଙ୍କ ନିକଟରେ ପହଞ୍ଚିଥିଲା । ବାଇକ୍‌ରେ ଥିବା ଦୁର୍ବୃତ୍ତ, ମହିଳାଙ୍କ ଠାରୁ ସୁନା ଚେନ ଓ ଲକେଟ ଝାମ୍ପି ନେଇଥିଲେ ।

ଏହାପରେ ମହିଳା ଜଣଙ୍କ ସ୍ଥାନୀୟ ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ ମାମଲା ରୁଜୁ କରି ଲୁଟେରା ଗ୍ୟାଙ୍ଗକୁ ଖୋଜିବାରେ ଲାଗି ପଡିଥିଲେ । ଶେଷରେ ଗୁରୁବାର ଏହି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ତେବେ ଏହି ଲୁଟେରାଙ୍କ ନାଁରେ କଟକର ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାପଡିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details