ରାୟଗଡା: ଲକଡାଉନ ଆଡୁଆଳରେ ଏବେ ବାହାର ରାଜ୍ୟରୁ ଆମଦାନି ହେଉଛି ପ୍ୟାକେଟ ଜହର । ବସ୍ତା କି ଦୁଇ ବସ୍ତା ନୁହେଁ ଟ୍ରକ ଟ୍ରକ ଭର୍ତ୍ତି କରି ଚାଲିଛି ଗୁଟୁଖା କାରବାର । କୋରୋନା ଲକଡାଉନ ସମୟରେ ରାୟଗଡା ଜିଲ୍ଲାରେ ଚାଲିଥିବା ବେଆଇନ ଗୁଟଖା କାରବାରର ପର୍ଦ୍ଦାଫାସ କରିଛି ଚାନ୍ଦିଲି ଥାନା ପୋଲିସ । ଏକ କଣ୍ଟେନରରେ ଭର୍ତ୍ତି ଗୁଟୁଖା ଜବତ ପରେ ଏହାର ଚେର କେତେ ଯାଏଁ ଲମ୍ବିଛି ତାହା ମଧ୍ୟ ଜଣାପଡ଼ିଛି ।
ଲକ୍ଷାଧିକ ଟଙ୍କାର ଗୁଟଖା ଜବତ, 2 ଗିରଫ - Millions of rupees worth of gutka and Panamsala seized
କୋରୋନା ଲକଡାଉନ ସମୟରେ ରାୟଗଡା ଜିଲ୍ଲାରେ ଚାଲିଥିବା ବେଆଇନ ଗୁଟଖା କାରବାରର ପର୍ଦ୍ଦାଫାସ କରିଛି ଚାନ୍ଦିଲି ଥାନା ପୋଲିସ । ଅଧିକ ପଢନ୍ତୁ...

ରାଜଧାନୀ ଦିଲ୍ଲୀରୁ ରାୟଗଡା ଜିଲ୍ଲାକୁ ବେଆଇନ ଭାବେ ଚାଲାଣ ହେଉଥିବା ଏକ ଗୁଟଖା କଣ୍ଟେନରକୁ ପୋଲିସ ଜବତ କରିବା ସହ ଲକ୍ଷାଧିକ ଟଙ୍କାର ଗୁଟଖା ଜବତ କରିଛି । ଜବତ ଗୁଟଖାର ବଜାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । କଣ୍ଟେନରରୁ ୯ ଲକ୍ଷ ବିମଳ ପାନ ମସଲା ଏବଂ ୯ ଲକ୍ଷ ଭି ୱନ୍ ଗୁଟଖା ପ୍ୟାକେଟ ସହ ଆହୁରି ଅନେକ ପ୍ରକାର ନିଶାଦ୍ରବ୍ୟ ଜବତ ହୋଇଛି । ଘଟଣାରେ ପୋଲିସ କଣ୍ଟେନର ଡ୍ରାଇଭର କମଲ ଖାନ ଏବଂ ହେଲପର ବାବୁ ଖାନକୁ ଗିରଫ କରିଛି । ପୋଲିସ ଉଭୟଙ୍କୁ ପଚରାଉଚରା କରିବା ସମୟରେ ଜବତ ହୋଇଥିବା ଗୁଟଖା ରାୟଗଡାର ଗୁଟଖା ବେପାରୀ ପ୍ରମୋଦ ସାହୁ ଓରଫ ପିଣ୍ଟୁର ବୋଲି ଜଣାପଡିଥିବା ରାୟଗଡା ଏସପି ଡା. ଶ୍ରବଣ ବିବେକ ଏମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ସେ କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ