ରାଇରଙ୍ଗପୁର: ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଟୋଟାନେତ୍ରା ଗ୍ରାମ ଜଙ୍ଗଲରେ । ମୃତ ମହିଳା ଜଣକ ହେଲେ ଟୋଟାନେତ୍ରା ଗ୍ରାମର ଦଶରଥ ମହାକୁଡ଼ଙ୍କ ସ୍ତ୍ରୀ ରୀନା ମହାକୁଡ଼ ।
ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - Married woman dead in Gorumhisani
ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଛାନବିନ କରୁଛି ପୋଲିସ । ଅଧିକ ସୂଚନା ପାଇଁ ପଢନ୍ତୁ...

ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର
ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର
ଗତ ୪ ତାରିଖରୁ ମହିଳା ଜଣକ ନିଖୋଜ ଥିବାବେଳେ ଆଜି ଜଙ୍ଗଲ ମଧ୍ୟରୁ ମୃତ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ଗୋରୁମହିଷାଣୀ ପୋଲିସ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇ ଦେଇଛି ପୋଲିସ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ନଥିବା ବେଳେ ଘଟଣାର ଛାନବିନ ଆରମ୍ଭ କରିଦେଇଛି ପୋଲିସ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ