ଓଡିଶା

odisha

ETV Bharat / jagte-raho

ତଦନ୍ତ ପ୍ରକ୍ରିୟାରେ ଲକଡାଉନ ପ୍ରଭାବ, ହାତବାନ୍ଧି ବସିଛନ୍ତି ତଦନ୍ତକାରୀ ସଂସ୍ଥା - investigation affected

ବିଭିନ୍ନ ମାମଲାର ତଦନ୍ତ ପ୍ରକ୍ରିୟାରେ ଲକଡାଉନ ମାଡ। ଉପୁଜିଛି ଅନେକ ବାଧା। କମ କର୍ମଚାରୀରେ ହେଉନି ସଠିକ ତଦନ୍ତ । ନିର୍ଧାରିତ ସମୟରେ ହେଉନି ତଦନ୍ତ ଶେଷ । ଦେଖନ୍ତୁ ଏହି ରିପୋର୍ଟ...

ତଦନ୍ତ ପ୍ରକ୍ରିୟାରେ ଲକଡାଉନ ପ୍ରଭାବ, ହାତବାନ୍ଧି ବସିଛନ୍ତି ତଦନ୍ତକାରୀ ସଂସ୍ଥା
ତଦନ୍ତ ପ୍ରକ୍ରିୟାରେ ଲକଡାଉନ ପ୍ରଭାବ, ହାତବାନ୍ଧି ବସିଛନ୍ତି ତଦନ୍ତକାରୀ ସଂସ୍ଥା

By

Published : Jul 23, 2020, 12:12 PM IST

ଭୁବନେଶ୍ବର: ଅପରାଧିକ ତଥା ଅନ୍ୟାନ୍ୟ ମାମଲାର ତଦନ୍ତ ପ୍ରକ୍ରିୟାରେ ଲକଡାଉନର ମାଡ । ପ୍ରଭାବିତ ହେଉଛି ତଦନ୍ତ ପ୍ରକ୍ରିୟା । କମ କର୍ମଚାରୀରେ ହେଉନି ସଠିକ ତଦନ୍ତ ! ହାତବାନ୍ଧି ବସିଛନ୍ତି ତଦନ୍ତକାରୀ ସଂସ୍ଥା । ଲୋକାଲ ଥାନା ହେଉ କି ଜିଆରପି, ଭିଜିଲାନ୍ସ , କ୍ରାଇମବ୍ରାଞ୍ଚ କିମ୍ବା ଅବକାରୀ ବିଭାଗ ସବୁଠି ସମାନ ଅବସ୍ଥା । କ୍ରାଇମ ଇନଭେଷ୍ଟିଗେସନଠୁ ଆରମ୍ଭ କରି ରେଡ ଓ ସର୍ଚ୍ଚ ଅପରେସନ୍‌ ସବୁଠି ପଡିଛି ଲକଡାଉନ ପ୍ରଭାବ ।

ତଦନ୍ତ ପ୍ରକ୍ରିୟାରେ ଲକଡାଉନ ପ୍ରଭାବ, ହାତବାନ୍ଧି ବସିଛନ୍ତି ତଦନ୍ତକାରୀ ସଂସ୍ଥା

ସିବିଆଇ, ଇଡି, କଷ୍ଟମର୍ସ ଭଳି କେନ୍ଦ୍ରିୟ ତଦନ୍ତକାରୀ ସଂସ୍ଥାଙ୍କର ମଧ୍ୟ ସମାନ ସ୍ଥିତି । ସଭିଁଙ୍କୁ ଘାରିଛି କୋରୋନା ଚିନ୍ତା । କୋରୋନା ପାଇଁ 25 ପ୍ରତିଶତ କର୍ମଚାରୀଙ୍କୁ ନେଇ କରିବାକୁ ପଡୁଛି କାମ । ଫଳରେ ଜିଲ୍ଲା ବା ରାଜ୍ୟ ବାହାରକୁ ଯିବା ମୁସ୍କିଲ । ଯେଉଁଥିପାଇଁ ପୂର୍ବପରି ଗିରଫ ହେଉନାହାଁନ୍ତି ଅଭିଯୁକ୍ତ । ଥାନା ସ୍ତରରେ ଅନେକ ମାମଲା ପଡିଥିବାବେଳେ ଇଓଡବ୍ଲୁ ଓ ସିବିଆଇରେ ପଡିରହିଛି ଅନେକ ଅର୍ଥନୈତିକ ଠକେଇ ମାମଲା । ସେହିପରି ଇଡି, କଷ୍ଟମ୍ସ ଓ ଇନକମ ଟ୍ୟାକ୍ସ ଭଳି ସଂସ୍ଥାଙ୍କର ହେଉନି ପୂର୍ବପରି କାର୍ଯ୍ୟାନୁଷ୍ଠାନ ।

ତଥ୍ୟ ଅନୁଯାୟୀ, ମାର୍ଚ୍ଚ 21ରୁ ଏଯାବତ ଇଓଡବ୍ଲୁରେ ଗିରଫ ହୋଇନାହାନ୍ତି ଜଣେ ହେଲେ ବି ଅଭିଯୁକ୍ତ । ଅଟକି ପଡିଛି ଅର୍ଥନୈତିକ ଠକେଇ ମାମଲା । ସେହିପରି ଇନକମ ଟ୍ୟାକ୍ସରେ ବି ଗତ 4 ମାସରେ କୌଣସି ରେଡ କି ସର୍ଚ୍ଚ ଅପରେସନ ହୋଇନି । ସେହିପରି ସିବିଆଇରେ ବଡ ବଡ ମାମଲା ପଡିଥିଲେ ବି କାଁଭାଁ ରେଡ ହେଉଛି । ହେଲେ ଆଗପରି ତଦନ୍ତ ହେଉନି । ସେଣ୍ଟ୍ରାଲ ଜିଏସଟିରେ ବି ସମାନ ଅବସ୍ଥା । ଲକଡାଉନରେ କୌଣସି ଗିରଫଦାରୀ ହୋଇନାହିଁ କେବଳ ଚାଲିଛି ଅଫିସିଆଲ କାମ ।

ଅନ୍ୟପଟେ ଭିଜିଲାନ୍ସ ସେଲ ପକ୍ଷରୁ ଭୁବନେଶ୍ବରରେ 4 ମାସରେ ଗିରଫ ହୋଇଛନ୍ତି ମାତ୍ର 4 ଜଣ । କ୍ରାଇମବ୍ରାଞ୍ଚରେ ହାତ ଗଣତି କେତୋଟି କେସ ତଦନ୍ତ ହୋଇଥିଲେ ବି ଇଣ୍ଟରଷ୍ଟେଟ ଲିଙ୍କ ବା ଅଧିକ ତଦନ୍ତ ପାଇଁ କୋରୋନା କାଳ ସାଜିଛି । ତେବେ ଥାନାସ୍ତରରେ ଅପରାଧୀଙ୍କ ସିଧାସଳଖ ସମ୍ପୃକ୍ତି ଯୋଗୁଁ କେବଳ ଧର୍ତ୍ତବ୍ୟ ଅପରାଧ ମାମଲାରେ ଗିରଫ ହେଉଛନ୍ତି ଅଭିଯୁକ୍ତ । ତେବେ ଅନେକ ମାମଲାରେ କୋଭିଡ ପାଇଁ ଅଭିଯୁକ୍ତଙ୍କୁ ନୋଟିସ କରି ଛଡାଯାଉଥିବା ଜଣାପଡିଛି ।

ତେବେ ନିର୍ଧାରିତ କର୍ମଚାରୀଙ୍କୁ ନେଇ ତଦନ୍ତକାରୀ ସଂସ୍ଥା ଚାଲୁ ଥିବାବେଳେ ଲକଡାଉନ ପାଇଁ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହେଇ ପାରୁନି । ଫଳରେ ପଡିରହିଥିବା ମାମଲା କେବେ ଫୈସଲା ହେବ ତାହା ଏବେ ଚିନ୍ତାର ବିଷୟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details