ଭୁବନେଶ୍ବର: କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା । 8 ଜଣିଆ ଆନ୍ତଃରାଜ୍ୟ ଗାଡି ଲୁଟେରାଙ୍କୁ କାବୁ କରିଛି ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ଠାରୁ ଆନୁମାନିକ ଅଢେଇ କୋଟି ମୁଲ୍ୟର 3 ଜେସିବି ଓ 2 ହାଇୱା ଗାଡି ଜବତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ପୂର୍ବରୁ ରାଜଧାନୀର ବହୁ ଅଞ୍ଚଳରୁ ବାରମ୍ବାର ଜେସିବି ଚୋରି ଅଭିଯୋଗ ଆସୁଥିଲା । ଏହାକୁ ନେଇ ପୋଲିସ 4 ମାସ ହେଲା ତଦନ୍ତ ଜାରି ରଖିଥିଲା । ଏକ ଗୁପ୍ତ ତଥ୍ୟ ଆଧାରରେ ପୋଲିସର ସ୍ପେସିଆଲ ସ୍ବ୍କାର୍ଡ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଢଉ କରି ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛି ।