ରାୟଗଡା: ପୋଲିସ କନେଷ୍ଟବଳର କଳାକାରନାମା । ନକଲି ନକ୍ସଲ ସାଜି ମାଗୁଥିଲା ଟଙ୍କା । ତଦନ୍ତ ପରେ ହେଲା ଗିରଫ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ବିଷମକଟକ ଥାନା ଅଞ୍ଚଳରେ । ନକଲି ନକ୍ସଲ ଜଣଙ୍କ ରାୟଗଡା ଜିଲ୍ଲା ପୂଜାରୀଗୁଡା ଅଞ୍ଚଳର ଜି ଶ୍ରୀକାନ୍ତ କୁମାର ବୋଲି ଜଣାପଡିଛି । ବର୍ତ୍ତମାନ ସେ ଏପିଆର କନେଷ୍ଟବଳ ଭାବେ କାର୍ଯ୍ୟରତ ।
ସୂଚନା ଅନୁଯାୟୀ, ଅଗଷ୍ଟ 18 ତାରିଖ ଦିନ ଶ୍ରୀକାନ୍ତ ଗୋଟିଗୁଡା ଅଞ୍ଚଳରେ ଥିବା ଏକ ପ୍ଲାଣ୍ଟର ସୁପରଭାଇଜରକୁ ବନ୍ଧୁକ ଦେଖାଇବା ସହ ନିଜକୁ ନକ୍ସଲ ବୋଲି ପରିଚୟ ଦେଇ ଟଙ୍କା ମାଗିଥିଲା । ପରେ ପୁଣିଥରେ ସେପ୍ଟେମ୍ବର 4 ତାରିଖ ଦିନ 8ଟାରେ ସେହି ପ୍ଲାଣ୍ଟର ମାଲିକକୁ ଫୋନ କରି ଟଙ୍କା ମାଗିବା ସହ ଯଦି ଟଙ୍କା ନଦିଅ ତେବେ ସୁପରଭାଇଜରକୁ ମାରିଦିଆଯିବ ବୋଲି ଧମକ ଦେଇଥିଲା । ଏହାକୁ ନେଇ ପ୍ଲାଣ୍ଟ ମାଲିକ ବିଷମକଟକ ଥାନାରେ ଏକ ଅଭିଯୋଗ କରିଥିଲେ ।