ଓଡିଶା

odisha

ETV Bharat / jagte-raho

ନ୍ୟୁଜ ଚ୍ୟାନେଲ ମୁଖ୍ୟ କହି ଠକେଇ, ଚାରଶୋବିଶ ସାମ୍ବାଦିକ ଗିରଫ - ନ୍ୟୁଜ ଚ୍ୟାନେଲ ହେଡ

ଡିଡି ନ୍ୟାସନାଲର ହେଡ କହି ଠକେଇ । ଚାରଶୋବିଶ ସାମ୍ବାଦିକଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ...

ଠକ ସାମ୍ବାଦିକ
ଠକ ସାମ୍ବାଦିକ

By

Published : Dec 7, 2020, 7:05 AM IST

Updated : Dec 7, 2020, 8:45 AM IST

ଭୁବନେଶ୍ବର: ନ୍ୟୁଜ ଚ୍ୟାନେଲର ହେଡ କହି ଠକୁଥିଲେ ନକଲି ସାମ୍ବାଦିକ । ଡିଡି ନ୍ୟାସନାଲର ହେଡ କହି ରଚିଥିଲେ ଠକେଇର ବ୍ଲୁ ପ୍ରିଣ୍ଟ। ଜଣେ ଯୁବତୀଙ୍କ ଠାରୁ 97 ହଜାର ଟଙ୍କାର ଠକେଇ କରିବା ପରେ ଗିରଫ କରିଛି ପୋଲିସ ।

ଠକ ସାମ୍ବାଦିକ

ଅଭିଯୁକ୍ତ ନକଲି ସାମ୍ବାଦିକ ଜଣଙ୍କ ରିଙ୍କନ ନାରାୟଣ ହୋଇଥିବାବେଳେ ତାଙ୍କ ଘର ବମିଖାଲ ପ୍ଲଟ ନମ୍ବର 410 ବୋଲି ଜଣାପଡିଛି । ସେ ନିଜକୁ ଡିଡି ନ୍ୟାସନାଲର ହେଡ କହି ଅନେକ କାରନାମା କରୁଥିବାର ଅଭିଯୋଗ ଆସିଛି । ବିଭିନ୍ନ ଥାନାକୁ ଆସୁଥିବା ମାମଲା ଚାପିଦେବାକୁ କହି ଭୟ ଦେଖାଉଥିଲେ ଏହି ନକଲି ସାମ୍ବାଦିକ। ଏପରିକି ଫେସବୁକରେ ଥିବା ଅନେକ ପୋଲିସ ଅଫିସରଙ୍କ ସହ ସେଲଫି ଦେଖାଇ ପୋଲିସ ସହ ଭଲ ସମ୍ପର୍କ ଥିବା କହି ବୁଲୁଥିଲେ ସେ ।

ଥାନା କନଷ୍ଟେବଳଠୁ ଆରମ୍ଭ କରି ଆଇପିଏସ ପର୍ଯ୍ୟନ୍ତ ଭଲ ସମ୍ପର୍କ ଥିବାର କହୁଥିଲେ ଏହି ନକଲି ସାମ୍ବାଦିକ। ଡିଡି ନ୍ୟାସନଲର ହେଡ କହି ଜଣେ ଯୁବତୀଙ୍କଠୁ 97 ହଜାର ଟଙ୍କା ଠକେଇ କରିଥିଲେ । ୱେବ ଚ୍ୟାନେଲ ପାଇଁ ଅନୁମତି ସହ ୱେବ ଫୋରକାଷ୍ଟ ଡିପାର୍ଟମେଣ୍ଟର ସାର୍ଟିଫିକେଟ ଦେବ କହି ରଚିଥିଲେ ଠକେଇର ବ୍ଲୁପ୍ରିଣ୍ଟ।

ଏପରିକି ଟଙ୍କା ନେବା ପରେ ଧରାଛୁଆଁ ନଦେଇ ଭୁଆଁ ବୁଲାଉଥିଲେ ଏହି ଠକ ସାମ୍ବାଦିକ । ଶେଷରେ ଅଭିଯୋଗ ପରେ ପୋଲିସ ହାତରେ ଧରାପଡିଛନ୍ତି ସେ । ଅଭିଯୋଗକାରିଣୀ ସାଇଜ୍ୟୋତି ନାୟକଙ୍କ ଅଭିଯୋଗ କ୍ରମେ ଆପିସିର ଧାରା 420ରେ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସର ଏୟାରପୋର୍ଟ ଥାନା ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 7, 2020, 8:45 AM IST

ABOUT THE AUTHOR

...view details