ଓଡିଶା

odisha

ETV Bharat / jagte-raho

ରସୁଲଗଡ ଛକରେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ

ରାଜଧାନୀରେ ପୁଣି ଥରେ ଲୁଟ । ମଙ୍ଗଳବାର ବିଳମ୍ବିତ ରାତିରେ ଖଣ୍ଡାରେ ଆକ୍ରମଣ କରି ବୁଲୁ ସାମନ୍ତରାୟ ନାମକ ଜଣେ ବ୍ୟବସାୟୀଙ୍କୁ ଲୁଟି ନେଇଛନ୍ତି । ଏହି ଘଟଣାକୁ ମିଶାଇ ଦିନକ ମଧ୍ୟରେ ପାଞ୍ଚଟି ସ୍ଥାନରେ ଲୁଟ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 31, 2019, 10:16 AM IST

Updated : Jul 31, 2019, 2:18 PM IST

ଭୁବନେଶ୍ବର: ମଙ୍ଗଳବାର ବିଳମ୍ବିତ ରାତିରେ ରସୁଲଗଡ଼ରେ ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ମୁଣ୍ଡରେ ମାଉଜର୍ ଲଗାଇ ଖଣ୍ଡାରେ ହାଣି ଲୁଟ କରି ନେଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ହେଉଛନ୍ତି ତୃପ୍ତି ହୋଟେଲର ମାଲିକ ବୁଲୁ ସାମନ୍ତରାୟ ।

ବୁଲୁ ସାମନ୍ତରାୟ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ବନ୍ଧୁକ ଲଗାଇ ଟଙ୍କା ନେବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଗୁରୁତର ଆହତ ବୁଲୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଥାନା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା । ତେବେ ପୋଲିସର ଅପାରଗତା ଯୋଗୁଁ ଏଭଳି ଘଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ରାଜଧାନୀରେ ଦିନକ ମଧ୍ୟରେ ପାଞ୍ଚୋଟି ସ୍ଥାନରେ ଆକ୍ରମଣ କରି ଲୁଟ ହୋଇଛି । ତାହା ପୁଣି ମଞ୍ଚେଶ୍ଵର ଥାନା ଅଧୀନରେ । ପୋଲିସର ପାଟ୍ରୋଲିଂ ନଥିବା ଯୋଗୁଁ ଦିନ ରାତି ଲୁଟେରାମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 31, 2019, 2:18 PM IST

ABOUT THE AUTHOR

...view details