ଓଡିଶା

odisha

ETV Bharat / jagte-raho

ରାଜଧାନୀରୁ ତିନି ଆନ୍ତଃରାଜ୍ୟ ବାଇକ ଲୁଟେରା ଗିରଫ

ଭୁବନେଶ୍ବରରୁ ବାଇକ ଲୁଟ କରି ପଶ୍ଚିମବଙ୍ଗରେ ବିକ୍ରି କରୁଛନ୍ତି ଲୁଟେରା ଦଳ। ଏମିତି ଏକ ରାକେଟକୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ସେମାନଙ୍କ ଠାରୁ ୩ଟି ଦାମୀ ବାଇକ ଜବତ କରିଛି କମିସନରେଟ ପୋଲିସ ।

By

Published : Jun 4, 2019, 11:40 PM IST

Updated : Jun 4, 2019, 11:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଉତ୍ପାତ କରୁଛନ୍ତି ବାଇକ ଲୁଟେରା । ଆଖି ସାମ୍ନାରୁ ଲୁଟିନେଉଛନ୍ତି ଦାମୀ ବାଇକ । ଗୋଟିଏ ଦୁଇଟି ନୁହେଁ ତିନୋଟି ଲକ୍‌ ତାଡି ଗାଡି ଗାଏବ କରିଛନ୍ତି ଲୁଟେରା । ଏମିତି ଢଙ୍ଗରେ ଭୁବନେଶ୍ବରରୁ ବାଇକ ଲୁଟ କରି ପଶ୍ଚିମବଙ୍ଗରେ ବିକ୍ରି କରୁଛନ୍ତି । ଏପରି ଗ୍ୟାଙ୍ଗର ତିନିଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ସେମାନଙ୍କ ଠାରୁ ୩ଟି ଦାମି ବାଇକ ଜବତ କରିଛି କମିସନରେଟ ପୋଲିସ ।

ସୁଚନା ମୁତାବକ ଖାରବେଳନଗର ଥାନା ଅନ୍ତର୍ଗତ ରାଜପଥ ଇଣ୍ଡସିଣ୍ଡ ବ୍ୟାଙ୍କ ସାମ୍ନାରେ ଖୋର୍ଦ୍ଧା ବେଗୁନିଆର ସୁବାଷ ଚନ୍ଦ୍ର ମହାଭୋଇ ନିଜର ଗାଡି ନମ୍ବର OD33P2107କୁ ପାର୍କ କରି ବ୍ୟାଙ୍କ ଭିତରକୁ ଯାଇଥିଲେ । ପରେ ଦେଖିବାକୁ ପାଇଲେ ଗାଡି ବାଇକ ରଖିଥିବା ସ୍ଥାନରେ ନାହିଁ । ସୁବାଷ ଚନ୍ଦ୍ରଙ୍କ ସୂଚନା ମୁତାବକ ତାଙ୍କ ଗାଡିରୁ ତିନୋଟି ଲକ୍‌ ଭାଙ୍ଗି ବାଇକ ନେଇ ଗାଏବ ହୋଇଯାଇଛନ୍ତି ଲୁଟେରା ।

ଏହାପରେ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଚଲାଇଥିବା ତଲାସି ଅଭିଯାନ । ଖୋଳତାଡ ପରେ ଗ୍ୟାକୁ ଠାବ କରିବା ସହ ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ଗିରଫ ସଦସ୍ୟଙ୍କ ମଧ୍ୟରେ ଜଣେ ନାବାଳକ ଲୁଟେରାକୁ ସହ ଆଉ ଦୁଇଜଣକୁ ଗିରଫ କରିଛି ପୋଲିସ ଗିରଫ ଲୁଟେରା ହେଲେ ଏସକେ ରୁମାଲିନ,ଏସକେ ମୁଜାବର । ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ପୋଲିସ । ଏହି ଗ୍ୟାଙ୍ଗ ସମ୍ପର୍କରେ ଅଧିକ ସୂଚନା ପାଇଁ ପଚାରଉଚରା ଜାରି ରଖିଛି ପୋଲିସ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Jun 4, 2019, 11:45 PM IST

For All Latest Updates

ABOUT THE AUTHOR

...view details