ଓଡିଶା

odisha

ETV Bharat / jagte-raho

ଦାଦାବଟି ଆଦାୟ ପାଇଁ ମିଳିଥିଲା ଚାକିରି, ଧରାପଡିଲା 5 ଜଣିଆ ଭାଇ କମ୍ପାନୀ - 5ଜଣିଆ ଭାଇ କମ୍ପାନୀ

ଦାଦାବଟି ଆଦାୟ ପାଇଁ ମିଳିଥିଲା ଚାକିରି । ପୋଲିସର ତଦନ୍ତ ପରେ ଧରାପଡିଲା 5ଜଣିଆ ଭାଇ କମ୍ପାନୀ । ଅଧିକ ପଢନ୍ତୁ...

ଦାଦାବଟି ଆଦାୟ ପାଇଁ ମିଳିଥିଲା ଚାକିରି, ଧରାପଡିଲା 5ଜଣିଆ ଭାଇ କମ୍ପାନୀ
ଦାଦାବଟି ଆଦାୟ ପାଇଁ ମିଳିଥିଲା ଚାକିରି, ଧରାପଡିଲା 5ଜଣିଆ ଭାଇ କମ୍ପାନୀ

By

Published : Jun 16, 2020, 7:09 AM IST

ଭୁବନେଶ୍ବର: ରାଜଧାନୀରେ ଏମିତି ମିଳୁଥିଲା ଚାକିରି। ଯେଉଁଠି ଆଦାୟ କରିବାକୁ ପଡେ ଦାଦାବଟି। ମାସକୁ 50 ହଜାର ଟଙ୍କା ଦରମା ପାଇ ଭାଇ କମ୍ପାନୀରେ କରିଥିଲେ ଦାଦାବଟି ଆଦାୟ ଚାକିରି । ଏଭଳି ଏକ ଭାଇ କମ୍ପାନୀରେ କାମ କରୁଥିବା 5 ଜଣଙ୍କୁ ପୋଲିସ ଗିରଫ କରିବା ପରେ ଏହାର ଖୁଲାସା ହୋଇଛି ।

ଶହୀଦନଗର ଥାନାର କେଶୁରା ଅଞ୍ଚଳରେ ଚାଲିଥିଲା ଏହି ଦାଦାବଟି ଆଦାୟ କମ୍ପାନୀ । ଯାହାର ଅଭିଯୋଗ ଆସିବା ପରେ କମିସନରେଟ ପୋଲିସ 5 ଜଣିଆ କର୍ମଚାରୀ ଥିବା ଏହି କମ୍ପାନୀର ସମସ୍ତଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, କେଶୁରା ଅଞ୍ଚଳର ରିଫ୍ୟୁଜ କଲୋନୀରେ ବିଭାସ ସେନଗୁପ୍ତା ନାମକ ବ୍ୟବସାୟୀ ଏକ ପ୍ରିଣ୍ଟିଂ ପ୍ରେସ କରିଥିଲେ। ତେବେ ଭାଇ କମ୍ପାନୀର କର୍ମଚାରୀ ପହଞ୍ଚି ସେଠାରେ ତାଙ୍କୁ ଦାଦାବଟି ମାଗିଥିଲେ। ମାସକୁ 10 ହଜାର ଦେବାକୁ ତାକୁ କହିଥିଲେ। ଏପରିକି ଆଡଭାନ୍ସ ଦେବାକୁ ମଧ୍ୟ ଧମକାଇଥିଲେ।

ତେବେ ସେହି ଅଞ୍ଚଳରେ ନୂଆ ଦୋକାନ କରିଥିବାରୁ ଉକ୍ତ ବ୍ୟବସାୟୀ ଜଣଙ୍କ ପାଖ ଦୋକାନୀଙ୍କୁ ଏ ବାବଦରେ ପଚାରିଥିଲେ । ପଡୋଶୀ ଦୋକାନୀଙ୍କ ଠାରୁ ସେମାନଙ୍କ କମ୍ପାନୀ ବାବଦରେ ଜାଣିବା ପରେ ଏନେଇ ଶହୀଦ ନଗର ଥାନାରେ ସେ ଅଭିଯୋଗ କରିଥିଲେ ।

ପରେ ପୋଲିସ ତଦନ୍ତ କରିବା ସହ କିପରି ଯୁବକଙ୍କୁ ଦରମା ଦିଆଯାଇ ରଖାଯାଇଛି ତାହା ଜଣାପଡିଥିଲା । ସେପଟେ ଅଭିଯୋଗକାରୀଙ୍କ ଅଭିଯୋଗକ୍ରମେ 5 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୋରଡକଣ୍ଟାର ମାନସ ସାହୁ, ଆଦିତ୍ୟ ନନ୍ଦ, ତାପସ ବେହେରା, ଦିବ୍ୟ ରଞ୍ଜନ ବେହେରା ଓ କେଶୁରାର ମାଷ୍ଟରମାଇଣ୍ଡ ସଞ୍ଜିତ ବିଶ୍ବାସ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details