କୋଲକାତା: ଯୌତୁକ ଭଳି କୁପ୍ରଥାର ସମାଜ ପାଇଁ ଘାତକ । ଏହି ପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଦେଲେଣି । ଏଭଳି ସମୟରେ ବିନା ଯୌତୁକରେ ବିବାହ କରିବା ପାଇଁ ନିଷ୍ପତି ନେଇ ସ୍ବାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗର ଜଣେ ଶିକ୍ଷକ । ମାତ୍ର କନ୍ୟା ପକ୍ଷରୁ ମିଳିଥିଲା ବହୁମୂଲ୍ୟର ଯାନିଯୌତୁକ । 1ଲକ୍ଷ ଟଙ୍କାର ଶହେ ପୁସ୍ତକ ମିଳିଛି ଯୌତୁକ ବାବଦକୁ ।
ନିଆରା ବିବାହ: ଯୌତୁକ ବାବଦକୁ ବରଙ୍କୁ ମିଳିଲା ହଜାରେ ଖଣ୍ଡ ବହି - day
ବିନା ଯୌତୁକ ବିବାହ କରିବା ପାଇଁ ନିଷ୍ପତି ନେଇ ସ୍ବାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗର ଜଣେ ଶିକ୍ଷକ । ମାତ୍ର କନ୍ୟା ପକ୍ଷରୁ ମିଳିଥିଲା ବହୁମୂଲ୍ୟର ଯାନିଯୌତୁକ । 1ଲକ୍ଷ ଟଙ୍କାର ଶହେ ପୁସ୍ତକ ମିଳିଛି ଯୌତୁକ ବାବଦକୁ ।
ସୂଚନା ଅନୁସାରେ ସୂର୍ଯ୍ୟକାନ୍ତ ବିରକ(30) ପେସାରେ ଜଣେ ଶିକ୍ଷକ । ଛାତ୍ର ଜୀବନରୁ ତାଙ୍କର ଇଚ୍ଛା ଥିଲା ବିନା ଯୌତୁକରେ ବାହା ହେବେ । ଏହାସହ ତାଙ୍କ ଇଚ୍ଛା ପୂରଣ କରିଥିଲେ । ପୂର୍ବ-ମେଦିନୀପୁରା ଅନ୍ତର୍ଗତ ଖେଜୁରୀ ଗ୍ରାମର ପ୍ରିୟଙ୍କା ବେଜ୍ଙ୍କ ସହ ତାଙ୍କ ବିବାହ ଠିକ୍ ହୋଇଥିଲା । ବିବାହ ଦିନ ପ୍ରିୟଙ୍କାଙ୍କ ଘରେ ସୂର୍ଯ୍ୟକାନ୍ତଙ୍କୁ ଯୌତୁକ ବାବଦକୁ ଯେଉଁ ସାମଗ୍ରୀ ମିଳିଥିଲା ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାଖାପାଖି 1ଲକ୍ଷ ଟଙ୍କାର ପୁସ୍ତକ ଯାନିଯୌତୁକ ବାବାଦରେ ଦେଇଥିଲେ ଝିଅ ଘର ପକ୍ଷରୁ ମିଳିଥିଲା ସୂର୍ଯ୍ୟକାନ୍ତଙ୍କୁ ।
ସୂର୍ଯ୍ୟକାନ୍ତଙ୍କ ବିନା ଯୌତୁକରେ ବିବାହ ନିଷ୍ପତିଙ୍କୁ ତାଙ୍କ ପତ୍ନୀ ପ୍ରିୟଙ୍କା ସମର୍ଥନ କରିଥିଲେ । ଏହାସହ ସୂର୍ଯ୍ୟକାନ୍ତଙ୍କୁ ଜୀବନସାଥି ଭାବରେ ପାଇଥିବାରୁ ନିଜ ଖୁସି ବ୍ୟକ୍ତ କରିଛନ୍ତି ।