କିଭ:ଋଷ ସେନାଙ୍କ ଘନ ଘନ ମିଶାଇଲ ମାଡରେ କିଭ ସମେତ ଅନେକ ସହର ଧ୍ବଂସସ୍ତୁପ ପାଲଟିଛି । ହଜାର ହଜାର ନିରୀହ ଜୀବନ ଯିବା ସହ ଲକ୍ଷ ଲକ୍ଷ ଲୋକେ ପଡୋଶୀ ରାଷ୍ଟ୍ରରେ ଶରଣାର୍ଥୀ ସାଜିଛନ୍ତି । ଏହାରି ଭିତରେ ବିଶ୍ବ ପ୍ରସ୍ତୁତ ରହିବା ଉଚିତ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଋଷ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ସମ୍ଭାବନା ଥିବାରୁ ବିଶ୍ବ ପ୍ରସ୍ତୁତ ରହିବା ଉଚିତ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ୟୁକ୍ରେନର ଏକ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଜେଲେନସ୍କି କହିଛନ୍ତି ଯେ, ଋଷ ଆଣବିକ ଅସ୍ତ୍ର ବ୍ୟବହାର କରିବ ବୋଲି ନିଷ୍ପତ୍ତି ନେଇ ସାରିଥିବାରୁ ଆଉ କ୍ଷଣିକେ ମଧ୍ୟ ବିଳମ୍ବ କରିବା ଉଚିତ ନୁହେଁ, ସେଥିପ୍ରତି ପ୍ରସ୍ତୁତି କରିବା ଆବଶ୍ୟକ । ଏଥିପାଇଁ ଆଣ୍ଟି ରେଡିଏସନ ଔଷଧ ଏବଂ ବିମାନ ଆକ୍ରମଣ ନିରୋଧି ଆଶ୍ରୟସ୍ଥଳ ଆବଶ୍ୟକ ହେବ ।