କିଭ:ରୁଷ-ୟୁକ୍ରେନ ଯୁଦ୍ଧକୁ ଆଉ କିଛି ଦିନ ପରେ ୩ ମାସ ପୂରିବାକୁ ଯାଉଛି । ହେଲେ ଥମିବାର ନାଁ ନେଉନାହିଁ ଯୁଦ୍ଧ । କିଛି ଦିନର ବ୍ୟବଧାନ ପରେ ପୁଣି ୟୁକ୍ରେନରେ ଆକ୍ରମଣକୁ ତୀବ୍ର କରିଛି ଋଷ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷର ଆକ୍ରମଣକୁ କ୍ରୁରତା କହି ରୁଷ ରାଷ୍ଟ୍ରପତିଙ୍କ ନିନ୍ଦା କରିବା ସହ ବିଶ୍ବ ସମୁଦାୟକୁ ଅନ୍ୟ ଏକ ବିଷୟ ଉପରେ ମଧ୍ୟ ଅବଗତ କରାଇଛନ୍ତି ।
ଜେଲେନକ୍ସି କହିଛନ୍ତି ଯେ, ‘ବୋମା ମିସାଇଲ ମାଡକରି ଡୋନ୍ବାସ ଅଞ୍ଚଳକୁ ଋଷସେନା ସମ୍ପୂର୍ଣ୍ଣ ଛାରଖାର କରିଦେଇଛି । ଡୋନ୍ବାସରେ କୌଣସି ଗୋଟିଏ ବି ସରକାରୀ ପ୍ରତିଷ୍ଠାନ ଆକ୍ରମଣରୁ ବର୍ତ୍ତି ନଥିବା ବେଳେ ଜନବସତି ଗୁଡ଼ିକୁ ମଧ୍ୟ ଛାରଖାର କରିଦିଆଯାଇଛି । ’