ବେଜିଙ୍ଗ:ଚୀନର ଅଧିକାଂଶ ସହରରେ ତେଜିଲା ବିବାଦ । ସରକାରଙ୍କ ଉପରେ ତାତିଲେ ଅନେକ ଯୁବଗୋଷ୍ଠୀ । କୋଭିଡ଼ ମହାମାରୀରେ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ଯୋଗୁଁ ଚୀନ ଲୋକେ ଅନେକ ସମସ୍ୟା ଭୋଗୁଥିବାରୁ ସେମାନେ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଯୁବଗୋଷ୍ଠୀ ଚୀନ ବାମପନ୍ଥୀ ଦଳ (CCP) ଓ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି ।
କୋଭିଡ ଭାଇରସ ସୃଷ୍ଟିକୁ ୩ ବର୍ଷ ପୁରିଥିବାବେଳେ, ଏବେ ବି ଚୀନରେ କଟକଣା ଜାରି ରହିଛି । ଏବେ ବି ଚୀନରେ ମହାମାରୀ ବ୍ୟାପିବାରେ ଲାଗିଛି । ଫଳରେ ଗତ ୩ ବର୍ଷ ଧରି ସରକାର ସେଠାରେ କଟକଣା ଲାଗୁ କରିଛନ୍ତି । ଫଳରେ ଲୋକେ କଟକଣା ଯୋଗୁଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି କଟକଣାକୁ ବିରୋଧ କରି ହଜାର ହଜାର ଯୁବଗୋଷ୍ଠୀ ରାଜରାସ୍ତାକୁ ଓହ୍ଲାଇ କମ୍ୟୁନିଷ୍ଟ ପାର୍ଟି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି ।