ଓଡିଶା

odisha

ETV Bharat / international

‘ପରମାଣୁ ଅସ୍ତ୍ରର ବ୍ୟବହାରକୁ ନେଇ ଭାରତ ଉପରେ ନଜର ରଖୁ ବିଶ୍ବ ସମୁଦାୟ’ - ପରମାଣୁ ଅସ୍ତ୍ର

ଶତ୍ରୁ ଦେଶ ବିରୋଧରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବାକୁ ନେଇ ନିଜର ଆଭମୁଖ୍ୟରେ ପରିବର୍ତ୍ତନ ଆଣିପାରେ ଭାରତ। ଯାହାକୁ ନେଇ ଭୟଭୀତ ହୋଇଉଠିଛି ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ। ଏ ପ୍ରସଙ୍ଗରେ ବିଶ୍ୱ ସମୁଦାୟ ଦୃଷ୍ଟି ଦେଉ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କହିଛନ୍ତି।

ଫାଇଲ ଫଟୋ

By

Published : Aug 19, 2019, 2:14 PM IST


ଇସଲାମାବାଦ: ଶତ୍ରୁ ଦେଶଙ୍କ ବିରୋଧରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବା ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ବଦଳାଇ ପାରେ ଭାରତ। ଏଭଳି ଚିନ୍ତା ପାକିସ୍ତାନକୁ ଘାରିବାରେ ଲାଗିଲାଣି। ଏ ଦିଗରେ ବିଶ୍ବ ସମୁଦାୟ ଭାରତ ଉପରେ ନଜର ରଖୁ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି ।

ଏନେଇ ମତ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଛନ୍ତି ଯେ, ଭାରତରେ କ୍ଷମତାସୀନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧିନ ସରକାରଙ୍କ ନିକଟରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବାକୁ ନେଇ ବିଶ୍ବ ସମୁଦାୟ ଗୁରୁତର ଭାବେ ବିଚାର କରୁ। ଯଦି ଏପରି ହୁଏ, ତେବେ ଏହାର ପ୍ରଭାବ ଧର୍ମ ସହ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଅନୁଭୂତ ହେବ।

ପରମାଣୁ ଅସ୍ତ୍ରର ବ୍ୟବହାର କରିବା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଇଥିବା ମନ୍ତବ୍ୟ ପରେ, ପାକିସ୍ତାନ ଉପରୋକ୍ତ ପ୍ରତିକ୍ରିୟା ରଖିଛି। ଏ ସମ୍ପର୍କରେ ରଖି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ଯଦି ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ଦେଶ ବିରୋଧରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବାର ଆବଶ୍ୟକତା ପଡେ ତାହେଲେ ଭାରତ ନିଜର ନୀତି ‘ନୋ ଫାଷ୍ଟ ୟୁଜ’ ପରିବର୍ତ୍ତନ ଆଣିପାରେ।

ପରମାଣୁ ଅସ୍ତ୍ରର ବ୍ୟବହାର କରିବାକୁ ନେଇ ଭାରତ ଏପରି ଆଭିମୁଖ୍ୟ ପାକିସ୍ତାନ ସରକାର ଏବଂ ସେନା ବାହିନୀର ନିଜ ହଜାଇ ଦେଇଛି। ଲଗାତାର ଭାବେ ଆତଙ୍କବାଦ ଏବଂ ବିଭିନ୍ ପ୍ରସଙ୍ଗକୁ କେନ୍ଦ୍ର କରି ପାକିସ୍ତାନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛି ଭାରତ। ଯାହା ଫଳରେ ପାକିସ୍ତାନ ବିଶ୍ବ ସମୁଦାୟ ଆଗରେ ଏକ ଘରିଆ ହୋଇପଡିଛି।

ABOUT THE AUTHOR

...view details