ହାଇଦ୍ରାବାଦ :କୋଟିକୋଟି ଓଡିଆଙ୍କ ଆରଧ୍ୟା ଦେବତା ମହାପ୍ରଭୁ ଜଗନ୍ନାଥ । ଭାବର ଠାକୁର ହେଉଛନ୍ତି ଭାବ ବିନୋଦିଆ କଳାଠାକୁର । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁଠି ଉତ୍ସବ ମୁଖର ପରିବେଶ । ପୁରୀ ସମେତ ଦେଶ ଓ ବିଦେଶରେ ରହୁଥିବା ପ୍ରବାସୀ ଓଡିଆମାନେ ମଧ୍ୟ ଏହା ରଥଯାତ୍ରା ବେଶ ଧୁମଧାମରେ ପାଳନ କରିଛନ୍ତି ।
ଆମେରିକାର ଫ୍ଲୋରିଡା ରାଜ୍ୟରେ ରହୁଥିବା ପ୍ରବାସୀ ଓଡିଆବା କିପରି ବାଦ ପଡିଥାନ୍ତେ ଏଥିରୁ ? ଫ୍ଲୋରିଡାର ଟାମ୍ପା ସହରରେ ପ୍ରବାସୀ ଓଡିଆମାନେ ସ୍ଥାନୀୟ ସନାତନ ହିନ୍ଦୁ ମନ୍ଦିରରେ ଜୁଲାଇ ୨ରେ ରଥଯାତ୍ରାର ଆୟୋଜନ କରିଥିଲେ । ସେଠାରେ ବେଶ ଧୁମଧାମରେ ରଥଯାତ୍ରାକୁ ପାଳନ କରିଛନ୍ତି ପ୍ରତିଟି ଓଡିଆ । ଚଳିତ ବର୍ଷ ମନ୍ଦିର କର୍ତ୍ତୃପକ୍ଷ ଓ ଫ୍ଲୋରିଡାରେ ରହୁଥିବା ପ୍ରବାସୀ ଓଡିଆଙ୍କ ସହାୟତାରେ ନୂତନ ରଥ ଓ ବିଗ୍ରହମାନଙ୍କୁ ପ୍ରତିଷ୍ଠା କରାଯାଇଥିଲା । ଭକ୍ତମାନଙ୍କ ପାଇଁ ମହାପ୍ରସାଦର ଆୟୋଜନ ମଧ୍ୟ କରାଯାଇଥିଲା ।