ଓଡିଶା

odisha

ETV Bharat / international

ଜଙ୍ଗଲରେ ଭୟଙ୍କର ନିଆଁ, ଗ୍ରୀସ ଦ୍ବୀପାଞ୍ଚଳରେ ଅସ୍ତବ୍ୟସ୍ତ ଜନଜୀବନ - ଗ୍ରୀସର ଜଙ୍ଗଲରେ ଅଗ୍ନିକାଣ୍ଡ

ଗ୍ରୀସର ଜଙ୍ଗଲରେ ଅଗ୍ନିକାଣ୍ଡର ମାତ୍ରା ପ୍ରଖର ହୋଇଥିବାରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ବିପନ୍ନଙ୍କୁ ନିଆଁର କବଳରୁ ରକ୍ଷା କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଧିକ ପଢନ୍ତୁ

ଜଙ୍ଗଲରେ ଭୟଙ୍କର ନିଆଁ
ଜଙ୍ଗଲରେ ଭୟଙ୍କର ନିଆଁ

By

Published : Jul 25, 2023, 6:44 AM IST

ଆଥେନ୍ସ: ଜଳୁଛି ଗ୍ରୀସ ଦ୍ବୀପାଞ୍ଚଳ। ଜଙ୍ଗଲରେ ଅଗ୍ନିକାଣ୍ଡର ମାତ୍ରା ପ୍ରଖର ହୋଇଥିବାରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ନିଆଁ ବ୍ୟାପିବା କାରଣରୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଆଖପାଖ ସମସ୍ତ ଅଞ୍ଚଳ ମଧ୍ୟ ନିଆଁର କବଳିତ ହୋଇପଡିଛି । ଯାହାକୁ ନେଇ ଗ୍ରୀସ ଏବଂ ରୋଡ ଆଇଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଏହାସହ ବିପନ୍ନଙ୍କୁ ନିଆଁର କବଳରୁ ରକ୍ଷା କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଜଙ୍ଗଲରେ ଭୟଙ୍କର ନିଆଁ

ସରକାରୀ ଅଧିକାରୀ ଏବଂ ସ୍ବେଚ୍ଛାସେବୀମାନେ ଅଗ୍ନି ବ୍ୟାପିଥିବା ଅଞ୍ଚଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଅଗ୍ନି ବିପନ୍ନଙ୍କୁ ସହାୟତା କରୁଛନ୍ତି । ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ଦ୍ୱୀପରେ ଥିବା ଜିମ୍‌, ସ୍କୁଲ ଏବଂ ହୋଟେଲ ସମ୍ମିଳନୀ କେନ୍ଦ୍ର ଆଦି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସେପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ହେଲ୍ପ ଡେସ୍କ ନମ୍ବର ମଧ୍ୟ ଜାରି କରାଯାଇଛି । ଅନ୍ୟ ଦେଶର କେହି ବ୍ୟକ୍ତି ବିଶେଷ ଫସି ରହିଥିଲେ ଏହି ନମ୍ବରରେ ନିଜର ଦୂତାବାସ ସହ ଯୋଗାଯୋଗ କରିପାରିବେ ବୋଲି ଗ୍ରୀସ ବୈଦିଶକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ତେବେ ଏହି ଜଙ୍ଗଲରେ ଗତ 18 ତାରିଖରୁ ନିଆଁ ଲାଗିଥିବା ଜଣାପଡିଛି। 266 ଜଣ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ 49ଟି ପାଣି ଟ୍ରକ ଦ୍ବାରା ପାଣି ସ୍ପ୍ରେ କରାଯାଉଛି। ଏହାସହ 10ଟି ଏୟାରକ୍ରାଫ୍ଟ ମଧ୍ୟ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଜଣାପଡିଛି । ସୂଚନା ଅନୁସାରେ, ଗତ କିଛି ଦିନ ହେବ ଗ୍ରୀସ ଦ୍ବୀପରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯାହାକି ବର୍ତ୍ତମାନ 45 ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ଜଣାପଡିଛି । ତେବେ Fire Forecast Mapର ସୂଚନା ଅନୁସାରେ, ଜଳବାୟୁ ପରିବର୍ତ୍ତନ ଏବଂ ତାପାମାତ୍ରାରେ ଅହେତୁକ ବୃଦ୍ଧି କାରଣରୁ ଏଭଳି ଜଙ୍ଗଲ ଜଳୁଛି । ଦେଶର ଆଟିଆ, ଏଭିଆ, ଉତ୍ତର ଓ ଦକ୍ଷିଣ ଦ୍ବୀପାଞ୍ଚଳ ସମେତ କ୍ରେଟେ ଆଦି ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ବ୍ୟାପିଛି । ଏହି ନିଆଁକୁ ଆୟତ୍ତ କରିବା ଏକପ୍ରକାର ମୁସ୍କିଲ ହୋଇପଡିଥିବାବେଳେ ପ୍ରଭାବିତ ହୋଇଛନ୍ତି ବନ୍ୟଜନ୍ତୁ ।

ଏହା ବି ପଢନ୍ତୁ...ଚଳିତ ବର୍ଷ ଜଙ୍ଗଲ ଅଧିକ ଜଳିବା ସମ୍ଭାବନା, PCCFଙ୍କ ସତର୍କ ଘଣ୍ଟି

ତେବେ 2020 ମସିହାରେ ଅଷ୍ଟ୍ରେଲିଆ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଥିଲା । ଏହି ନିଆଁ ଅଷ୍ଟ୍ରେଲିଆବାସୀ ଏବଂ ସେଠାକାର ଜୀବଜନ୍ତୁଙ୍କୁ ଜୀବନକୁ ଖୁବ୍ ପ୍ରଭାବିତ ମଧ୍ୟ କରିଥିଲା । ଦୀର୍ଘ ଦିନ ପରେ ପ୍ରବଳ ବର୍ଷାରେ ନିଆଁ ଲିଭିଥିଲା । ସେହିପରି ଅନେକ ସମୟରେ ଓଡ଼ିଶାର ଶିମିଳିପାଳ ମଧ୍ୟ ଜଳୁଥିବାର ନଜିର ରହିଛି । ଜଙ୍ଗଲ ଜଳିବା କାରଣରୁ ସେଠାରେ ଥିବା ବନ୍ୟଜନ୍ତୁ ବହୁ ମାତ୍ରାରେ ପ୍ରଭାବିତ ମଧ୍ୟ ହୋଇଛନ୍ତି ।

ABOUT THE AUTHOR

...view details