ୱାଶିଂଟନ:ଡିସେମ୍ବର 9 ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟର ସ୍ଥିତ ୟାଙ୍ଗସେ ଅଞ୍ଚଳରେ ହୋଇଥିବା ଭାରତ ଓ ଚୀନ ସୀମା ସଂଘର୍ଷକୁ ନେଇ ପ୍ରତିକ୍ରିୟା ରଖିଛି ଆମେରିକା (America on India china faceoff ) । ହ୍ବାଇଟ ହାଉସ କହିଛି ବାଇଡେନ ପ୍ରଶାସନ ଖୁସି ଯେ, ଉଭୟ ଭାରତ ଓ ଚୀନ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଶାନ୍ତି କାୟମ ରଖିଛନ୍ତି । ସ୍ଥିତି ନିୟନ୍ତ୍ରଣରେ ରହିଛି । ଆମେ ସ୍ଥିତି ଉପରେ ନଜର ରଖିଛୁ । ସୀମାକୁ ନେଇ ଯେଉଁ ବି ବିବାଦ ରହିଛି କଥାବାର୍ତ୍ତା ଜରିଆରେ ସମାଧାନ କରାଯାଉ ବୋଲି କହିଛି ହ୍ବାଇଟ ହାଉସ ।
ହ୍ବାଇଟ ହାଉସର ପ୍ରେସ ସଚିବ କାରାଇନ ଜିନ ପ୍ରିୟର କହିଛନ୍ତି, ''ଆମେରିକା ସ୍ଥିତି ଉପରେ ନଜର ରଖିଛି । ଦୁଇପକ୍ଷର ସୀମା ବିବାଦ ଉପରେ ଆଲୋଚନା କରିବା ଦରକାର । ଆମେ ଖୁସି କି ଉଭୟ ପକ୍ଷ ଶାନ୍ତି ବଜାୟ ରଖିଛନ୍ତି ।'' ଜାରି ହୋଇଥିବା ବିବୃତ୍ତିରେ ଏହା କୁହାଯାଇଛି କି, ସମୟ ପୂର୍ବରୁ ସେନା ପଛକୁ ଫେରି ଗଲେ କୌଣସି ଯୁଦ୍ଧ ପରିସ୍ଥିତି ଉପୁଜିନାହିଁ । ଆମେ ସ୍ଥିତି ଉପରେ ନଜର ରଖିଛୁ । ଆମେ ଦୁଇ ଦେଶ ଭାରତ ଓ ଚୀନକୁ କଥାବାର୍ତ୍ତା କରିବାକୁ କହୁଛୁ । ସୀମାକୁ ନେଇ ଯେଉଁ ବି ବିବାଦ ରହିଛି କଥାବାର୍ତ୍ତା ଜରିଆରେ ସମାଧାନ କରାଯାଉ ।