ୱାସିଂଟନ:ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ଦେଶ ଓ କମ୍ପାନୀ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ନେଇ ଆମେରିକା ଋଷ ବିରୋଧରେ କଟକଣାକୁ ଆହୁରି କଠିନ କରିଛି । ପୂର୍ବରୁ ଋଷ, ପୁଟିନ ଓ ତାଙ୍କ ମନ୍ତ୍ରୀଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଏବେ ପୁଟିନଙ୍କ ଝିଅଙ୍କ ଉପରେ ବି ପ୍ରତିବନ୍ଧକ ଲଗାଇଛି ଆମେରିକା ।
ଋଷର ପ୍ରମୁଖ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମେତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଝିଅ ଉପରେ କଟକଣା ଲଗାଇଛି ଆମେରିକା । ପୁଟିନଙ୍କ ପ୍ରଥମ ପତ୍ନୀ ଲ୍ୟୁଟୋମିଲାଙ୍କ ଝିଅ ମାରିଆ ଓ କାଟେରିନା ତିଖୋନୋଭା ଏହି କଟକଣାର ଶିକାର ହୋଇଛନ୍ତି । ଏହା ବ୍ୟତିତ ଋଷର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ପତ୍ନୀ ଓ ଝିଅଙ୍କ ବିରୋଧରେ ମଧ୍ୟ କଟକଣା ଲଗାଇଛି ଆମେରିକା । ଋଷରେ ଆମେରିକାର ସମସ୍ତ ନୂଆ ପୁଞ୍ଜି ନିବେଶକୁ ମଧ୍ୟ ନିଷେଧ କରାଯାଇଛି ।