ଓଡିଶା

odisha

By ETV Bharat Odisha Team

Published : Sep 23, 2023, 8:29 AM IST

ETV Bharat / international

କାନାଡା-ଭାରତ ବିବାଦ: ନିଜ୍ଜାର ହତ୍ୟାକାଣ୍ଡର ତଦନ୍ତ ଜରୁରୀ କହିଲା ଆମେରିକା

ଟ୍ରୁଡୋଙ୍କ ଅଭିଯୋଗ ନେଇ କାନାଡା ଓ ଭାରତ ମଧ୍ୟରୁ ବଢୁଛି ବିବାଦ । ନିଜ୍ଜାର ହତ୍ୟାକାଣ୍ଡର ତଦନ୍ତ ଜରୁରୀ କହିଲା ଆମେରିକା । ଅଧିକ ପଢନ୍ତୁ

ନିଜ୍ଜାର ହତ୍ୟାକାଣ୍ଡ ତଦନ୍ତ ଜରୁରୀ କହିଲା ଆମେରିକା
ନିଜ୍ଜାର ହତ୍ୟାକାଣ୍ଡ ତଦନ୍ତ ଜରୁରୀ କହିଲା ଆମେରିକା

ୱାଶିଂଟନ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡ ପାଇଁ ଭାରତକୁ ବାରମ୍ବାର ଦାୟୀ କରିଚାଲିଛି କାନାଡା । ହତ୍ୟା ପଛରେ ଭାରତ ହିଁ ଦାୟୀ ବୋଲି ପ୍ରଧାନମନ୍ତ୍ରୀ ଟ୍ରୁଡୋ ଦାବି ଦୋହରାଉଛନ୍ତି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଏବେ ଆମେରିକା ମଧ୍ୟ ଭାରତ ବିରୋଧରେ ତଦନ୍ତକୁ ସମର୍ଥନ କରିଛି । ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ''ସୁରେରେ ଶିଖ୍ ବିଚ୍ଛିନ୍ନତାବାଦୀ ନେତାଙ୍କ ହତ୍ୟା ପାଇଁ ଭାରତ ବିରୋଧରେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଅଭିଯୋଗକୁ ନେଇ ଆମେରିକା ଖୁବ୍ ଚିନ୍ତିତ । ଏହି ହତ୍ୟା ମାମଲାର ତଦନ୍ତ ଆଗକୁ ବଢିବା ନିହାତି ଜରୁରୀ ।''

୨୦୨୦ରେ ଭାରତ ହରଦୀପ ସିଂ ନିଜ୍ଜାରକୁ ଆତଙ୍କବାଦୀ ଘୋଷିତ କରିଥିଲା । ଜୁନ ୧୮ ତାରିଖ ଦିନ ବ୍ରିଟିଶ କଲମ୍ବିଆର ସୁରେ ସ୍ଥିତ ଏକ ଗୁରୁଦ୍ବାରରେ ନିଜ୍ଜାରକୁ ଗୁଳି କରି ହତ୍ୟା କରାଯାଇଥିଲା । ଭାରତର ର' ଏଜେଣ୍ଟ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ କାନାଡା ସହ ଭାରତର କୂଟନୈତିକ ଉତ୍ତେଜନା ବଢିବାରେ ଲାଗିଛି । ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ଅଯଥା ଓ ଉଦ୍ଦେଶ୍ୟ ପ୍ରଣୋଦିତ କହୁଥିବା ବେଳେ ଟ୍ରୁଡୋ ନିଜ ଦାବିକୁ ଦୋହରାଉଛନ୍ତି । ଏହି ହତ୍ୟା ଘଟଣାରେ ଭାରତ ବିରୋଧରେ କାନାଡାର ତଦନ୍ତକୁ ଗୁରୁବାର ଆମେରିକା ସମର୍ଥନ କରିବାର ଦିନକ ପରେ ଆମେରିକାର ବୈଦେଶିକ ସଚିବ ବ୍ଲିକେନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Canada-India Row: ଟ୍ରୁଡୋ କହିଲେ କାନାଡା ଆଇନର ଶାସନ ଉପରେ ଆଧାରିତ, ଭାରତ ସରକାର ଆମକୁ ସହଯୋଗ କରନ୍ତୁ

ସମ୍ମିଳନୀରେ ବ୍ଲିଙ୍କେନ କହିଛନ୍ତି ଯେ, ଟ୍ରୁଡୋଙ୍କ ଅଭିଯୋଗକୁ ନେଇ ଆମେ ଗଭୀର ଭାବେ ଚିନ୍ତିତ । ଏହି ପ୍ରସଙ୍ଗରେ ଆମର କାନାଡା ସହଯୋଗୀଙ୍କ ସହ ଖୁବ୍ ନିକଟରୁ ପରାମର୍ଶ କରୁଛୁ ଏବଂ ମାମଲା ଉପରେ ନଜର ରଖିଛୁ । ଭାରତ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ନିହାତି ଜରୁରୀ ବୋଲି ଆମେରିକା ଭାବୁଛି । ତେବେ ବ୍ଲିଙ୍କେନଙ୍କ ଏହି ବୟାନ ପୂର୍ବରୁ ଆମେରିକା କହିଥିଲା ଯେ, ଭାରତ ବିରୋଧରେ ତଦନ୍ତ କରିବା ଲାଗି କାନାଡା ଯେଉଁ ଦାବି କରୁଛି ତାହାକୁ ଆମେ ସମର୍ଥନ କରୁଛୁ । ଯେକୌଣସି ଦେଶ ହେଲେ ମଧ୍ୟ ଏହି ମାମଲାରେ କାହାରିକୁ ଛଡାଯିବ ନାହିଁ ।

ତେବେ ଟ୍ରୁଡୋ ବାରମ୍ବାର ଭାରତ ବିରୋଧରେ ଅଭିଯୋଗ କରୁଥିଲେ ହେଁ ଏନେଇ କାନାଡା ପକ୍ଷରୁ ଅଦ୍ୟାବିଧି କୌଣସି ପ୍ରମାଣ ଉପସ୍ଥାପନ କରାଯାଇନି । ଫାଇଭ ଆଇଜ ଏବଂ ମାନବ ଓ ସିଗନାଲ ଇଣ୍ଟେଲିଜେନ୍ସର ଗୁଇନ୍ଦା ତଥ୍ୟ ଅଧାରରେ କାନାଡା ଏହି ଅଭିଯୋଗ କରୁଥିବା ଏକ ମିଡିଆ ରିପୋର୍ଟରେ କୁହାଯାଇଛି । କହିରଖୁଛୁ କି, ଫାଇଭ ଆଇଜ ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ, କାନାଡା ଓ ନ୍ୟୁଜଲ୍ୟାଣ୍ଡର ମିଳିତ ଗୁଇନ୍ଦା ସଂସ୍ଥା ଅଟେ, ଯାହାକି ପରସ୍ପର ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରନ୍ତି ।

ABOUT THE AUTHOR

...view details