ୱାଶିଂଟନ:ପୁଣି ଥରେ କୋରୋନାରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏନେଇ ଗତକାଲି(ଶନିବାର) ମଧ୍ୟରାତ୍ରରେ ଟ୍ବିଟକରି ସୂଚନା ଦେଇଛନ୍ତି ବାଇଡେନ । ବାଇଡେନଙ୍କ କହିବା ଅନୁସାରେ, ‘‘ମୋ ପାଖରେ କୌଣସି ଲକ୍ଷଣ ନାହିଁ । ମୁଁ ନିଜକୁ ଆଇସୋଲେଟ କରି ରଖିଛି । ଖୁବ ଶିଘ୍ର ସୁସ୍ଥ ହୋଇ ଫେରିବି ।"
ସୂଚନାଅନୁସାରେ, ଗତ ଜୁଲାଇ ୨୧ ତାରିଖରେ କୋରୋନାରୋ ସଂକ୍ରମିତ ହୋଇ ସଂଘରୋଧରେ ରହିଥିଲେ ବାଇଡେନ । ତେବେ ସୁସ୍ଥ ହେବାର ଅଳ୍ପଦିନ ମଧ୍ୟରେ ପୁଣି ଗତକାଲି ସଂକ୍ରମିତ ହୋଇଛନ୍ତି ବାଇଡେନ । ଆଣ୍ଟି ଭାଇରାଲ ଔଷଧରେ ଚିକିତ୍ସିତ ହେବା ପରେ ପୁଣି କୋରୋନାରେ ପୀଡ଼ିତ ହେବା କଥା କୁହାଯାଇଛି । ତେବେ ବର୍ତ୍ତମାନ ବାଇଡେନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଏବଂ କୌଣସି ଲକ୍ଷଣ ନଥିବା ନେଇ ହ୍ବାଇଟ ହାଉସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।