ଓଡିଶା

odisha

ETV Bharat / international

ସାମ୍ବାଦିକା ହିଜାବ ନ ପିନ୍ଧିବାରୁ ସାକ୍ଷାତକାର ଦେଲେନି ଇରାନ ରାଷ୍ଟ୍ରପତି - ଇରାନ ହିଜାବ ବିବାଦ

ଆନ୍ତର୍ଜାତିକ ଗଣମାଧ୍ୟମ ସହ ସାକ୍ଷାତକାର ପାଇଁ ସର୍ତ୍ତ ରଖିଲେ ଇରାନ ରାଷ୍ଟ୍ରପତି । ମହିଳା ନ୍ୟୁଜ ଆଙ୍କର ସର୍ତ୍ତ ନ ମାନି ହିଜାବ ନ ପିନ୍ଧିବାରୁ ସାକ୍ଷାତକାର ଦେଲେନି ରାଷ୍ଟ୍ରପତି । ଅଧିକ ପଢନ୍ତୁ

ସାମ୍ବାଦିକା ହିଜାବ ନ ପିନ୍ଧିବାରୁ ସାକ୍ଷାତକାର ଦେଲେନି ଇରାନ ରାଷ୍ଟ୍ରପତି
ସାମ୍ବାଦିକା ହିଜାବ ନ ପିନ୍ଧିବାରୁ ସାକ୍ଷାତକାର ଦେଲେନି ଇରାନ ରାଷ୍ଟ୍ରପତି

By

Published : Sep 23, 2022, 10:37 AM IST

ନ୍ୟୁୟର୍କ: ହିଜାବ ନ ପିନ୍ଧିବାରୁ ସାମ୍ବାଦିକାଙ୍କୁ ସାକ୍ଷାତକାର ଦେଲେନି ଇରାନ ରାଷ୍ଟ୍ରପତି । ଗୁରୁବାର ଦିନ ଅନ୍ତର୍ଜାତୀୟ ଗଣମାଧ୍ୟମର ସାମ୍ବାଦିକାଙ୍କ ସହ ନିର୍ଦ୍ଧାରିତ ସାକ୍ଷାତକାରକୁ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀ(Ebrahim Raisi) ରଦ୍ଧ କରିଦେଇଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ''ଆମେରିକୀୟ ମହିଳା ସାମ୍ବାଦିକା ହିଜାବ ପିନ୍ଧିବାକୁ ମନା କରିଥିଲେ, ତେଣୁ ରାଷ୍ଟ୍ରପତି ତାଙ୍କୁ ସାକ୍ଷାତକାର ଦେଇନାହାନ୍ତି ।'' ଗୋଟିଏ ପଟେ ହିଜାବକୁ ନେଇ ଇରାନରେ ବିକ୍ଷୋଭର ବହ୍ନି ଜଳୁଥିବା ବେଳେ ଏପରି ସ୍ଥଳେ ରାଷ୍ଟ୍ରପତିଙ୍କ ଏହି ବ୍ୟବହାର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଦେଇଛି ।

ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ଗଣମାଧ୍ୟମ CNN ସହ ଇରାନ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଥିଲା । ରାଷ୍ଟ୍ରପତିଙ୍କ ସାକ୍ଷାତକାର ନେବାକୁ ଥିବା ଚ୍ୟାନେଲର ଜଣାଶୁଣା ଆଙ୍କର କ୍ରିଷ୍ଟିଅନ ଆମନପୋର(Christiane Amanpour)ଙ୍କୁ ଏହାପୂର୍ବରୁ ହିଜାବ ପିନ୍ଧିବାକୁ କୁହାଯାଇଥିଲା । କିନ୍ତୁ ଆଙ୍କର ଜଣକ ଏଥିପାଇଁ ଅରାଜି ହୋଇଥିଲେ । ଯେଉଁ କାରଣରୁ ରାଷ୍ଟ୍ରପତି ଇବ୍ରାହିମ ରଇସୀ ସାକ୍ଷାତକାରକୁ ଅଚାନକ ରଦ୍ଦ କରିଦେଇଥିଲେ । ଏନେଇ ଆଙ୍କର କ୍ରିଷ୍ଟିଅନ ଆମୋନପୋର ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ ଖାଲି ଚେୟାର ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଏହାମଧ୍ୟ ପଢନ୍ତୁ:Iran Hijab Row: ହିଜାବକୁ ନେଇ ଅଶାନ୍ତ ଇରାନ, ପୋଲିସ ଗୁଳିରେ 31 ମୃତ

କ୍ରିଷ୍ଟିଅନ କହିଛନ୍ତି ଯେ, ''ସାକ୍ଷାତକାର ପାଇଁ ତାଙ୍କୁ ହେଡସ୍କାର୍ପ(headscarf) ବା ହିଜାବ ପିନ୍ଧିବାକୁ ସର୍ତ୍ତ ରଖାଯାଇଥିଲା । କିନ୍ତୁ ସେ ହେଡସ୍କାର୍ପ ପିନ୍ଧିବାକୁ ମନା କରିଦେଇଥିଲେ । ଯେଉଁ କାରଣରୁ ଇରାନ ରାଷ୍ଟ୍ରପତି ମଧ୍ୟ ତାଙ୍କ ସହ ସାକ୍ଷାତକାରକୁ ରଦ୍ଦ କରିଦେଇଥିଲେ । ତେବେ ଇରାନରେ ଚାଲିଥିବା ହିଜାବ ବିବାଦ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ସହ ଚର୍ଚ୍ଚା କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ଆଙ୍କର କହିଛନ୍ତି ।''

ହିଜାବ ନ ପିନ୍ଧିବା ଯୋଗୁଁ ପୋଲିସ ବର୍ବରତାରେ ଇରାନର ୨୨ ବର୍ଷୀୟା ମହିଳା ମହିସା ଆମିନୀଙ୍କ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଭୟାନକ ସ୍ଥିତି ସୃଷ୍ଟି ହୋଇଛି । ସାରା ଦେଶରେ ବିକ୍ଷୋଭ ନିଆଁ ଜଳୁଛି । ଲୋକଙ୍କ ମାନବାଧିକାର ଉଲ୍ଲଙ୍ଘନ କରି ଧାର୍ମିକ ରୀତିନୀତି ଲଦି ଦିଆଯାଉଥିବାରୁ ଏହା ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷାକର୍ମୀ ଗୁଳିମାଡ କରୁଛନ୍ତି । ଏହି ଗୁଳିମାଡରେ ୩୧ଜଣ ଲୋକଙ୍କ ମୃତ୍ୟୁ ହେଲାଣି । ଏସବୁ ସତ୍ତ୍ବେ ମଧ୍ୟ ନ୍ୟୁଜ ଆଙ୍କର ହିଜାବ ନ ପିନ୍ଧିବାରୁ ରାଷ୍ଟ୍ରପତି ସାକ୍ଷାତକାର ନ ଦେବା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ABOUT THE AUTHOR

...view details