ଓଡିଶା

odisha

By

Published : Mar 21, 2023, 12:16 PM IST

ETV Bharat / international

ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲା ଆମେରିକା, କହିଲା ଆଦୌ ଗ୍ରହଣୀୟ ନୁହେଁ

ସନ ଫ୍ରାନ୍ସିସକୋରେ ଅବସ୍ଥାପିତ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା । ଏହା ଆଦୌ ଗ୍ରହଣୀୟ ନୁହେଁ କହି ଦୃଢ ନିନ୍ଦା କଲା ଆମେରିକା । ଅଧିକ ପଢନ୍ତୁ

ଭାରତୀୟ ଦୂତାବାସ ଉପରେ ଆକ୍ରମଣକୁ ନିନ୍ଦା କଲା ଆମେରିକା
ଭାରତୀୟ ଦୂତାବାସ ଉପରେ ଆକ୍ରମଣକୁ ନିନ୍ଦା କଲା ଆମେରିକା

ୱାଶିଂଟନ: ସନ ଫ୍ରାନ୍ସିସକୋସ୍ଥିତ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିଛି ଆମେରିକା । ବାଇଡେନ ସରକାର କହିଛନ୍ତି, ଏହିଭଳି କାର୍ଯ୍ୟକଳାପ ଆଦୌ ଗ୍ରହଣୀୟ ନୁହେଁ । କଦାପି ଏହାକୁ ବରଦାସ୍ତ କରାଯିବ ନାହିଁ । ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦର ସଂଯୋଜକ ଜନ କର୍ବି କହିଛନ୍ତି, ''ଏହି ଆକ୍ରମଣ ଘଟଣାର ସଠିକ୍ ଯାଞ୍ଚ ପାଇଁ ବୈଦେଶିକ ବିଭାଗର କୂଟନୈତିକ ସୁରକ୍ଷା ସେବା ସ୍ଥାନୀୟ ଅଧିକାରୀଙ୍କ ସହ କାର୍ଯ୍ୟ କରୁଛି । ବୈଦେଶିକ ମନ୍ତ୍ରଣାଳୟ କ୍ଷୟକ୍ଷତିର ଆକଳନ କରୁଛି । ଏହି ଘଟଣା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ''

ଏହାମଧ୍ୟ ପଢନ୍ତୁ: Indian Mission Vandalism in UK: ଆକ୍ରମଣକୁ ନିନ୍ଦା କଲେ ଥରୁର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ବାଇଡେନ ସରକାର ଆହୁରିମଧ୍ୟ ପକ୍ଷରୁ ଆହୁରିମଧ୍ୟ କୁହାଯାଇଛି ଯେ, ଆମେରିକାରେ ଦୂତାବାସ କାର୍ଯ୍ୟାଳୟରେ ହିଂସାକାଣ୍ଡ ଏକ ଦଣ୍ଡନୀୟ ଅପରାଧ । ଆମ ଦେଶରେ ଅବସ୍ଥାପିତ ଦୂତାବାସ ଏବଂ ସେଗୁଡିକରେ କାର୍ଯ୍ୟ କରୁଥିବା କୂଟନୀତିଜ୍ଞମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ପ୍ରାଥମିକତା । ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କହିରଖୁଛି କି, ପଞ୍ଜାବରେ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କୁ ଧରିବା ପାଇଁ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆମେରିକାରେ ଥିବା ଖଲିସ୍ତାନୀ ସମର୍ଥକମାନେ ଗତକାଲି ସନ ଫ୍ରାନ୍ସିସକୋରେ ଥିବା ଭାରତୀୟ ଦୂତାବସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ତ୍ରିରଙ୍ଗାକୁ ଅପମାନିତ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Operation Amritpal singh: ପଞ୍ଜାବରେ ଇଣ୍ଟରନେଟ ସେବା ବନ୍ଦ ବିରୋଧରେ ଜନସ୍ବାର୍ଥ ମାମଲା

ଏହି ଘଟଣା ପ୍ରଘଟ ହେବା ପରେ ଆମେରିକାରେ ପ୍ରବାସୀ ଭାରତୀୟ ସମୁଦାୟ ଏହାକୁ ତୀବ୍ର ନିନ୍ଦା କରିଥିଲେ । ବାଇଡେନ ସରକାର ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିଲେ । ଏନେଇ ଭାରତ ମଧ୍ୟ ଆମେରିକା ନିକଟରେ ଦୃଢ ପ୍ରତିବାଦ କରିଥିଲେ । ତେବେ କେବଳ ଆମେରିକାରେ ନୁହେଁ, ଏହାପୂର୍ବରୁ ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସରେ ବି ଭଙ୍ଗାରୁଜା କରିଥିଲେ । ଏପରିକି ଦୂତାବାସ ବିଲ୍ଡିଂରେ ଲାଗିଥିବା ତ୍ରିରଙ୍ଗାକୁ ମଧ୍ୟ ସେମାନେ କାଢି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଇଛି । କେନ୍ଦ୍ର ସରକାର ଏହାକୁ ଅତି ଗମ୍ଭୀରତାର ସହ ନେଇ ଘଟଣା ସମ୍ପର୍କରେ ବ୍ରିଟେନ ଉଚ୍ଚାୟୁକ୍ତଙ୍କୁ ବିସ୍ତୃତ ତଥ୍ୟ ରଖିବା ପାଇଁ ସମନ ଜାରି କରିଛନ୍ତି ।

ABOUT THE AUTHOR

...view details