ଓଡିଶା

odisha

ETV Bharat / international

ଆତଙ୍କ ଖେଳାଇଲା ମଙ୍କି ପକ୍ସ, ଆମେରିକାରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ - ଆମେରିକାରେ ମଙ୍କି ପକ୍ସ

ଆଫ୍ରିକା ପରେ ଏବେ ଆମେରିକାରେ ଚିହ୍ନଟ ହେଲେ ମଙ୍କି ପକ୍ସ ଆକ୍ରାନ୍ତ । ଏନେଇ ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(CDC) ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ମାଡୁଛି ମଙ୍କି ପକ୍ସ, ଆମେରିକାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ
ମାଡୁଛି ମଙ୍କି ପକ୍ସ, ଆମେରିକାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

By

Published : May 19, 2022, 12:54 PM IST

ଓ୍ବାଶିଂଟନ:ସାରା ବିଶ୍ବ ଦିନକୁ ଦିନ ନୂଆ ନୂଆ ଭୂତାଣୁର ସାମ୍ନା କରୁଥିବା ବେଳେ ଟମାଟୋ ଫ୍ଲୁ ପରେ ଏବେ ଚିନ୍ତା ବଢାଇଛି ମଙ୍କି ପକ୍ସ । ଆଫ୍ରିକା ପରେ ଏବେ ଆମେରିକାରେ ଚିହ୍ନଟ ହେଲେ ମଙ୍କି ପକ୍ସ ଆକ୍ରାନ୍ତ । ଦିନକୁ ଦିନ ମାନବ ସମାଜ ପାଇଁ ଘନଉଛି ବିପଦ। ପୁଣି ଏକ ନୂଆ ଭାଇରସ ଆତଙ୍କ ସୃଷ୍ଟି କରିଛି । ଆମେରିକାର ପ୍ରଥମ ଥର ପାଇଁ ଜଣେ ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ନିକଟରେ କାନାଡାରୁ ଫେରିଥିଲେ ଏନେଇ ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(CDC) ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଆବସ୍ଥା ସ୍ଥିର ରହିଥିବା ନେଇ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Tomato flu: କେରଳରେ ଚିନ୍ତା ବଢାଇଲା ଟମାଟୋ ଫ୍ଲୁ, ୮୦ ଶିଶୁ ସଂକ୍ରମିତ

ହେଲେଏହି ଭାଇରସ ଅଧିକ ବିପଦଜ୍ଜନକ ନଥିବା ଆମେରିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେହ ଅସୁସ୍ଥ ଅନୁଭବ ହେବା, ଜ୍ୱର ହେବା, ଦେହସାରା ଫଳି ଯାଇ ଦାଗ ଚିହ୍ନଟ ହେବା, ମୁହଁରେ ଫଳିବା ଆଦି ଏହି ରୋଗର ଲକ୍ଷଣ । କାନାଡ଼ା ଏବଂ ବ୍ରିଟେନରେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ପର୍ତ୍ତୁଗାଲ, ସ୍ପେନ୍‌ ଏବଂ ବ୍ରିଟେନ୍‌ର ଏକାଧିକ ମଙ୍କିପକ୍ସ ରୋଗ ଚିହ୍ନଟ ହୋଇଛି । ୟୁରୋପରେ ଏକ ଗବେଷଣାରୁ ପୁରୁଷ ପୁରୁଷ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନରୁ ଏହି ରୋଗର ବିପଦ ଥିବା ଜଣାପଡ଼ିଛି । ଏହାର ସଂକ୍ରମଣ ଦୁଇରୁ ଚାରି ସପ୍ତାହ ମଧ୍ୟରେ ଦେହରେ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details